କ’ଣ ଆପଣ କେବେ ବାସି ରୁଟିର ସେବନ କରିଛନ୍ତି ! ବାସି ରୁଟି ଖାଇବା ଦ୍ଵାରା ଶରୀରକୁ ମିଳିଥାଏ ଅନେକ ଫାଇଦା
ସମସ୍ତଙ୍କ ଘରେ ରୁଟି ପ୍ରସ୍ତୁତ ହୋଇ ଖିଆଯାଇଥାଏ । ତେବେ ଅଧିକାଂଶ ଲୋକଙ୍କ ଘରେ ରାତିରେ ଯଦି ଅଧିକ ରୁଟି ପ୍ରସ୍ତୁତ ହୋଇଯାଇଥାଏ । ତେବେ ସେମାନେ ସକାଳୁ ସେହି ବାସି ରୁଟିକୁ ଫିଙ୍ଗି ଦେଇଥାନ୍ତି । ଯାହା ଦ୍ଵାରା ଖାଦ୍ୟର ଅପଚୟ ହୋଇଥାଏ । ହେଲେ ବାସୀ ରୁଟିକୁ ନଫୋପାଡି ତାହାକୁ ମଧ୍ୟ ସେବନ କରିପାରିବେ । ତେବେ ବାସୀ ରୁଟି ଖାଇବା ଦ୍ଵାରା ଶରୀରକୁ କେଉଁ ସବୁ ସ୍ଵାସ୍ଥଗତ ଫାଇଦା ମିଳିଥାଏ ଚାଲନ୍ତୁ ସେ ସମ୍ପର୍କରେ ଆଲୋଚନା କରିବା ।
1-ବାସୀ ରୁଟିରେ ଅଧିକ ଫାଇବର ରହିଥାଏ । ଯାହାକି ଆମ ସ୍ଵାସ୍ଥ ପକ୍ଷେ ଭଲ ହୋଇଥାଏ । ଯାହା ଦ୍ଵାରା ସକାଳୁ ବାସି ରୁଟି ଖାଇବା ଦ୍ଵାରା ଦିନ ମାନ ଆମକୁ ବାରମ୍ବାର ଭୋକ ଲାଗିନଥାଏ । 2- ଯେଉଁ ମାନଙ୍କ ଓଜନ ଅଧିକ ବଢିଯିବା ଯୋଗୁ ମୋଟାପଣର ଶିକାର ହୋଇଥାନ୍ତି । ସେମାନେ ବାସୀରୁଟିକୁ ଖାଇବା ଦ୍ଵାରା ସେମାନଙ୍କ ମୋଟାପଣ ଧୀରେ ଧୀରେ କମିବାକୁ ଲାଗିଥାଏ ।
3- ବାସୀ ରୁଟି ଖାଇବା ଦ୍ଵାରା ଶରୀରରେ ହଜମ ପ୍ରକ୍ରିୟା ଭଲ ରହିଥାଏ । ଖାଦ୍ୟ ଭଲ ଭାବେ ହଜମ ହୋଇବା ଦ୍ଵାରା ପେଟ ଜନିତ ବିଶେଷ କିଛି ସମସ୍ଯା ମଧ୍ୟ ଭୋଗିବାକୁ ପଡିନଥାଏ । କାରଣ ବାସୀ ରୁଟିରେ ଫାଇବରର ପରିମାଣ ରହିଥିବାରୁ ଏହା ଖାଦ୍ୟକୁ ପେଟ ମଧ୍ୟରେ ଭଲ ଭାବେ ପଚନ କରାଇଦେଇଥାଏ । ଯାହା ଦ୍ଵାରା ପେଟ ସୁସ୍ଥ ରହିବା ସହ ସଂପୂର୍ଣ୍ଣ ଶରୀର ମଧ୍ୟ ସୁସ୍ଥ ରହିଥାଏ । କାରଣ ଅଧିକାଂଶ ସମସ୍ଯା ପେଟ ଖରାପ କାରଣରୁ ହିଁ ଶରୀରରେ ଦେଖିବାକୁ ମିଳିଥାଏ ।
4- ବାସୀ ରୁଟି ଖାଇବା ଦ୍ଵାରା ଶରୀକୁ ଭଲ ଶକ୍ତି ମଧ୍ୟ ମିଳିଥାଏ । ଯାହା ଦ୍ଵାରା ବ୍ୟକ୍ତି ଟିକେ ଛାଡି ଟିକେ ଭୋକିଲା ଅନୁଭବ କରିନଥାଏ । ବ୍ୟକ୍ତିକୁ ଆଳସ୍ୟ ନଲାଗିବା କାରଣରୁ ସେ ନିଜର କାମ ଉପରେ ମଧ୍ୟ ଭଲ ଭାବେ ଫୋକୋଷ କରିପାରେ । 5- ବର୍ତ୍ତମାନର ଅଧିକାଂଶ ଲୋକ ବ୍ଲଡ଼ପ୍ରେସର ସମସ୍ଯାରେ ପୀଡିତ ରହିଛନ୍ତି । ସେହି ବ୍ୟକ୍ତି ମାନେ ଯଦି ସକାଳୁ ବାସି ରୁଟିର ସେବନ କରିବେ । ତେବେ ତାଙ୍କର ବ୍ଲଡ଼ପ୍ରେସର ନିୟନ୍ତ୍ରିତ ହୋଇ ରହିବ ।
6- ଡାଇବେଟିସରେ ପୀଡିତ ବ୍ୟକ୍ତି ମାନେ ବାସୀ ରୁଟିର ସେବନ ଦ୍ଵାରା ତାଙ୍କୁ ମଧ୍ୟ ଏଥିରୁ ଲାଭ ମିଳିପାରିଥାଏ । ଯାହା ଦ୍ଵାରା ସୁଗାରର ଲେଭଲ କଣ୍ଟ୍ରୋଲ ହୋଇ ରହିଥାଏ । ବନ୍ଧୁଗଣ ବାସୀ ରୁଟିକୁ କ୍ଷୀର ସହ ଖାଇବା ଦ୍ଵାରା ତାହାର ଉତ୍ତମ ଫାଇଦା ଆମ ଶରୀରକୁ ମିଳିଥାଏ ।
ଦୁର୍ବଳ ପତଳା ଲୋକ ମଧ୍ୟ କ୍ଷୀର ସହ ବାସି ରୁଟିର ସେବନ କରିବା ଦ୍ଵାରା ତାଙ୍କ ଶରୀର ଓ ଚେହେରା ସୁସ୍ଥସବଳ ଓ ହୃଷ୍ଠପୃଷ୍ଠ ହୋଇଯାଇଥାଏ ।