IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଘରେ କିପରି ଓ କେଉଁ ଧାତୁର କଇଁଛ ରଖିବା ଦ୍ଵାରା ଘର ପାଇଁ ଶୁଭ ହୋଇଥାଏ ? ଆର୍ଥିକ ସ୍ଥିତି ଭଲ ରହିଥାଏ…

କଇଁଛକୁ ଘରେ, ଦୋକାନ କିମ୍ବା ଅଫିସର କେଉଁ ସ୍ଥାନରେ ରଖିଲେ ଶୁଭ ହୋଇଥାଏ । ଧର୍ମଶାସ୍ତ୍ର ଓ ବାସ୍ତୁଶାସ୍ତ୍ରରେ କଇଁଛ ବା କଇଁଛର ପ୍ରତିମାକୁ ଘରେ ରଖିବାକୁ ଶୁଭ ବୋଲି କୁହାଯାଇଥାଏ । ଯେଉଁ ଘରେ କଇଁଛ ରହିଥାଏ । ସେହି ଘରେ ମା’ ଲକ୍ଷ୍ମୀ ମଧ୍ୟ ବିରାଜମାନ କରିଥାନ୍ତି । କାରଣ କଇଁଛ ହେଉଛି ଭଗବାନ ନାରାୟଣଙ୍କର ଏକ ରୂପ । ତେଣୁ ଘରେ କଇଁଛକୁ ରଖିବା ସହ ତାହାର ଯତ୍ନ ନେଇ ତାହାକୁ ଯେତେ ଯେତେ ବଡ କରାଯାଇଥାଏ । ଘରର ଧନସମ୍ପତ୍ତି ମଧ୍ୟ ସେତେ ଅଧିକ ବଢିଥାଏ ବୋଲି ମାନ୍ୟତା ରହିଛି ।

ତେବେ କଇଁଛକୁ ରଖିବା ଯଦିଓ ଏତେ ଅଧିକ ସମ୍ଭବ ହୋଇନଥାଏ । ତେଣୁ କଇଁଛର ମୂର୍ତ୍ତିକୁ ଘରେ ଆଣିବା ଦ୍ଵାରା ମଧ୍ୟ ଘରର ଶୁଭ ହୋଇଥାଏ । 1- ଘରେ, ଅଫିସ ବ ଦୋକାନରେ କଇଁଛକୁ ଉତ୍ତର, ପୂର୍ବ ଦିଗ କିମ୍ବା ଉତ୍ତରପୂର୍ବ କୋଣରେ ରଖିବାକୁ ବହୁତ ଶୁଭ ବୋଲି ମନାଯାଇଥାଏ । କଇଁଛର ମୁହଁକୁ ମଧ୍ୟ ଉତ୍ତରପୂର୍ବ କୋଣ ଅର୍ଥାତ ଐଶାନ୍ୟ କୋଣକୁ କରି ରଖିବା ଉଚିତ । କବାଟ କି ମୁଖ୍ୟଦ୍ଵାର ପଟକୁ କଇଁଛର ମୁଖ ରଖନ୍ତୁ ନାହିଁ ।

କଇଁଛକୁ ଏକ ପାତ୍ର ମଧ୍ୟରେ କିଛି ପାଣି ଦେଇ ରଖିବା ଉଚିତ । ପ୍ରତିଦିନ ଗତକାଲିର ପୁରୁଣା ପାଣିକୁ କାଢି ସେହି ପାତ୍ରରେ ପୁଣି ଥରେ ଭଲ ପାଣି ରଖିବେ । କଇଁଛଟି ସେହି ପାଣି ମଧ୍ୟରେ ଯେପରି ଅଧା ବୁଡିକି ରହିବ ସେଥିପ୍ରତି ମଧ୍ୟ ଧ୍ୟାନ ରଖିବେ । ଗଙ୍ଗା କିମ୍ବା ଗଙ୍ଗାଜଳ ମିଶାଯାଇଥିବା ସାଧାରଣ ପାଣିରେ ମଧ୍ୟ କଇଁଛର ପ୍ରତିମାକୁ ରଖନ୍ତୁ ।

ଯେଉଁ କଇଁଛକୁ ବେଡ୍ ରୁମ୍ ରେ ରଖାଯାଇଥାଏ । ସେହି କଇଁଛ ରଖୁଥିବା ପାତ୍ରରେ ପାଣି ଦେବେନାହିଁ । ତାହାକୁ କେବଳ ପରିଷ୍କାର କପଡାରେ ପୋଛି ପରିଷ୍କାର କରି ରଖୁଥିବେ । 2- ସନ୍ତାନ ପ୍ରାପ୍ତିରେ ଅସୁବିଧା ହେଉଥିଲେ । କଇଁଛ ପିଠିରେ ଛୁଆ କଇଁଛ ବସିଥିବାର କଇଁଛ ମୂର୍ତ୍ତି ଆଣି ନିଜ ଶୟନ କକ୍ଷରେ ରଖିବା ଉଚିତ ।

3- ଯେଉଁ ବ୍ୟକ୍ତିର ଆର୍ଥିକ ସ୍ଥିତି ସବୁବେଳେ ଖରାପ ରହୁଥାଏ । ସେହି ବ୍ୟକ୍ତି କ୍ରିଷ୍ଟାଲ ଧାତୁର କଇଞ୍ଛ ଆଣି ଏକ କ୍ରିଷ୍ଟାଲ ଧାତୁର ପାତ୍ରରେ ପାଣି ଦେଇ ନିଜ ଘର, ଦୋକାନ କିମ୍ବା ଅଫିସରେ ରଖିବା ଦ୍ଵାରା ଧନ ଜନିତ ସମସ୍ଯା ଦୂର ହୋଇ ଆର୍ଥିକ କ୍ଷେତ୍ରରେ ବ୍ୟକ୍ତି ଉନ୍ନତି କରିଥାଏ । 4- ରୋଗବେମାରୀରେ ଘରର ସଦସ୍ୟ ବହୁ ସମୟରେ ପୀଡିତ ରହୁଥିଲେ । ଘରେ ମାଟିର କଇଁଛ ରଖିବା ଦ୍ଵାରା ପରିବାର ସଦସ୍ୟଙ୍କ ସ୍ଵାସ୍ଥବସ୍ତା ଭଲ ରହିଥାଏ ।

5- ପାଠ ତଥା କ୍ଯାରିଅରରେ ଉନ୍ନତି କରିବାକୁ ଚାହୁଁଥିଲେ ପିତ୍ତଳର କଇଁଛକୁ ପିତ୍ତଳର ପାତ୍ରରେ ପାଣି ଦେଇ ରଖିବା ଦ୍ଵାରା ବିଦ୍ୟାର୍ଥୀକୁ ଉତ୍ତମ କ୍ଯାରିଅର ପ୍ରାପ୍ତ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button