ଦେଶ

ଔଷଧ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତଦେହ ଉଦ୍ଧାର – Ibnodisha

[ad_1]

ମହାରାଷ୍ଟ୍ର: ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଏକ ଔଷଧ କମ୍ପାନୀର ଫ୍ୟାକ୍ଟ୍ରିରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଶନିବାର ସନ୍ଧ୍ୟା ସୁଦ୍ଧା ଏହି ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନ୍‌ଡିଆର୍‌ଏଫ୍‌)ର ସଦସ୍ୟମାନେ ଏବେ ବି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ନିଖୋଜ ଥିବା ଆଉ ୩ ଜଣଙ୍କୁ ଟିମ୍‌ ଖୋଜାଖୋଜି କରୁଛି।

ରାୟଗଡ଼ ପୋଲିସ କହିଛି ଯେ ଡିଏନ୍‌ଏ ଟେଷ୍ଟ୍‍ ମାଧ୍ୟମରେ ଚିହ୍ନଟ କରିବା ପାଇଁ ନିଖୋଜ ୧୧ ଜଣଙ୍କ ପରିବାର ଲୋକଙ୍କଠାରୁ ନମୁନା ନିଆଯାଇଥିଲା। ନିଆଁ ଲାଗିବା ପରେ ଏହି ୧୧ ଜଣ ନିଖୋଜ ଥିବା ନେଇ ଘୋଷଣା କରାଯାଇଥିଲା। ଏନ୍‌ଡିଆର୍‌ଏଫ୍‌ର ଜଣେ ଅଧିକାରୀ କହିଛନ୍ତି, ମୁମ୍ବାଇଠାରୁ ପ୍ରାୟ ୧୭୦ କିଲୋମିଟର ଦୂରରେ ଏହି ଘଟଣା ଘଟିଛି। ରାଇଗଡ଼ ଜିଲ୍ଲାର MIDC ମହାଡସ୍ଥିତ ଫାର୍ମାସ୍ୟୁଟିକାଲ କମ୍ପାନୀ ‘ବ୍ଲୁ ଜେଟ ହେଲ୍‌ଥ କେୟାର’ କାରଖାନାରେ ଶୁକ୍ରବାର ସକାଳ ୧୧ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା।

ଅଧିକାରୀ ଜଣକ କହିଛନ୍ତି, ଶନିବାର ସକାଳ ୭ଟା ସୁଦ୍ଧା ୪ଟି ମୃତଦେହ ମିଳିଥିଲା ଏବଂ ସନ୍ଧ୍ୟା ସୁଦ୍ଧା ଆଉ ୪ଟି ମୃତଦେହ ଉଦ୍ଧାର କରାଯାଇଥିଲା। ଅବଶିଷ୍ଟ ୩ ଜଣଙ୍କୁ ଖୋଜିବା ପାଇଁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଅଭିଯାନ ଜାରି ରଖିଛନ୍ତି। ପ୍ରାଥମିକ ତଦନ୍ତ ଅନୁଯାୟୀ, ଶର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି, ଯେଉଁ କାରଣରୁ ସେଠାରେ ଥିବା ରାସାୟନିକ ପଦାର୍ଥର ବ୍ୟାରେଲ ଫାଟି ଯାଇଥିଲା ଏବଂ ନିଆଁ ଭୟଙ୍କର ରୂପ ନେଇଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button