ସୀମାନ୍ତରେ ନକ୍ସଲ ଗୁଳିରେ ପୁଣି ଦୁଇ ଯବାନ ସହିଦ, ସର୍ଚ୍ଚ ଅପରେସନ ଜାରି – Ibnodisha

[ad_1]

ରାଉରକେଲା: ପବିତ୍ର ସ୍ୱାଧୀନତା ଦିବସରେ ନସ୍କଲମାନେ ପୁଣି ହିଂସାକାଣ୍ଡ ଘଟଣାଇଛନ୍ତି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲା ଟନ୍ତୋପାହାଡ଼ରେ ସଂଘବଦ୍ଧ ହୋଇ ନକ୍ସଲମାନେ ଯବାନଙ୍କ ଉପରକୁ ଗୁଳି ବର୍ଷା କରିଛନ୍ତି। ନସ୍କଲଙ୍କ ଗୁଳିରେ ମଙ୍ଗଳବାର ଦିନ ଝାଡ଼ଖଣ୍ଡ ଜାଗୁଆରର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସେମାନେ ହେଲେ ଇନ୍ସପେକ୍ଟର ଅମିତ ତିୱାରୀ ଓ ହାବିଲଦାର ଗୌତମ କୁମାର।
ସୂଚନା ଅନୁସାରେ ଝାଡ଼ଖଣ୍ଡ ଜାଗୁଆରର ଯବାନମାନେ ନସ୍କଲବିରୋଧୀ ଅପରେସନ ସାରି କ୍ୟାମ୍ପକୁ ଫେରୁଥିବା ବେଳେ ନସ୍କଲମାନେ ସଂଘବଦ୍ଧ ହୋଇ ଗୁଳି ଚଳାଇଥିଲେ। ପାଲଟା ଜବାବରେ ଯବାନମାନେ ଗୁଳି ଚଳାଇଥିଲେ। ହେଲେ ନସ୍କଲଙ୍କୁ ସଠିକ୍ ଭାବରେ ମୁକାବିଲା କରିପାରି ନଥିଲେ। ଫଳରେ ନକ୍ସଲଙ୍କ ଗୁଳିମାଡ଼ରେ ଦୁଇ ଯବାନ ଘଟଣାସ୍ଥଳରେ ଟଳିପଡ଼ିଥିଲେ। ଦୁଇ ଯବାନଙ୍କ ସହିଦ ପରେ ଚାଇବସା କ୍ୟାମ୍ପରେ ସ୍ୱାଧୀନତା ଦିବସରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।
ସୂଚନାଯୋଗ୍ୟ, ଗତ ପାଞ୍ଚ ଦିନ ତଳେ ନସ୍କଲ ଗୁଳିରେ ଜଣେ ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇଥିଲେ। ଅନ୍ୟ ଜଣେ ଯବାନ ମୁନ୍ନାଲାଲ ଯାଦବ ଗୁରୁତର ହୋଇଥିଲେ।
[ad_2]