ଖେଳ

ପାକିସ୍ତାନ ବିପକ୍ଷ ମ୍ୟାଚ ଜିତିବା ପରେ ଡ୍ରେସିଂ ରୁମର ଭିଡିଓ ଭାଇରଲ – Ibnodisha

[ad_1]

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତୀୟ ଡ୍ରେସିଂ ରୁମରେ ପ୍ରତି ମ୍ୟାଚରେ ଶ୍ରେଷ୍ଠ ଫିଲଡରକୁ ମେଡାଲ ଦିଆଯିବା ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ପାଇଁ ଶ୍ରେଷ୍ଠ ଫିଲଡର ଆଓ୍ଵାର୍ଡ ବିରାଟ କୋହଲିଙ୍କୁ ଦିଆଯାଇଥିଲା । ସେହିପରି ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଶାର୍ଦ୍ଦୁଳ ଠାକୁରଙ୍କୁ ଦିଆଯାଇଥିଲା । ଆଉ ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ଜିତିବା ପରେ ଶ୍ରେଷ୍ଠ ଫିଲଡର ଆଓ୍ଵାର୍ଡ ମିଳିଥିଲା । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ବୋଲିଂ, ବ୍ୟାଟିଂ ଏବଂ ଫିଲ୍ଡିଂ ପାଇଁ ଟିମର ପ୍ରଦର୍ଶନ ଭଲ ଥିବା ଦେଖିବାକୁ ମିଳିଥିଲା । ଆଉ ମ୍ୟାଚ ଜିତିବା ପରେ ଡ୍ରେସିଂ ରୁମରେ ଫିଲ୍ଡିଂ କୋଚ ଟି ଦିଲ୍ଲୀପ ମ୍ୟାଚ ସମୟରେ ଫିଲ୍ମରେ ଭଲ ପ୍ରଦର୍ଶନ କରିଥିବା ରବିନ୍ଦ୍ର ଜାଡେଜା, ଶ୍ରେୟସ ଆୟର ଏବଂ କେଏଲ ରାହୁଲଙ୍କ ପ୍ରଶଂସା କରିଥିଲେ । ଏହା ପରେ ଫିଲ୍ଡିଂ କୋଚ କେଏଲ ରାହୁଲଙ୍କୁ ମେଡାଲ ପ୍ରଦାନ କରିଥିଲେ । କେଏଲ ରାହୁଲ ଏହି ମ୍ୟାଚରେ ପିଚକୁ ବୁଝି ସ୍ଲୋ ବଲରେ ମଧ୍ୟ ଭଲ କ୍ୟାଚ୍‌ ଧରିଥିଲେ । ଭାରତୀୟ ଟିମ ତରଫରୁ ପାକିସ୍ତାନକୁ ଅତିରିକ୍ତ ରନ ଭାବେ କେବଳ ୧ ଓ୍ଵାଇଡ ଏବଂ ୧ ବାଏ ରନ ମିଳିଥିଲା । କେଏଲ ରାହୁଲ ମଧ୍ୟ୧୯ ରନ୍‌ କରି ଟିମ୍‌କୁ ବିଜୟ ଦେଇଥିଲେ ।
ତେବେ ଭାରତ ଏବେ ବିଶ୍ୱକପ ପଏଣ୍ଟ ତାଲିକାରେ ଶୀର୍ଷରେ ରହିଛି । ଭାରତ ୬ ପଏଣ୍ଟ ସହିତ ନେଟ ରନରେଟ ୧.୮୨୧ ରହିଛି । ଏହାପରେ ଭାରତ ପରବର୍ତ୍ତୀ ମ୍ୟାଚ ୧୯ ତାରିଖରେ ବାଂଲାଦେଶ ବିପକ୍ଷରେ ଖେଳିବ । ଏହି ମ୍ୟାଚ ପୁନେରେ ଖେଳାଯିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button