ସ୍ତ୍ରୀ ମାନେ ସ୍ଵାମୀଙ୍କର ଏହି ପାର୍ଶ୍ଵରେ ଭୁଲରେ ବି ଶୁଅନ୍ତୁ ନାହିଁ, ଭୋଗିବାକୁ ପଡେ ଭୟଙ୍କର ଦୁଃଖ କଷ୍ଟ
ଆମ ଦୈନଦିନ ଜୀବନରେ କରୁଥିବା ସମସ୍ତ କାର୍ଯ୍ୟ କଳାପ ର ଆମର ଜୀବନ ଉପରେ ମଧ୍ୟ ପ୍ରଭାବ ପଡିଥାଏ । ଆମର ରହଣ ସହନ ଖାଇବା ପିଇବା ଆମର ଆଚାର ବିଚାର ର ମଧ୍ୟ ଆମ ଜୀବନ ଉପରେ ପ୍ରଭାବ ପଡିଥାଏ । ଆମର ବ୍ୟବହାର ମଧ୍ୟ ଜୀବନରେ ବହୁତ ପ୍ରଭାବ ପକାଇଥାଏ । ବନ୍ଧୁଗଣ ପ୍ରତିଦିନ ଜୀବନରେ ଠିକ ସମୟେରେ ଖାଇବା ପିଇବା ଶୋଇବା ଓ ଉଠିବା ମଧ୍ୟ ଦରକାର ।
ଏହା ଆମ ସ୍ୱାସ୍ଥ୍ୟ ଦ୍ରୁଷ୍ଟି ରେ ଭଲ ହେବ ସହ ଆମ ଶାସ୍ତ୍ର ଅନୁସାରେ ମଧ୍ୟ ଏହି ସବୁ କାମ ଗୁଡିକୁ ସମୟ ଅନୁସାରେ କରିବା ଦ୍ଵାରା ଅତ୍ୟନ୍ତ ଭଲ ହୋଇଥାଏ । ବନ୍ଧୁଗଣ ଆମର ବାସ୍ତୁ ଶାସ୍ତ୍ର ରେ ମଧ୍ୟ ମନୁଷ୍ୟର ଶୋଇବା କୁ ନେଇ ବହୁତ କିଛି ନିୟମ ମାନ ଉଲ୍ଲେଖ ହୋଇଅଛି । ଯେପରିକି ମଣିଷ କୁ କେଉଁ ସମୟରେ ଶୋଇବା ଦରକାର ଓ କେଉଁ ସମୟରେ ଶୋଇବା କଥା ନୁହେଁ । ତାହାସହ କିଭଳି ଶୋଇବା କଥା, କେତେ ସମୟ ଶୋଇବା କଥା ଆଦି ସବୁ ବାସ୍ତୁଶାସ୍ତ୍ର ରେ ଉଲ୍ଲେଖ ହୋଇ ରହିଅଛି ।
ବନ୍ଧୁଗଣ ଘରର ମହିଳା ମନକୁ ବିଶେଷ କରି ଏହି ସବୁ ନିୟମ ମାନ ର ପାଳନ ନିଶ୍ଚୟ କରିବା ଉଚିତ । ଯାହାଦ୍ୱାରା ଘରେ ସୁଖ ଶାନ୍ତି ର ବାତାବରଣ ସ୍ଥିର ହୋଇ ରହିଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖିଆ ବ୍ୟକ୍ତି ଙ୍କର ଶୋଇବା କକ୍ଷ ସବୁବେଳେ ଦକ୍ଷିଣ ପଶ୍ଚିମ ବା ନୈରୁତ ଦିଗରେ ରହିବା ଦରକାର ।
