IBN ଓଡ଼ିଶା ବ୍ୟୁରୋ

ସିନ୍ଦୁର ଡବାରେ ରଖିଦିଅନ୍ତୁ ଏହି ଗୋଟେ ଜିନିଷ ସ୍ୱାମୀ ହେବେ ଧନବାନ୍, ମିଳିବ ସୁଖଶାନ୍ତି

ସୂଚନା ଅନୁସାରେ ହିନ୍ଦୁ ଧର୍ମ ଅନୁସାରେ ପ୍ରତ୍ଯେକ ବିବାହିତ ମହିଳା ମାନଙ୍କର ଜୀବନରେ ସିନ୍ଦୁରର ଏକ ଖାସ୍ ମହତ୍ଵ ରହିଅଛି । ସିନ୍ଦୁରକୁ ବିବାହିତ ମହିଳା ମାନଙ୍କର ସୁହାଗର ପ୍ରତୀକ ରୂପେ ଧରାଯାଇଥାଏ । ବିବାହ ସମୟରେ ସ୍ଵାମୀ ତାର ସ୍ତ୍ରୀକୁ ସିନ୍ଦୁର ଲଗାଇବାର ବିଦ୍ଧି ରହିଅଛି । ଏହାପରେ ବିବାହ କର୍ମ ସଂପୂର୍ଣ୍ଣ ହୋଇଥାଏ । ପ୍ରତ୍ଯେକଟି ବିବାହିତ ମହିଳା  ତାଙ୍କର ସ୍ବାମୀର ଦୀର୍ଘାୟୁ ପାଇଁ ତାଙ୍କ ମଥାରେ ପ୍ରତିଦିନ ସିନ୍ଦୁର ଲଗାଇଥାନ୍ତି । ଏହି ସିନ୍ଦୁର ଲଗାଇବାର କିଛି ବିଶେଷ ନିୟମମାନ ରହିଅଛି ।

 

ଯେଉଁମାନେ ଏହି ନିୟମର ପାଳନ କରିନଥାନ୍ତି । ସେହି ସ୍ତ୍ରୀ ମାନଙ୍କର ସ୍ଵାମୀମାନଙ୍କୁ ଏହାର ପରିଣାମ ଭୋଗିବା ପାଇଁ ପଡିଥାଏ। ସ୍ବାମୀମାନଙ୍କର ଧନ ହାନୀ ହେବା ସହିତ ସ୍ଵାସ୍ଥ ସମ୍ବଦ୍ଧୀୟ ସମସ୍ଯାର ସମ୍ମୁଖୀନ ହେବା ପାଇଁ ପଡିଥାଏ। ବିବାହିତ ମହିଳା ମାନଙ୍କୁ ସବୁବେଳେ ନିଜ ଟଙ୍କାରେ ସିନ୍ଦୁର କିଣି ଲଗାଇବା ଉଚିତ ହୋଇଥାଏ । ପର ଧନରେ ସିନ୍ଦୁର କିଣି ଲଗାଇବା ଶୁଭ ହୋଇନଥାଏ।

ଯେକୌଣସି ପରିସ୍ଥିତିରେ ମଧ୍ୟ ଅନ୍ୟ କାହାର ସିନ୍ଦୁରକୁ ନିଜ ମଥାରେ ଧାରଣ କରିବା ଉଚିତ ହୋଇନଥାଏ । ଏପରି କରୁଥିବା ମହିଳାମାନଙ୍କର ସ୍ଵାମୀର ଧନ ହାନୀ ହେବାର ସମ୍ଭାବନା ରହିଥାଏ । ବିବାହ ସମୟରେ ଯଦି ଆପଣଙ୍କୁ କେହି ସିନ୍ଦୁର ଫରୁଆ ଉପହାର ସ୍ୱରୂପ ଦେଇଥାଏ । ତେବେ ସେହି ସିନ୍ଦୁର ଲଗାଇବାରୁ ବଞ୍ଚିତ ରୁହନ୍ତୁ । କାରଣ ଶାସ୍ତ୍ର ଅନୁସାରେ ଉପହାରରେ ମିଳିଥିବା ସିନ୍ଦୁରକୁ ଲଗାଇବା ଅଶୁଭ ହୋଇଥାଏ ।

