ଜୀବନରେ ସଫଳ ହେବାକୁ ଚାହୁଁଥିଲେ ଭୁଲରେ ବି କାହାକୁ କୁହନ୍ତୁ ନାହିଁ ଏହି 4 ଟି କଥା
ସୂଚନା ଅନୁସାରେ ପ୍ରତ୍ଯେକ ମନୁଷ୍ୟ ନିଜ ଜୀବନରେ ସୁଖ ଶାନ୍ତିରେ ବସବାସ କରିବା ପାଇଁ ଚାହିଁଥାଏ । ସେଥିପାଇଁ ଚାଣକ୍ୟ ନିତୀ ଅନୁସାରେ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ଦ୍ଵାରା ଆପଣଙ୍କ ଜୀବନ ସୁଖମୟ ହୋଇଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କୁ ଭାରତ ଇତିହାସର ବିଦ୍ୟାନ ମାନଙ୍କ ମଧ୍ୟରେ ସ୍ଥାନ ଦିଆଯାଇଛି । ଆପଣମାନେ ନିଜର ଜୀବନରେ ଯଦି ଭଲରେ ରହିବାକୁ ଇଚ୍ଛା କରୁଛନ୍ତି । ତେବେ ଚାଣକ୍ୟ ନୀତି ଅନୁସାରେ ଏହି ୪ଟି କଥା କେବେ କାହାକୁ କହିବା ଉଚିତ ହୋଇନଥାଏ ।
ପ୍ରଥମେ ନିଜ ଜୀବନରେ ଘଟିଯାଇଥିବା ଅପମାନ ଜନକ କିଛି ମୂହୁର୍ତ୍ତ କେବେ ମଧ୍ୟ କାହା ସାଥିରେ ଆଲୋଚନା କରିବା ଉଚିତ ନୁହେଁ । କାରଣ ଯାହାକୁ ଆପଣ ଏହି କଥା କହିବେ ହୁଏତ ଏହି କଥା ଜାଣିଲ ପରେ ସେ ଆପଣଙ୍କର ମଜାକ ଉଡାଇ ପାରନ୍ତି । ସେଥିପାଇଁ ନିଜ ଅପମାନ କଥା କାହାକୁ ନକହିବା ହିଁ ଆପଣଙ୍କ ପାଇଁ ମଙ୍ଗଳ ହେବ । ଏହାକୁ ଆପଣ ଏକ ଖରାପ ସମୟ ଭାବି ଭୁଲିଯିବା ଉଚିତ ହେବ ।
ଦିତୀୟରେ ନିଜ ଘରପରିବାରର ଗୁପ୍ତ କଥା କେବେ କାହାକୁ ଜଣାଇବା ଠିକ ହୋଇନଥାଏ । କାରଣ ଆପଣଙ୍କ ଘର କଥା ଯଦି ଆପଣ ବାହାର ଲୋକ ଆଗରେ ଆଲୋଚନା କରିବେ । ତେବେ ବାହାର ଲୋକ ଆପଣଙ୍କ ଘରର ଗୁପ୍ତ କଥା ଜାଣିସାରିଲା ପରେ ସେ ହୁଏତ ଆପଣଙ୍କର ଫାଇଦା ଉଠାଇବାକୁ ଯାଇ ଘରେ କିଛି ସମସ୍ଯା ସୃଷ୍ଟି କରିପାରନ୍ତି ।ତେବେ ଭୁଲ୍ ରେ ମଧ୍ୟ ନିଜ ଘର ସମସ୍ଯାକୁ ଘରେ ହିଁ ରଖିବେ ।
ବିଶେଷ କରି ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ହେଉଥିବା କଳହ ବାହାର ଲୋକଙ୍କୁ ଜଣାଇବା ଆଦ୍ୱୋ ଉଚିତ ନୁହେଁ । ତୃତୀୟରେ ନିଜ ମନର କଥା କେବେ କାହାକୁ ଜଣାଇବା ଠିକ ହୋଇନଥାଏ । ବହୁତ ଲୋକ ଅଛନ୍ତି ନିଜର ଛୋଟ ଛୋଟ କଥାକୁ ସମସ୍ତଙ୍କ ଆଗରେ ପ୍ରକଟ କରିଦିଅନ୍ତି । ଆପଣ ଯାହାକୁ ମଧ୍ୟ ନିଜ ମନ କଥା ଜଣାଇଥିବେ ସେଥି ମଧ୍ୟରୁ କିଛି ଲୋକ ଏମିତି ଅଛନ୍ତି ।
ଯେଉଁମାନେ କି ଆପଣଙ୍କ ଆଗରେ ଆପଣଙ୍କୁ ସାନ୍ତ୍ୱୋନା ଦେବେ କିନ୍ତୁ ଆପଣ ଗଲା ପରେ ସେ ଏହି କଥାର ଫାଇଦା ଉଠାଇ ପାରନ୍ତି । ସେଥିପାଇଁ ନିଜର ମନ କଥା ଯେକୌଣସି ଲୋକଙ୍କ ଆଗରେ ପ୍ରକଟ ନକରି କେବଳ ନିଜର ଅତି ବିଶ୍ଵସ୍ତ ଲୋକଙ୍କୁ ହିଁ କୁହନ୍ତୁ । ଚତୁର୍ଥରେ ନିଜର ଧନ ସମ୍ବଧୀୟ ତଥ୍ୟ କାହାକୁ କୁହନ୍ତୁ ନାହିଁ । ବିଶେଷ କରି ଯେତେବେଳେ ଆପଣ ଆର୍ଥିକ ସମସ୍ଯା ଦେଇ ଗତି କରୁଥିବେ ।