ମଣିପୁରରେ ଶାନ୍ତି ଫେରିଥିଲେ ପ୍ରଧାନମନ୍ତ୍ରୀ ଇମ୍ଫାଲରୁ ଭାଷଣ ଦିଅନ୍ତୁ: କଂଗ୍ରେସ ନେତା ଭକ୍ତ ଚରଣ ଦାସ – Ibnodisha

[ad_1]
ନୂଆଦିଲ୍ଲୀ: ୭୭ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଆଜି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ ଦେଇଛନ୍ତି | ଏହି ଅବସରରେ ବିଭିନ୍ନ ପ୍ରସଙ୍ଗ ସହ ମୋଦୀ ମଣିପୁର କଥା ବି ଉଠାଇଥିଲେ | ସେ କହିଥିଲେ ଯେ କିଛି ଦିନ ହେଲା ମଣିପୁର ହିଂସା ମୋତେ ବ୍ୟଥିତ କରିଛି। ଏଥିସହ ଏହା ଭିତରେ ମଣିପୁରରେ ଶାନ୍ତି ଫେରିବା ମଧ୍ୟ ଆଶ୍ୱସ୍ତ କରିଛି। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଶାନ୍ତି ଅଛି। ସାରା ଦେଶ ମଣିପୁରବାସୀଙ୍କ ସହ ଅଛି। ଆଲୋଚନା ମାଧ୍ୟମରେ ମଣିପୁରର ସମାଧାନର ରାସ୍ତା ବାହାରିବ। ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଏହି ଭାଷଣକୁ ନେଇ କଂଗ୍ରେସ ନେତା ଟାର୍ଗେଟ କରିଛନ୍ତି |
କଂଗ୍ରେସ ନେତା ତଥା ଦଳର ମଣିପୁର ପ୍ରଭାରୀ ଭକ୍ତଚରଣ ଦାସ କହିଛନ୍ତି, ଯଦି ଶାନ୍ତି ଫେରିଛି, ତେବେ ଲାଲକିଲ୍ଲା ପରିବର୍ତ୍ତେ ମୋଦୀ ମଣିପୁରର ଇମ୍ଫାଲରୁ ଭାଷଣ ଦିଅନ୍ତୁ | ରାହୁଲ କହିଥିଲେ ଯେ ଯେଉଁ କାମ ଦୁଇ ଦିନ ମଧ୍ୟରେ ହୋଇଥାନ୍ତା, ତାହାକୁ ଆଜି ସାଢେ ୩ ମାସ ବିତିବାକୁ ଯାଉଛି | ଆପଣ ଚାହିଁଥିଲେ, ଏହା ୭ ଦିନରେ ନିୟନ୍ତ୍ରଣ ହୋଇପାରିଥାନ୍ତା, ଘଟଣାକୁ କାହିଁକି ବଢିବାକୁ ଦିଆଗଲା ? କଂଗ୍ରେସ ନେତା ଆହୁରି କହିଛନ୍ତି, “ଆଜି ପର୍ଯ୍ୟନ୍ତ ହିଂସା କମିନାହିଁ।
ଯଦି ସେ କହୁଛନ୍ତି ଯେ ଶାନ୍ତି ଫେରି ଆସିଛି, ମୁଁ ତାଙ୍କୁ ସେଠାକୁ ଯିବାକୁ ଅନୁରୋଧ କରିବି। ଲାଲକିଲ୍ଲାରୁ ଭାଷଣ ଦେବା ପରିବର୍ତ୍ତେ ମଣିପୁରର ଇମ୍ଫାଲରୁ ଥରେ ଭାଷଣ ଦିଅନ୍ତୁ | ଯଦି ଶାନ୍ତି ଫେରିଛି, କହୁଛନ୍ତି ତେବେ ଚୁରଚାନ୍ଦପୁରକୁ ଯାଆନ୍ତୁ, ସେଠାରେ ଥିବା ଲୋକଙ୍କ ମଧ୍ୟରେ ଠିଆ ହୋଇ ଭାଷଣ ଦିଅନ୍ତୁ । ତା’ପରେ ହିଁ ବୁଝାପଡ଼ିବ ଯେ ଦେଶର ପ୍ରଧାନମନ୍ତ୍ରୀ ଯାଇଛନ୍ତି ମାନେ ସେଠାରେ ଶାନ୍ତି ଅଛି।
[ad_2]