 

ସବୁଦିନ ଗାଧୋଇସାରି ପୂଜା ପାଠ କରିସାରିଲା ପରେ ନିଜ ମଥାରେ ସିନ୍ଦୁର ଲଗାନ୍ତୁ । ସିନ୍ଦୁର ଲଗାଇଲା ବେଳେ ନିଜ ସ୍ବାମୀର ସଫଳତା ଓ ମଙ୍ଗଳ କାମନା କରି ସିନ୍ଦୁର ଲଗାଇବା ଉଚିତ ହୋଇଥାଏ । ମା ପାର୍ବତୀଙ୍କୁ ସିନ୍ଦୁର ଲଗାଇବା ବେଳେ ଧ୍ୟାନରେ ରଖି ସିନ୍ଦୁର ଲଗାନ୍ତୁ । ଏହାଦ୍ବାରା ମା ପାର୍ବତୀ ଆପଣଙ୍କୁ ଅଖଣ୍ଡ ସ୍ଵଭାଗ୍ୟବତୀ ହେବାର ଆଶ୍ରୀବାଦ ପ୍ରଦାନ କରିଥାନ୍ତି । ପିରିଅଡ୍ ସମୟରେ କେବେ ମଧ୍ୟ ସିନ୍ଦୁର ଲଗାଇବା ଠିକ ହୋଇନଥାଏ ।

ଏହାଦ୍ବାରା ସିନ୍ଦୁରର ଅପମାନ ହୋଇଥାଏ । ସିନ୍ଦୁରକୁ କେବେ ତଳେ ପଡିବା ପାଇଁ ଦିଅନ୍ତୁ ନାହିଁ । କାରଣ ସିନ୍ଦୁର ତଳେ ବିଞ୍ଚି ହୋଇଯିବା ଦ୍ଵାରା ଘରେ ଅମଙ୍ଗଳ ହୋଇଥାଏ । ଯଦି ଭୁଲ୍ ରେ କେବେ ସିନ୍ଦୁର ଢାଳି ହୋଇଯାଇଥାଏ । ତେବେ ସିନ୍ଦୁରକୁ ଏକାଠି କରି ତୋଳି ଦିଅନ୍ତୁ ଓ ମା ପାର୍ବତୀଙ୍କୁ କ୍ଷମା ପାର୍ଥନା କରନ୍ତୁ । ଯାହା ଦ୍ଵାରା ଆପଣଙ୍କ ଘର ପ୍ରତି ଆସୁଥିବା ବିପତ୍ତି ଟଳି ଯାଇଥାଏ ।  କାହା ଆଗରେ ସିନ୍ଦୁର ଲଗାନ୍ତୁ ନାହିଁ ।

 

ସବୁବେଳେ ନିଜ ମୁଣ୍ଡରେ ଓଢଣା ଦେଇ ସିନ୍ଦୁର ଲଗାନ୍ତୁ । ସବୁବେଳେ ଶୁଖିଲା ସିନ୍ଦୁରକୁ ଲଗାନ୍ତୁ । କେବେହେଲେ କୁଙ୍କୁମ ସିନ୍ଦୁରକୁ ଲଗାନ୍ତୁ ନାହିଁ । ସିନ୍ଦୁରକୁ ଝିଙ୍କ କଣ୍ଟା, ରୂପା କାଠି କିମ୍ବା ହଳଦୀ କାଠି ଦ୍ଵାରା ନିଜ ମଥାରେ ଲଗାନ୍ତୁ । ଯେଉଁ ମହିଳାମାନେ ନିଜ ସିନ୍ଦୁରକୁ କେଶ ମଧ୍ୟରେ ଲୁଚେଇ ରଖିଥାନ୍ତି । ତାଙ୍କ ସ୍ଵାମୀ ସମାଜରେ କେବେ ପ୍ରତିଷ୍ଟିତ ହୋଇପାରନ୍ତି ନାହିଁ । ସିନ୍ଦୁରକୁ ସବୁବେଳେ ନାକ ସିଧାରେ ମଥାରେ ଲଗାଇବା ଉଚିତ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button