ରାଜ୍ୟ

୪ ବର୍ଷୀୟ ଝିଅକୁ ଫାଶୀ ଦେଇ ନିଜେ ଜୀବନ ହାରିଲେ ବେକାର ଦମ୍ପତି – Ibnodisha

[ad_1]

ହାଇଦ୍ରାବାଦ : ଗୁରୁବାର ବିଳମ୍ବିତ ରାତ୍ରରେ ୱାର୍ସିଗୁଡ଼ାସ୍ଥିତ ବାସଭବନରେ ୪ ବର୍ଷୀୟ ଝିଅକୁ ଫାଶୀ ଦେଇ ଏକ ବେକାର ଦମ୍ପତି ନିଜେ ମଧ୍ୟ ଫାଶୀ ଲଗାଇ ଜୀବନ ହରାଇଥିବା କଥା ପୁଲିସ କହିଛି। ଗୁରୁବାର ରାତିରେ ସେମାନଙ୍କ ଘରେ ଟେଲିଭିଜନ୍‌ର ସାଉଣ୍ଡ୍‌ ଖୁବ୍‌ ଜୋର୍‌ରେ ଶୁଭୁଥିଲା। ଏଥିରେ ବିବ୍ରତ ହୋଇ ଘର ମାଲିକ ତାଙ୍କୁ ଡାକିଥିଲେ କିନ୍ତୁ, ଦୁହେଁ ଶୁଣି ନ ଥିଲେ। ତେଣୁ, ଶୁକ୍ରବାର ସକାଳୁ ଆସି ସେ କବାଟ ଠକ ଠକ କଲେ, କିନ୍ତୁ ଭିତରୁ କୌଣସି ଜବାବ ମିଳିଲା ନାହିଁ। ତେଣୁ, ସେ ପୁଲିସକୁ ଖବର ଦେଇଥି‌ଲେ। ସେ ଦମ୍ପତି କାନ୍ଥରେ ୩ଜଣ ଲୋକଙ୍କ ନାଁ ଲେଖି ଆତ୍ମହତ୍ୟା ପାଇଁ ସେମାନଙ୍କୁ ଦାୟୀ କରିଛନ୍ତି। କିନ୍ତୁ, ଦୁହେଁ ସେମାନଙ୍କୁ ଦାୟୀ କରାଯିବାର କାରଣ ଉଲ୍ଲେଖ କରିନାହାନ୍ତି। ପୁଲିସ କହିଛି ଯେ, ସେ ୩ଜଣ ହେଉଛନ୍ତି ପୂର୍ବରୁ ଚିତ୍ରଲେଖା ଯେଉଁଠି କାମ କରୁଥିଲେ ସେଠାରେ ବିଜ୍ଞାନ ପ୍ରଦର୍ଶନୀ କରିଥିବା ସଙ୍ଗଠନର କର୍ମଚାରୀ। ଆଗରୁ କ୍ରିଷ୍ଣା କ୍ୟାବ୍‌ ଡ୍ରାଇଭର୍‌ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ, କିଛି ଦିନ ହେବ ଦୁହେଁ କୌଣସି କାମ ନ କରି ବେରୋଜଗାରୀ ହୋଇଯାଇଥିଲେ। ଆର୍ଥିକ ଅନଟନ ସେମାନଙ୍କ ଚରମ ନିଷ୍ପତ୍ତିର କାରଣ ବୋଲି ସ‌ନ୍ଦେହ ହେଉଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button