Uncategorized

କାହିଁକି ହୋଇଥାଏ Thyroid ରୋଗ ?

ସୂଚନା ଅନୁସାରେ ଥାଇରଏଡ ଏକ ଅନ୍ତସ୍ରାବୀ ଗ୍ରନ୍ଥି ଯାହା ଆମ ଗଳାର ଆଗ ପାର୍ଶ୍ଵରେ ଥାଏ । ଶରୀରର ତାପମାତ୍ରା ମଧ୍ୟ ଥାଇରଏଡ ଯୋଗୁ ନିୟନ୍ତ୍ରଣ ହୋଇଥାଏ । ଥାଇରଏଡ ଗ୍ରନ୍ଥିରୁ ଏକ ପ୍ରକାର ହରମୋନ ବାହାରିଥାଏ । ଯଦି ସେହି ହରମୋନ ଅଧିକ କିମ୍ବା କମ୍ ପରିମାଣରେ ବାହାରିଥାଏ । ତେବେ ଏହି ଥାଇରଏଡରେ ରୋଗ ହେବାର ସମ୍ଭାବନା ଥାଏ । ଯଦି ଗ୍ରନ୍ଥିରୁ ଅଧିକ ହରମୋନ ବାହାରିଲା ତେବେ ଏହାକୁ  ହାଇପରଥାଇରୋଡିସିମ କୁହାଯାଇଥାଏ ।

 

ଯଦି କମ୍ ପରିମାଣରେ ହରମୋନ ରିଲିଜ ହେଲା, ତେବେ ତାକୁ ହାଇପୋଥାଇରଏଡଜିମ କୁହାଯାଇଥାଏ । ଯଦି ସେହି ଗ୍ରନ୍ଥିର ସାଇଜଟା ବଢି ଯାଇଥାଏ । ତେବେ ତାକୁ ଗଳଗଣ୍ଡ ରୋଗ ବୋଲି କହିଥାଉ । ଯଦି ଗଳାରେ କ୍ୟାନ୍ସର ହୋଇଥାଏ । ତେବେ ତାକୁ ଥାଇରଏଡ କ୍ୟାନ୍ସର ବୋଲି କହିଥାଉ । ପ୍ରାୟତଃ ଲୋକଙ୍କୁ ଗଳାରେ ହାଇପୋ-ଥାଇରଏଡଜିମ ରୋଗ ହୋଇଥାଏ। ଯଦି ଗ୍ରନ୍ଥିରୁ ହରମୋନ T3, T4 କମିଯାଇଥାଏ ।

ତେବେ ଶରୀରର ମେଟପାଲିଜ୍ମ ସ୍ଲୋ ହୋଇଯାଇଥାଏ । ପ୍ରାୟତଃ ସ୍ତ୍ରୀ ଲୋକଙ୍କ ପାଖରେ ଏହି ରୋଗ ଦେଖିବାକୁ ମିଳିଥାଏ । ଏହି ରୋଗର ଲକ୍ଷଣ ହେଉଛି କେଶ ଉପୁଡିବା, ଅତ୍ୟଧିକ ଓଜନ ବଢିବା, ଚର୍ମ ସୁସ୍ଖ ହୋଇବା ଓ ଦୁର୍ବଳ ଅନୁଭବ ହେବା । ଯଦି ଗ୍ରନ୍ଥିରୁ ହରମୋନ ଅଧିକ କ୍ଷରଣ ହୋଇଥାଏ, ତେବେ ତାଙ୍କୁ ହାଇପର- ଥାଇରଏଡଜିମ ରୋଗ ହୋଇଥାଏ । ଏଥିରେ ଲୋକମାନଙ୍କର ମେଟପଲିଜିମ ବଢିଯାଇଥାଏ।

 

