ଆପଣଙ୍କ ଘର ଆଖପାଖରେ ଅଛି କି ବ୍ରାହ୍ମୀ ବୁଟୀ ବୃକ୍ଷ ! ଜାଣନ୍ତୁ ଏହାର ଚମକାଇ ଦେବା ଭଳି ଫାଇଦା !
, ମଣିଷ ଜ୍ଞାନର ବୃଦ୍ଧି କରିବା ପାଇଁ ଏବଂ ସ୍ମରଣ ଶକ୍ତିକୁ ପ୍ରଖର କରିବା ପାଇଁ ସମସ୍ତ ଲୋକେ କେବଳ ଗୋଟିଏ ବୃକ୍ଷର ନାମ ନେଇଥାନ୍ତି ତାହା ହେଉଛି ବ୍ରାହ୍ମୀ ବୃକ୍ଷ । ଏହି ଗଛର ପତ୍ର ଉପଯୋଗୀ ଅଟେ । ଯଦି ପିଲା ପାଠ ପଢାରେ କମ ଥାନ୍ତି ତେବେ ତାଙ୍କୁ କୁହାଯାଏ ବ୍ରାହ୍ମୀ ଗଛର ପତ୍ରକୁ ଖାଇବା ପାଇଁ । ଏହାଦ୍ଵାରା ତୀକ୍ଷଣ ବୁଦ୍ଧି ଆସିଥାଏ । ତେଣୁ ବୁଦ୍ଧିକୁ ପ୍ରଖର କରିବା ପାଇଁ କିଭଳି ଭାବରେ ଆପଣ ବ୍ରାହ୍ମୀ ଗଛର ପତ୍ରକୁ ବ୍ୟବହାର କରିବେ ଏହା ସମ୍ପର୍କରେ ଡେରି ନକରି ଆସନ୍ତୁ ଜାଣିବା ।
ବ୍ରାହ୍ମୀ ଗଛର ପତ୍ର ଭୌତିକ ଜ୍ଞାନ ବଢାଇବାରେ ସବୁଠାରୁ ଅଧିକ ଫାଇଦା ଆଣିଦେଇଥାଏ । କିଛି ପିଲା ଥାନ୍ତି ଯେଉଁମାନେ କେବଳ 15, 20 ମିନିଟ ପଢିଲେ ହିଁ ସବୁକିଛି ସେମାନନଙ୍କର ମନେ ରାହିଯାଏ । ଆଉ କିଛି ପିଲା ଥାନ୍ତି ଦିନ ରରାଟୀ ପଢିବା ପରେ ମଧ୍ୟ ତାଙ୍କର ପାଠ ମନେରୁହେ ନାହିଁ । କାରଣ ତାଙ୍କର ସ୍ମରଣ ଶକ୍ତି କମ ଥାଏ ।
ଯଦି କାହାର ମାନସିକ ସ୍ଥିତି ଭଲ ନଥାଏ କିମ୍ବା ପାଗଳ ହୋଇଥାନ୍ତି ସେଥିପାଇଁ ମଧ୍ୟ ବ୍ରାହ୍ମୀ ପତ୍ର ବେସ ଲାଭକାରୀ ହୋଇଥାଏ । ମସ୍ତିସ୍କ ସହ ଜଡିତ ଯାହା ବି ସବୁ ରୋବ ବୈରାଗ ରହିଥାଏ ସେହି ସବୁର ନିରାକରଣ ପାଇଁ ବ୍ରାହ୍ମୀ ହିଁ ସର୍ବ ପ୍ରଥମ ଉପଚାର ଅଟେ । ଆପଣଙ୍କ ଶରୀରରେ ଆଘାତ ଲାଗିଯାଏ ତେବେ ଏହି ପତ୍ରକୁ ବାଟି ଆପଣ ସେହି ସ୍ଥାନରେ ଲଗାଇବା ଦ୍ଵାରା ଆପଣଙ୍କ ଘା ଭଲ ହୋଇଯାଇଥାଏ ।
ଏହାସହିତ ଆପଣ ବ୍ରାହ୍ମୀ ପତ୍ରର ପେଷ୍ଟ ପ୍ରସ୍ତୁତ କରି ଆପଣଙ୍କ କେଶରେ ଲଗାଇପାରିବେ । ଏହାଦ୍ବାରା ଆପଣଙ୍କ କେଶର ସମସ୍ୟା ଦୂର ହୋଇଯାଇଥାଏ । 4 ରୁ 5 ଟି ପତ୍ରର ରସ ବାହାର କରିଦିଅନ୍ତୁ । ଏହାପରେ ଆପଣ ଏହାର ସେବନ କରିପାରିବେ । କିମ୍ବା ଆପଣ ଏହି ବ୍ରାହ୍ମୀ ପତ୍ରକୁ କଞ୍ଚା ମଧ୍ୟ ଖାଇପାରିବେ । ଆପ ଏହି ପତ୍ରକୁ ଖାଉଥିବା ସାଲାଡରେ ମଧ୍ୟ ପକାଇ ନେଇପାରିବେ ।