ବନ୍ଧୁଗଣ ଏପରି ହେବା ଦ୍ଵାରା ଘରର ମୁଖିଆ କୁ ବ୍ୟାପାର ବ୍ୟବସାୟରେ ଅଧିକ ରୁ ଅଧିକ ଉନ୍ନତି ମିଳିଥାଏ । ତାହାସହ ପରିବାର ରେ ସମସ୍ତ ସମାପର୍କ ମଧ୍ୟରେ ମଧ୍ୟ ପ୍ରେମ ସ୍ଥିର ହୋଇ ରହିଥାଏ । ଦ୍ବିତୀଯରେ ବନ୍ଧୁଗଣ ବାସ୍ତୁ ଅନୁସାରେ ଶୋଇବା ବେଳେ ସବୁବେଳେ ମୁଣ୍ଡ ଦକ୍ଷିଣ ବା ପୂର୍ବ ଦିଗରେ ହେବ ଭଲ ହୋଇଥାଏ । ବନ୍ଧୁଗଣ ଘରର ମହିଳା ମାନଙ୍କୁ ସମୟରେ ସୋଇ ସକାଳେ ଶୀଘ୍ର ଉଠିବା ଆବଶ୍ୟକ ।
ସକଳେ ଶୀଘ୍ର ଉଠି ନିଜର ନିତ୍ୟ କର୍ମ ଆଦି ଦ୍ଵାରା ନିବୃତ ହୋଇ ପୂଜା ଆଦି କର୍ମ ସମ୍ପର୍ଣ୍ଣ କରିବା ଉଚିତ୍ । ଏହାଦ୍ବାରା ଘରେ ସୁଖ ଶାନ୍ତି ଆସିଥାଏ । ଘରର ମହିଳା ମାନେ ବିଳମ୍ବ ପର୍ଯ୍ୟନ୍ତ ଶୋଇବା ଦ୍ଵାରା ଘରକୁ ଦୁଃଖ ତଥା ଖରାପ ସମୟ ମାଡି ଆସିଥାଏ । ଏଥିପାଇଁ ମହିଳା ମାନଙ୍କୁ ନିଜେ ଶୀଘ୍ର ଉଠିବା ସହ ଘରେ ସମସ୍ତଙ୍କୁ ମଧ୍ୟ ଶୀଘ୍ର ଉଠାଇବା ଆବଶ୍ୟକ ।
ତାହାଛଡା ମହିଳା ମାନଙ୍କୁ ଆବଶ୍ୟକ ନଥିଲେ ଦିନରେ ଶୋଇବା କଥା ନୁହେଁ । ଏହା ଦ୍ଵାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ତାହାଛଡା ତନ ଓ ମନରେ ମଧ୍ୟ ସବୁବେଳ ଅସୁସ୍ଥତା ଲାଗି ରହିଥାଏ । ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ସ୍ଵାମୀ ସ୍ତ୍ରୀ ଙ୍କୁ ନିଜ ଶୋଇବା କକ୍ଷରେ ଝଗଡା କରିବା ଉଚିତ ହୋଇ ନଥାଏ । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କୁ ସବୁବେଳେ ନିଜ ସ୍ଵାମୀ ଙ୍କର ବାମ ଦିଗରେ ଶୋଇବା ଉଚିତ।
ତାହାଛଡା ମହିଳା ମାନେ ରାତିରେ ଶୋଇବା ସମୟରେ ମୁଣ୍ଡରେ କୌଣସି ପ୍ରକାରର ଫୁଲ କିମ୍ବା ବାସ୍ନା ଯୁକ୍ତ ତେଲ ଲଗାଇବା ଦ୍ଵାରା ଖରାପ ଶକ୍ତି ଆକର୍ଷିତ ହୋଇଥାନ୍ତି । ତାହାଛଡା ମହିଳା ମାନଙ୍କୁ କେବେ ମଧ୍ୟ ନିଜର କେଶ ଖୋଲି ଶୋଇବା ଠିକ ହୋଇନଥାଏ । ତାହାସହ ଶୋଇବା ପୂର୍ବରୁ ନିଜର ହାତ ଗୋଡ ଧୋଇ ଶୋଇବା ଉଚିତ ।