ସ୍ୱାସ୍ଥ୍ୟ

ଯଦି ଆପଣଙ୍କ ବୟସ ସହିତ ଶରୀରର ଓଜନ ଠିକ ନାହିଁ ତେବେ ହୋଇପାରେ ଏପରି ରୋଗ , ଜାଣି ନିଅନ୍ତୁ ନହଲେ ପରେ ହଇରାଣ ହେବେ…

ଯଦି ଆମ ଶରୀର ସୁସ୍ଥ ନରହେ ତେବେ ମନ ବି ଭଲ ରହେନାହିଁ । ସେହିପରି ମନ ଭଲ ନରହିଲେ ମଧ୍ୟ ଶରୀର ପ୍ରତି ଲୋକେ ଯତ୍ନବାନ ହେବାକୁ ଇଚ୍ଛା କରନ୍ତି ନାହିଁ । ତେବେ ମନ ଏବଂ ଶରୀର ପରସ୍ପର ସହିତ ନିର୍ଭରଶୀଳ ରହିଥାଏ । ତେବେ ଆଜିକାଲି ଲୋକେ ବ୍ୟସ୍ତବହୁଳ ଜୀବନ ମଧ୍ୟରେ କିଛି ଲୋକ ନିଜ ଶରୀର ର ଯତ୍ନ ନେବାକୁ ଭୁଲି ଯାଉଛନ୍ତି ଆଉ କିଛି ନିଜ ଶରୀର ର ଯତ୍ନ ପାଇଁ କିଛିବି କରି ଯାଉଛନ୍ତି ।

ଏହି ଦୁଇ ପ୍ରକାରର ଲୋକ ବର୍ତ୍ତମାନ ଦୁନିଆରେ ଦେଖା ଯାଉଛନ୍ତି । କିନ୍ତୁ ବାସ୍ତବ କଥା ଏହା ଯେ ନିଜର ଇଚ୍ଛା ଯାହା ସେପରି ଖାଦ୍ୟ ଖାଇବା ଉଚିତ କିନ୍ତୁ ଶରୀର ପ୍ରତି ଅତ୍ୟାବଶ୍ୟକ ଜିନିଷ ମଧ୍ୟ ଖାଇବା ଉଚିତ । ଯେପରିକି ବର୍ତ୍ତମାନ କରୋନା ସମୟରେ ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ କ୍ଷମତା କମ ରହିଛି । ଯେଉଁ କାରଣରୁ ଏହି ଭୂତାଣୁ ସହିତ ଲଢ଼ିବାକୁ ସକ୍ଷମ ହୋଇ ପାରୁ ନାହାଁନ୍ତି ଏବଂ ଏଥିପାଇଁ ଅନେକ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି ।

ଶରୀରକୁ ଠିକ ଭାବରେ ପରିଚାଳନା କରିବା ପାଇଁ ଏବଂ ରୋଗ ପ୍ରତିରୋଧକ କ୍ଷମତା କୁ ବୃଦ୍ଧି କରିବା ପାଇଁ ଆମକୁ ନିଜର ଖାଦ୍ୟ ଉପରେ ଯତ୍ନବାନ ହେବା ଉଚିତ ଏହା ସହିତ ଶାରୀରିକ ବ୍ୟାୟାମ ଯୋଗ ମଧ୍ୟ କରିବା ଉଚିତ । ତେବେ ଆଜି ଆମେ ଆପଣଙ୍କୁ ଆଉ କିଛି ଜରୁରୀ ତଥ୍ୟ ଦେବୁ ଯାହାକି ଆପଣଙ୍କ ଶରୀର ସମ୍ବନ୍ଧୀୟ ମଧ୍ୟ । ତେବେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଆମ ଶରୀରର ପ୍ରତ୍ୟେକ ପର୍ଯ୍ୟାୟରେ ଶରୀରର ଓଜନ ଭିନ୍ନ ଭିନ୍ନ ହେବା ଉଚିତ । ବୟସ ଅନୁସାରେ ନିର୍ଦିଷ୍ଟ ଓଜନ ନରହିଲେ ଶରୀର ବାହ୍ୟ ରୋଗ ସହିତ ମୁକାବିଲା କରି ପାରିବ ନାହିଁ ।

 

