ଖେଳ

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪; ଶରତ କମଲ ଭାରତର ଧ୍ୱଜାବାହକ, ମ୍ୟାରୀ କମ୍ ଚିଫ୍ ଡି ମିଶନ୍‌ – Ibnodisha

[ad_1]

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ପାଇଁ ଭେଟେରାନ୍ ଟେନିସ୍ ଖେଳାଳି ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିଅନ୍ ଶରତ କମଲଙ୍କୁ ଭାରତର ଧ୍ୱଜାବାହକ ନିଯୁକ୍ତ କରାଯାଇଛି । ମହାନ୍ ବକ୍ସର୍ ଏମ୍‌ସି ମ୍ୟାରୀ କମ୍ ଭାରତୀୟ ଦଳର ଚିଫ୍ ଡି ମିଶନ୍ ନିଯୁକ୍ତ ହୋଇଛନ୍ତି । ଗୁରୁବାର ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଏହି ଘୋଷଣା କରାଯାଇଛି । ଛଅ ଥରର ବିଶ୍ୱ ଚାମ୍ପିଅନ୍ ଏବଂ ୨୦୧୨ ଲଣ୍ଡନ ଅଲିମ୍ପିକ୍ ବ୍ରୋଞ୍ଜ୍ ବିଜେତା ମ୍ୟାରୀ କମ୍‌ଙ୍କ ସହାୟକ ଭାବେ ଲୁଗର୍ ଅଲିମ୍ପିଆନ୍ ଶିବ କେଶଭନ୍‌ଙ୍କୁ ଡେପୁଟି ଚିଫ୍ ଡି ମିଶନ୍ ନିଯୁକ୍ତ କରାଯାଇଛି । ସେହିପରି ଅଲିମ୍ପିକ୍ ବ୍ରୋଞ୍ଜ୍ ପଦକ ବିଜେତା ଶୁଟର୍ ଗଗନ ନାରଙ୍ଗ ଶୁଟିଂ ରେଞ୍ଜ୍‌ରେ ଭାରତୀୟ ଦଳର ଦାୟିତ୍ୱରେ ରହିବେ । ଭାରତ ଚଳିତ ଥର ସବୁଠୁ ବଡ଼ ଶୁଟିଂ ଦଳ ପ୍ୟାରିସ୍ ପଠାଇବ । ବର୍ତ୍ତମାନ ସୁଦ୍ଧା ଭାରତୀୟ ଶୁଟର୍‌ମାନେ ୧୯ଟି କୋଟା ହାସଲ କରିସାରିଛନ୍ତି । ଏହି ନିଯୁକ୍ତି ଉପରେ ପ୍ରତିକ୍ରିୟା ଦେଇ ଆଇଓଏ ସଭାପତି ପିଟି ଉଷା କହିଛନ୍ତି, ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଏପରି ବିଶିଷ୍ଟ ଏବଂ ସକ୍ଷମ ଟିମ୍ ଅଫିସିଆଲ୍ ଆମ ଦଳର ନେତୃତ୍ୱ ନେଉଥିବାରୁ ଆମେ ଉତ୍ସାହିତ । କ୍ରୀଡ଼ା ପ୍ରତି ସେମାନଙ୍କ ସମର୍ପଣ ଭାବ, ଉତ୍ସାହ ଏବଂ ଦକ୍ଷତା ନିଶ୍ଚିତ ଭାବେ ଆମ ଆଥ୍‌ଲେଟ୍‌ମାନଙ୍କୁ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ସହ ଦେଶକୁ ଗର୍ବିତ କରିବା ପାଇଁ ପ୍ରେରଣା ଯୋଗାଇବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button