ଅକ୍ଟୋବର ୭ରୁ ଆରମ୍ଭ ହେବ ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୪ – Ibnodisha
[ad_1]
ନୂଆଦିଲ୍ଲୀ: ଟିଭି ଦୁନିଆର ଅତି ଲୋକପ୍ରୀୟ ରିଆଲିଟି ସୋ ‘ଇଣ୍ଡିଆନ୍ ଆଇଡଲ୍’ । ଏହାର ଅନେକ ସିଜିନ୍ ଯାଇସାରିଛି । ଏବେ ‘ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୪’ ଅକ୍ଟୋବର ୭ରେ ସୋନି ଟିଭିରେ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଘୋଷଣା ହୋଇଛି । ତେବେ ଲୋକମାନେ ଏହି ସୋ’କୁ ବହୁତ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏବେ ଦର୍ଶକମାନଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି । ଅକ୍ଟୋବର ୭ରୁ ସୋନି ଟିଭିରେ ଶନିବାର ଓ ରବିବାର ରାତି ୮ରେ ଏହି ସୋ ଦର୍ଶକମାନଙ୍କ ସାମ୍ନାକୁ ଆସିବାକୁ ଯାଇଛି ।
ତେବେ ଏହି ସୋ’ର ଫାଷ୍ଟ ପ୍ରୋମ ଇନ୍ଷ୍ଟାଗ୍ରାମ୍ରେ ସେୟାର କରାଯାଇଛି । ଯେଉଁଥିରେ ସୋ ର ପ୍ରତିଯୋଗୀ ଆଧ୍ୟାଙ୍କ ଗୀତ ଗାଇବାର ପ୍ରଥମ ଭିଡିଓ ସାମ୍ନାକୁ ଆସିଛି । ତେବେ ଭିଡିଓରେ ଦେଖିପାରିବେ ଯେ ଆଧ୍ୟାଙ୍କ ସ୍ୱର ଶୁଣିବା ପରେ ସୋ ର ଜଜ୍ ବହୁତ ଉତ୍ସାହିତ ହୋଇ ପଡିଛନ୍ତି । ଆଧ୍ୟା ମିଶ୍ର ଫରିଦାବାଦରେ ରୁହନ୍ତି । ଆଧ୍ୟା ଚମତ୍କାର ଭାବେ ଗୀତ ଗାଇ ସୋ’ର ପ୍ରତିଯୋଗୀ ଭାବେ ମନୋନିତ ହୋଇଛନ୍ତି । ଭିଡିଓର ପୁରା ଝଲକ ଏବେ ସାମ୍ନାକୁ ଆସିଛି । ତେବେ ସୋ’ର ଜଜ୍ ଆଧ୍ୟାଙ୍କର ଅନେକ ପ୍ରଶଂସା କରୁଥିବାର ଦେଖିବାକୁ ମିଳୁଛି । ଏଥିରୁ ଜଣା ପଡୁଛି ଯେ ଏଥର ସୋ’ ରେ ଜବରଦସ୍ତ ପ୍ରତିଯୋଗୀ ମାନଙ୍କୁ ଦେଖିବାକୁ ମିଳିବ ।
ତେବେ ଏଥର ‘ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୪’ରେ ହୋଷ୍ଟ ଏବଂ ଜଜ୍ ବଦଳିଛନ୍ତି । ଏଥର ଜଜ୍ଙ୍କ ପ୍ୟାନେଲରେ କୁମାର ସାନୁ, ଶ୍ରେୟା ଘୋଷାଲ ଏବଂ ବିଶାଲ ଦଦଲାନି ନଜର ଆସିବାକୁ ଯାଉଛନ୍ତି । ଏହା ସହ ହୁସେନ୍ କୁଭର୍ଜାଲା ମଧ୍ୟ ସୋ’ ର ନୂଆ ହୋଷ୍ଟ ଭାବେ ନଜର ଆସିବାକୁ ଯାଉଛନ୍ତି।
ଏହା ଏକ ସିଗିଂଗ୍ ରିଆଲିଟି ସୋ, ଯେଉଁଥିରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀମାନେ ଭାଗ ନେଇଥାନ୍ତି । ତେବେ ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ପ୍ରତିଯୋଗୀ ବଛା ହୋଇ ‘ଇଣ୍ଡିଆନ୍ ଆଇଡଲ୍’ ଷ୍ଟେଜ୍କୁ ଆସିଥାନ୍ତି । ଏହି ସୋ ଲୋକମାନଙ୍କର ଅତି ପ୍ରିୟ ରିଆଲିଟି ସୋ ଭାବେ ଗଣାଯାଏ।
[ad_2]