ସେହି ଅନୁସାରେ ଜଣେ ଜନ୍ମ ବେଳର ଶିଶୁ ପୁତ୍ରର ଓଜନ ୩.୩ କିଲୋ ଏବଂ ଶିଶୁ କନ୍ୟାର ଓଜନ ୩.୨ କିଲୋ ହେବା ନିତାନ୍ତ ଜରୁରୀ ଅଟେ । ୬ ରୁ ୮ ମାସ ମଧ୍ୟରେ ଶିଶୁ ପୁତ୍ରର ଓଜନ ୭.୮ କିଲୋ ଓ ଶିଶୁ କନ୍ୟାଙ୍କ ଓଜନ ୭.୨ କିଲୋ । ପୁଣି ଏକ ବର୍ଷ ପରେ ପୁଅର ଓଜନ ୧୦.୨ ରହିବା ସହିତ କନ୍ୟାର ଓଜନ ୯.୫ କିଲୋ ରହିବା ଉଚିତ । ୨ ବର୍ଷ ପରେ ପୁଅ ପିଲାଙ୍କ ଓଜନ ୧୨.୩ କିଲୋ ଏବଂ କନ୍ୟାର ଓଜନ ୧୧.୮ କିଲୋ ରହିବା ଆବଶ୍ୟକ ଅଟେ । ୫ ବର୍ଷର ପୁଅର ଓଜନ ୧୮.୭ ଏବଂ ଝିଅର ଓଜନ ୧୭ କିଲୋ ରହିବା ଉଚିତ । ୧୦ ବର୍ଷର ପୁଅ ର ଓଜନ ୩୧.୪ କିଲୋ ଓ ଝିଅଙ୍କ ଓଜନ ୩୨.୫ କିଲୋ ରହିବା ଉଚିତ ।

ପୁଣି ୧୨ ବର୍ଷ ପୁଅର ଓଜନ ୩୭ କିଲୋ ଏବଂ ଝିଅର ଓଜନ ୩୮.୭ କିଲୋ ରହିବା ଉଚିତ ଏବଂ ପୁଅ ୧୪ ବର୍ଷୀୟ ହୋଇଗଲେ ତାର ଓଜନ ୪୭ ଏବଂ ଝିଅ ୪୮ କିଲୋ ରହିବା ଉଚିତ । ୧୮ ବର୍ଷର ଯୁବକ ଙ୍କ ଓଜନ ୬୨.୬ କିଲୋ ଏବଂ ଯୁବତୀ ଙ୍କ ଓଜନ ୫୪ କିଲୋ ରହିବା ଉଚିତ । ୩୦ ବର୍ଷରୁ ୩୯ ବର୍ଷ ପର୍ଯ୍ୟନ୍ତ ପୁରୁଷଙ୍କ ଓଜନ ୭୦.୨ ଏବଂ ମହିଳାଙ୍କ ଓଜନ ୫୮.୫ କିଲୋ ରହିବା ଆବଶ୍ୟକ ହୋଇଥାଏ । ୪୦ ରୁ ୫୦ ବର୍ଷୀୟ ପୁରୁଷଙ୍କ ଓଜନ ୭୫.୬ ଏବଂ ମହିଳାଙ୍କ ଓଜନ ୬୨ କିଲୋ ଓ ୫୦ ରୁ ୬୦ ବର୍ଷୀୟ ପୁରୁଷଙ୍କ ଓଜନ ୮୦.୬ ଏବଂ ମହିଳାଙ୍କ ଓଜନ ୬୧ କିଲୋ ରହିବା ଉଚିତ ।

ବୟସ ଅନୁଯାୟୀ ଏପରି ନିର୍ଦିଷ୍ଟ ଓଜନ ନରହିଲେ ଅନେକ ପ୍ରକାରର ରୋଗ ମଧ୍ୟ ଶରୀରକୁ ଆକ୍ରମଣ କରିପାରେ । ତେଣୁ ଆମେ କାମ କରିବା ସହିତ ନିଜ ଶରୀର ପାଇଁ ଉପଯୁକ୍ତ ଖାଦ୍ୟ ଏବଂ ଓଜନ ପ୍ରତି ଦୃଷ୍ଟି ଦେବା ଉଚିତ । ଅଧିକ ଓଜନ ମଧ୍ୟ ଶରୀର ପାଇଁ ଉପଯୁକ୍ତ ହୋଇ ନଥାଏ ।

 

Related Articles

Leave a Reply

Your email address will not be published. Required fields are marked *

Back to top button