ଦେଶ

୮ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ନାବାଳକ – Ibnodisha

[ad_1]

ରାଉରକେଲା: ସୁନ୍ଦରଗଡ଼ରେ ଲଜ୍ଜା । ଆଠ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ନାବାଳକ । ଘରେ କେହି ନଥିବାରୁ ସୁଯୋଗ ନେଇ ଅଭିୟୁକ୍ତ ନାବାଳକ ଜଣକ ଏହି ନିନ୍ଦନୀୟ ଘଟଣା ଘଟାଇଥିବା ସୂଚନା ମିଳିଛି । ପୀଡ଼ିତାଙ୍କ ମାଆ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ନାବାଳିକାଙ୍କ ଡାକ୍ତରୀ ମାଇନା କରିଛି । ଏହାପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଏହି ଘଟଣା ସୁନ୍ଦରଗଡ଼ ସହରାଞ୍ଚଳରେ ଘଟିଯାଇଛି । ପୀଡ଼ିତାଙ୍କ ପିତାଙ୍କ ଗତ ବର୍ଷ ଦେହାନ୍ତ ହୋଇଥିଲା । ଏହାପରେ ବିଧବା ମାଆ ଝିଅକୁ ନେଇ ଏକା ରହୁଥିଲେ । ପୀଡ଼ିତାଙ୍କ ମାଆ ଦିନ ମଜୁରିଆ କାମ କରି ଘର ଚଳାଇଥାନ୍ତି । ତେବେ ପୀଡ଼ିତାଙ୍କ ମାଆ ସବୁ ଦିନ ପରି ନାବାଳିକା ଝିଅକୁ ଘରେ ଛାଡ଼ି କାମକୁ ଯାଇଥିଲେ । ଏହି ସମୟରେ ପଡ଼ୋଶୀ ଘରର ଅଭିଯୁକ୍ତ ନାବାଳକ ଘରେ କେହି ନଥିବାର ସୁଯୋଗ ନେଇ ଏଭଳି ନିନ୍ଦନୀୟ କାଣ୍ଡ ଭିଆଇଛି । କାମରୁ ଫେରିବା ପରେ ପୀଡ଼ିତାଠୁ ସବୁ ଶୁଣିବା ପରେ ଘଟଣା ସମ୍ପର୍କରେ ମହିଳା ଜଣକ ଅବଗତ ହୋଇଥିଲେ ।

ଏହାପରେ ପାଖ ପଡୋଶୀଙ୍କୁ ନାବାଳକ ପୁଅର କର୍ତ୍ତୃତ୍ୱ ସମ୍ପର୍କରେ କହିବା ପରେ ଓଲଟା ସେମାନେ ପାଟିତୁଣ୍ଡ କରିଥିବା ମହିଳା ଜଣକ କହିଛନ୍ତି । ଏପରିକି ଏନେଇ ଥାନାରେ ଅଭିଯୋଗ କରିବେ ବୋଲି ଅଭିଯୁକ୍ତର ପରିବାର ପକ୍ଷରୁ ପୀଡିତା ମାଆଙ୍କୁ ଧମକ ଦିଆଯାଇଥିଲା । ଏହାପରେ ପୀଡିତାଙ୍କ ମାଆ ସୁନ୍ଦରଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ନାବାଳିକା ଝିଅଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଥାନାରେ ଅଭିଯୋଗ ନକରିବାକୁ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ଧମକ ଦିଆଯାଉଥିବା ପୀଡ଼ିତର ମାଆ ଅଭିଯୋଗ କରିଛନ୍ତି । ପୀଡ଼ିତା ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ସୁନ୍ଦରଗଡ଼ ପୋଲିସ ଥାନାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କିଛି ଦିନ ତଳେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧୀନସ୍ଥ ଜଣେ ଦିବ୍ୟାଙ୍ଗ ନାବାଳିକା(୧୫) ମୋବାଇଲ ଦେଖୁଥିବା ସମୟରେ ସେହି ଗ୍ରାମର ୪ ଜଣ ଯୁବକ ବଳପୂର୍ବକ ଉଠାଇ ନେଇ ଦୁଷ୍କର୍ମ କରିଥିବା ଲିଖିତ ଅଭିଯୋଗ କରିଥିଲେ ପୀଡିତାଙ୍କ ମାଆ । ଏହି ଘଟଣାରେ ପୀଡ଼ିତାଙ୍କ ବଡ଼ବାପାଙ୍କ ପୁଅର ମଧ୍ୟ ସମ୍ପୃକ୍ତ ଥିବା ଅଭିଯୋଗ ଆସିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button