IBN ଓଡ଼ିଶା ବ୍ୟୁରୋ

ଘରର କାନ୍ଥ କିମ୍ବା ଛାତରେ ଅଶ୍ଵସ୍ଥ ଗଛ ଉଠିଲେ ଦେଇଥାଏ କେଉଁ ପ୍ରକାର ସଂକେତ ? ଜାଣନ୍ତୁ ଏହାକୁ କିପରି ଓପାଡିବେ ?

ସୂଚନା ଅନୁସାରେ ଯେଉଁ ବ୍ୟକ୍ତି ଅଶ୍ଵସ୍ଥ ଗଛକୁ ଲଗାଇଥାଏ ଓ ତାହାର ବିଦ୍ଧି ବଦ୍ଧ ଭାବରେ ସେବା କରିଥାଏ । ସେହି ବ୍ୟକ୍ତି ପର ଲୋକରେ ଭଗବାନ ଶ୍ରୀକୃଷ୍ଣଙ୍କର ସାନିଧ୍ୟ ଲାଭ କରିଥାନ୍ତି । ଏହି ଅଶ୍ଵସ୍ଥ ଗଛର ମହିମା ବିଷୟରେ ହିନ୍ଦୁ ଧର୍ମ ତଥା ସନାତନ ଧର୍ମରେ ବିଶେଷ ଭାବେ ଉଲ୍ଲେଖିତ ହୋଇଅଛି । ଶ୍ରୀମଦ ଭଗବତ ଗୀତାରେ ମଧ୍ୟ ଭିବୁତି ଯୋଗରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି । ସମସ୍ତ ବୃକ୍ଷ ମାନଙ୍କ ମଧ୍ୟରେ ଅଶ୍ଵସ୍ଥ ଗଛ ହେଉଛି ଶ୍ରେଷ୍ଠ ବୃକ୍ଷ ।

 

ଶାସ୍ତ୍ର ଅନୁସାରେ ପ୍ରଭୁ ହରିଙ୍କର ସ୍ୱରୂପ ଅଶ୍ଵସ୍ଥ ଗଛରେ ଦେଖିବାକୁ ମିଳିଥାଏ । ତେଣୁ ଏହି ଅଶ୍ଵସ୍ଥ ଗଛକୁ ଲଗାଇ ଯେଉଁମାନେ ଏହାର ସେବା ଯତ୍ନ କରିଥାନ୍ତି । ସେମାନେ ନିହାତି ଭାବରେ ଭଗବାନ ନାରାୟଣଙ୍କ ପ୍ରିୟ ହୋଇଥାନ୍ତି । ଏହା ସହିତ ସେହି ବ୍ୟକ୍ତିର ଧନ, ଆୟୁ, ଯଶ ସମୃଦ୍ଧି ବୃଦ୍ଧି ହୋଇଥାଏ । ପିତୃ ପୁରୁଷମାନେ ନର୍କରୁ ଉଦ୍ଧାର ପାଇଥାନ୍ତି ଏବଂ ସେହି ପିତୃ ପୁରୁଷ ମାନଙ୍କୁ ମୋକ୍ଷ ପ୍ରାପ୍ତ ହୋଇଥାଏ ।

ଯଦି ଆପଣଙ୍କ ଘରର କାନ୍ଥ କିମ୍ବା ଛାତରେ ଅଶ୍ଵସ୍ଥ ଗଛ ଉଠିଥିବାର ଦେଖିବେ । ତେବେ ଆପଣମାନେ ଜାଣି ରଖିବା ଉଚିତ କି ଘରେ ପିତୃ ଦୋଷ ରହିଛି । ତେଣୁ ଯେଉଁ ଘରେ ପିତୃ ଦୋଷ ଥାନ୍ତି, ସେହି ଘରେ ସ୍ଵତଃ ଭାବରେ ଅଶ୍ଵସ୍ଥ ଗଛ ଉଠିଯାଇଥାଏ । ଯେହେତୁ ଅଶ୍ଵସ୍ଥ ଏକ ଦେବ ବୃକ୍ଷ ସେଥିପାଇଁ ସେହି ଗଛକୁ ଆପଣ ସଙ୍ଗେ ସଙ୍ଗେ ଉପାଡିବା ଉଚିତ ହୋଇନଥାଏ ।

 

ସେଥିପାଇଁ ରବିବାର ଦିନ ଏକ ଉପଚାର କରନ୍ତୁ ।ରବିବାର ଦିନ ସକାଳ ୧୨ଟା ବେଳକୁ ଲେମ୍ବୁ ଓ କଞ୍ଚା ଲଙ୍କା ଅଶ୍ଵସ୍ଥ ଗଛ ପାଖରେ ଥୋଇ ଗଛକୁ ପ୍ରଣାମ କରିବେ । ତାପରେ ସେହି ଦିନ ଅପରାହ୍ନ ୪ଟା ବେଳକୁ ଆପଣ ଅଶ୍ଵସ୍ଥ ବୃକ୍ଷ ପାଖକୁ ପୁନଶ୍ଚ ଯାଇ ସେହି ଗଛକୁ ହାତ ଯୋଡି କହିବେ, ହେ ବୃକ୍ଷ ଦେବତା ଆପଣଙ୍କୁ ମୁଁ ବିସର୍ଜନ କରିବା ପାଇଁ ଯାଉଅଛି ।

ଏହା କହି ଆପଣ ସେହି ଗଛକୁ ଉପାଡିବେ ଯଦି ଗଛ ମୂଳରୁ ଉପୁଡି ଯାଇଥାଏ । ତେବେ ତାହାକୁ ଆପଣ ଘରୁ ଉପାଡି କୌଣସି ଏକ ଜାଗାରେ ପୁନଶ୍ଚ ଲଗାଇ ତାହାର ସେବା କରିବେ । ଯଦି ଉପୁଡିବା ସମୟରେ ସେହି ଗଛର ମୂଳ ଛିଡିଯାଇଥାଏ ।

 

ତେବେ ସେହି ଗଛକୁ ନେଇ ଜଳରେ ଭସାଇ ଦେବେ । ସେହି ଜାଗାରେ ରଖିଥିବା ଲେମ୍ବୁ ଓ ଲଙ୍କାକୁ ଆପଣ ସେହି ସ୍ଥାନରେ ରହିବା ଦିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ଥିବା ପିତୃ ଦୋଷ କଟିଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button