ଦେଶ

ହୃଦଘାତରେ ସ୍ବାମୀଙ୍କ ମୃତ୍ୟୁ ହେବାରୁ ; ସହିନପାରି ଜୀବନ ହାରିଲା ସ୍ତ୍ରୀ – Ibnodisha

[ad_1]

ନୂଆଦିଲ୍ଲୀ : ହୃଦଘାତରେ ସ୍ବାମୀଙ୍କ ମୃତ୍ୟୁ ହେବାରୁ ୭ମହଲା ଉପରୁ ଡେଇଁ ଜୀବନ ହାରିଲା ସ୍ତ୍ରୀ। ଗାଜିଆବାଦରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ୩ମାସ ପୂର୍ବେ ହୋଇଥିଲା ବିବାହ। ଉଭୟ ସ୍ବାମୀ-ସ୍ତ୍ରୀ ସାଙ୍ଗରେ ସମୟ କଟାଇବା ପାଇଁ ଦିଲ୍ଲୀରେ ଥିବା ପ୍ରାଣୀ ଉଦ୍ୟାନ ବୁଲିବାକୁ ଯାଇଥିଲେ। ସେଠାରେ ସ୍ବାମୀଙ୍କର ହୃଦଘାତ ହେବା ପରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ବାମୀଙ୍କ ମୃତ୍ୟୁର ଦୁଃଖକୁ ସହିନପାରି ସ୍ତ୍ରୀ ୭ମହଲା ଉପରୁ ଡେଇଁ ଜୀବନ ହାରିଥିବା ସାମ୍ନାକୁ ଆସିଛି। ମୃତକଙ୍କ ନାମ ଅଭିଷେକ ଓ ସ୍ତ୍ରୀ ଅଞ୍ଜଳି ଅହଲୁୱାଲିଆ ଥିଲା। ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୯ଟା ସମୟରେ ତାଙ୍କ ମୃତଦେହ ଗାଜିଆବାଦସ୍ଥିତ ତାଙ୍କ ଆପାର୍ଟମେଣ୍ଟରେ ପହଞ୍ଚିଥିଲା। ସ୍ୱାମୀଙ୍କ ଏଭଳି ଅକାଳ ମୃତ୍ୟୁକୁ ଗ୍ରହଣ କରିପାରୁନଥିବା ଅଞ୍ଜଳି ନିଜ ଘରର ବାଲକୋନୀରୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସାମ୍ନାକୁ ଆସିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button