ଏହାର ଲକ୍ଷଣ ହେଉଛି ଓଜନ କମିଯାଇଥାଏ,ହାତପାଦ ଥରେ, ଆଖି ବଡ ବଡ ଦେଖା ଯାଇଥାଏ । ଆୟୋଡିନ ଅଭାବରେ ଥାଇରଏଡ ରୋଗ ହୋଇଥାଏ । ଯେଉଁ ବ୍ୟକ୍ତିକୁ ଗଳାରେ କିଛି ସମସ୍ଯା ଆସିଥାଏ । ତେବେ ସେ ଡାକ୍ତରଙ୍କ ପରାମର୍ଶ ନେଇଥାଏ । ଡାକ୍ତର ପ୍ରଥମେ ତାର କେତେ ଗୁଡିଏ ପରୀକ୍ଷା କରିଥାନ୍ତି । ଯଦି ସେଥିରେ TSHର ପରିମାଣ ବଢିକି ଥାଏ । ତେବେ ତାହାକୁ ହାଇପୋ-ଥାଇରଏଡଜିମ୍ ଏବଂ ଯଦି TSH କମିକି ଥାଏ, ତେବେ ହାଇପର-ଥାଇରଏଡଜିମ୍ ବୋଲି କୁହାଯାଇଥାଏ ।

ହାଇପୋ-ଥାଇରଏଡ ରୋଗରେ ବାହାରୁ ହରମୋନ ଦେବାକୁ ପଡିଥାଏ, ଯାହାକୁ ଥାଇରକ୍ସିନ କୁହାଯାଇଥାଏ । ଛୁଆମାନଙ୍କ କ୍ଷେତ୍ରରେ ମଧ୍ୟ ଥାଇରଏଡ ରୋଗ ହେବାର ସମ୍ଭାବନା ଥାଏ।ପ୍ରାୟତଃ ଛୁଆ ଛୋଟ ବେଳୁ ଆୟୋଡିନ ଜନିତ ପୁଷ୍ଟି ଅଭାବରୁ ଏହି ଥାଇରଏଡ ରୋଗର ଶିକାର ହୋଇଥାଏ। ଏହିପରି କ୍ଷେତ୍ରରେ ବିଳମ୍ବ ନକରି ଯେତେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ହୋଇଥାଏ ।

 

ଗର୍ଭବତୀ ମହିଳା ମାନଙ୍କ ପାଖରେ ଏହି ଥାଇରଏଡ ଜନିତ କିଛି ସମସ୍ଯା ଦେଖାଗଲେ ସେ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ନିଜର ଚିକିତ୍ସା ସହ ଥାଇରଏଡ ଭଲ ହେବା ପାଇଁ ମେଡ଼ିସିନ ଖାଇଥାନ୍ତି । ବେଳେବେଳେ ସେହି ମହିଳାମାନଙ୍କ ପିଲାଙ୍କ ମାନସିକ କ୍ଷେତ୍ରରେ କିଛି ସମସ୍ଯା ଦେଖାଯାଇଥାଏ । ଥାଇରଏଡ ରୋଗ ହେଲେ ବହୁତ କିଛି ଖାଇବାକୁ ବାରଣ କରାଯାଇଥାଏ ଫୁଲ କୋବି, ବନ୍ଧା କୋବି ଓ ସୋୟା  ଏହାକୁ ଖାଇବାକୁ ମନା କରାଯାଇଥାଏ ।

 

କିନ୍ତୁ ଏହାକୁ ଖାଇବା ଦ୍ଵାରା କିଛି ମଧ୍ୟ ସମସ୍ଯା ହୋଇନଥାଏ, ଯଦି ଆପଣ ଏହାର ବହୁଳ ସେବନ କରୁଥିବେ । ତେବେ ସେଥି ପ୍ରତି ଆପଣ ସଚେତନ ରହିବେ । ଯଦି ଥାଇରଏଡ ହୋଇଥାଏ । ଡାକ୍ତରଙ୍କ ପରାମର୍ଶ ଅନୁଯାଇ ମେଡ଼ିସିନ ନିୟମିତ ଖାଇବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button