ଖେଳ

ଭାରତୀୟ ଟିମ ପାଇଁ 4 ନମ୍ବର ବ୍ୟାଟ୍ସମ୍ୟାନର ସଙ୍କଟ, କିଏ କରିବ ଏହି ସ୍ଥାନ ପୂରଣ ? World Cup 2023

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିଶ୍ଵକପ ପୂର୍ବରୁ ବଢିପାରେ ଟିମ ଇଣ୍ଡିଆ ଟେନସନ ! କିଏ କରିବ ୪ ନମ୍ବରରେ ବ୍ୟାଟିଂ ! ୪ ବର୍ଷରେ ବଦଳିଲେଣି ୮ ବ୍ୟାଟ୍ସମ୍ୟାନ ! ଖବର ମୁତାବିକ ଦିନିକିଆ ବିଶ୍ଵକପ ଆରମ୍ଭ ହେବାକୁ ଆଉ ମାତ୍ର ଅଳ୍ପ ଦିନର ସମୟ ବାକି ରହିଛି । ଆସନ୍ତା ଅକ୍ଟୋବର ୫ ତାରିଖରୁ ଏହି ଖେଳ ଆରମ୍ଭ ଥିବା ବେଳେ ନଭେମ୍ବର ୧୯ ତାରିଖରେ ବିଶ୍ଵକପ ଫାଇନାଲ ମ୍ଯାଚ ଖେଳା ଯିବା ପାଇଁ ଯାଉଛି ।

 

ପୁଣି ଥରେ ନିଜ ଘରୋଇ ମାଟିରେ ବିଶ୍ଵକପ ଚମ୍ପିୟାନ ହେବାକୁ ଲକ୍ଷ ରଖିଥିବା ଭାରତୀୟ ଟିମ ପାଖରେ ଏବେ ୪ ନମ୍ବର ବ୍ୟାଟ୍ସମ୍ୟାନର ସଙ୍କଟ ଦେଖା ଦେଇଛି । କିଏ ପୂରଣ କରିବ ଏହି ୪ ନମ୍ବର ବ୍ୟାଟ୍ସମ୍ୟାନର ସ୍ଥାନ ? ଦୀର୍ଘ ୧୨ ବର୍ଷ ପରେ ପୁଣି ଥରେ ନିଜ ଘରୋଇ ମାଟିରେ ଭାରତ ବିଶ୍ଵକପ ଆୟୋଜନ କରୁଛି । ୨୦୧୧ ମସିହାରେ ଭାରତରେ ଶେଷ ଥର ପାଇଁ ବିଶ୍ଵକପ ଖେଲାଯାଇଥିଲା । ସେହି ୨୦୧୧ ମସିହାରେ ହିଁ ଭାରତ ଶ୍ରୀଲଙ୍କାକୁ ହରାଇ ବିଜୟର ମୁକୁଟ ପିନ୍ଧିଥିଲା ।

ଚଳିତ ବର୍ଷ ଅର୍ଥାତ ୨୦୨୩ ମସିହାରେ ମଧ୍ୟ ନିଜ ହୋମ ଗ୍ରାଉଣ୍ଡରେ ଭାରତ ବିଶ୍ଵକପ ଖେଳି ଚମ୍ପିୟାନ ହେବାକୁ ଲକ୍ଷ ରଖିଛି । ହେଲେ ଏହି ମ୍ଯାଚରେ ଭାରତୀୟ ଟିମର କେଉଁ ବ୍ୟାଟ୍ସମ୍ୟାନ ଭାରତ ଟିମ ପକ୍ଷର ୪ ନମ୍ବରର ବ୍ୟାଟ୍ସମ୍ୟାନର ସ୍ଥାନ ଅଧିକାର କରିବ ? ତାହାକୁ ନେଇ କ୍ରିକେଟ ଜଗତରେ ଏକ ବଡ ପ୍ରଶ୍ନ ଉଙ୍କି ମାରୁଛି ? ତେବେ ଟିମ ଇଣ୍ଡିଆର ୪ ନମ୍ବର ବ୍ୟାଟ୍ସମ୍ୟାନ ସ୍ଥାନରେ ଶ୍ରେୟାସ ଆୟର ହେଉଛନ୍ତି ସବୁଠାରୁ ସଠିକ ଖେଳାଳୀ ।

ହେଲେ ସେ କୌଣସି ନା କୌଣସି ଆହତ କାରଣରୁ ତାଙ୍କର ଫିଟ୍ ନେସ୍ ଅବସ୍ଥା ଠିକ ନାହିଁ । ତେଣୁ ତାଙ୍କ ସ୍ଥାନରେ କିଏ ଏହି କ୍ରମରେ ବ୍ୟାଟିଂ କରିବ ତାହାକୁ ନେଇ ଦ୍ଵନ୍ଦ ଉପୁଜୁଛି ? ବିଶ୍ଵକପ ଟିମରେ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଓପନିଙ୍ଗ କରିବା ପକ୍କା କହିଲେ କିଛି ଅତ୍ଯୁକ୍ତି ହେବ ନାହିଁ । ଏହାପରେ ତୃତୀୟ ନମ୍ବର ଭିରାଟ କୋହଲୀ ବ୍ୟାଟିଂ କରିବେ । ହେଲେ ୪ ନମ୍ବର ସ୍ଥାନରେ ରିଷଭ ପନ୍ତ, ଇଶାନ କିଷାନ, KL ରାହୁଲ ନାମରେ ରେଶରେ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button