ସେଦିନ କ୍ରିକେଟ ପାଇଁ ଛାଡିଦେଇଥିଲେ ଚାକିରୀ, ହେଲେ ଆଜି କ୍ରିକେଟ ପାଇଁ ସାଜିଛନ୍ତି ମସିହା ମହେନ୍ଦ୍ର ସିଂହ ଧୋନୀ
ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କ୍ଯାପଟେନ କୁଲ୍ ନାମରେ ସାରା ବିଶ୍ଵରେ ପରିଚିତ ! ନିଜର ଉପସ୍ଥିତି ବୁଦ୍ଧି ପାଇଁ କ୍ରିକେଟ ଜଗତରେ ଦଳ ପାଇଁ ଆଣିଦେଇଛନ୍ତି ଅନେକ ଥର ସୁନାମ ! ତେବେ ସେ ହେଉଛନ୍ତି ସମସ୍ତଙ୍କର ଅତି ପ୍ରିୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ । ତାଙ୍କର ହେଲିକପ୍ଟର ସଟ ପାଇଁ ସାରା ଦୁନିଆ ହୋଇଯାଇଥାନ୍ତି ତାଙ୍କର ଦିୱାନା । ତେବେ ଘରେ ଘରେ କ୍ରିକେଟ ପ୍ରେମୀଙ୍କ ପାଇଁ କ୍ରିକେଟର ମସିହା ସାଜିଥିବା କ୍ରିକେଟର ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ ।
ଆଉ ସମସ୍ତ କ୍ରିକେଟ ଖେଳାଳୀଙ୍କ ପାଇଁ ସେ ହେଉଛନ୍ତି କ୍ରିକେଟର ଭଗବାନ । ଖେଳ ପାଇଁ ସେ ଯେତିକି ଚର୍ଚାରେ ରହିଥାନ୍ତି । ସେତିକି ହିଁ ତାଙ୍କର ଶାନ୍ତ ସ୍ଵଭାବ ପାଇଁ ସେ ନିଜର ଏକ ସ୍ଵତନ୍ତ୍ର ପରିଚୟ ଗଢି ପାରିଛନ୍ତି । ମହେନ୍ଦ୍ର ସିଂହ ଧୋନୀ କ୍ରିକେଟ ଜଗତରେ ନିଜ ନାମ ଏକ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ କରିକରିଦେଇଛନ୍ତି । ଖାଲି ସେତିକି କାହିଁକି ଅନେକ ଖେଳାଳୀଙ୍କର ଭାଗ୍ୟକୁ ମଧ୍ୟ ବଦଳାଇ ଦେଇଛନ୍ତି । ୧୯୮୧ ମସିହାର ଜୁଲାଇ ୭ ତାରିଖ ଠାରେ ଉତ୍ତରାଖଣ୍ଡର ଳାଓଲି ଠାରେ ଜନ୍ମଗ୍ରହଣ କରିଥିଲେ ।
ମହେନ୍ଦ୍ର ସିଂହଙ୍କ ପିତାଙ୍କ ନାମ ପାନ ସିଂହ ଓ ମା’ ଙ୍କ ନାମ ଦେବକୀ ଦେବୀ । ପିଲା ବେଳୁ ହିଁ ମାହୀଙ୍କର ଫୁଟବଲ୍ ଖେଳ ପ୍ରତି ଅନେକ ମାତ୍ରାରେ ରୁଚି ରହିଥିଲା । ମାହୀଙ୍କର ବାପା ରାଞ୍ଚି ଠାରେ ଚାକିରୀ କରୁଥିବା ସମୟରେ ସେଠାରେ ମାହୀଙ୍କର ପୁରା ପରିବାର ରହୁଥିଲା । ଛୋଟ ବେଳୁ ହିଁ ବିଭିନ୍ନ ପ୍ରକାର ଖେଳ ଖେଳିବା ପ୍ରତି ମାହୀ ସବୁବେଳେ ଆଗ୍ରହ ରଖିଥାନ୍ତି । ବିଶେଷ କରି ଫୁଟବଲ୍ ଖେଳିବା ସହ ତାଙ୍କ ଖେଳ ଶିକ୍ଷକ ତାଙ୍କୁ କ୍ରିକେଟ ଖେଳିବା ପାଇଁ ପରାମର୍ଶ ଦେଇଥିଲେ ।
ସେବେ ଠାରୁ ହିଁ ମାହୀ କ୍ରିକେଟ ଖେଳିବା ସହ ୱିକେଟ କିପିଙ୍ଗ ଆରମ୍ଭ କରିଦେଇଥିଲେ । ୨୦୦୧ ମସିହାରେ କ୍ରିକେଟ ପାଇଁ ସ୍ପୋର୍ଟ୍ସ କୋଟା ପାଇଁ ରେଳ ବିଭାଗରୁ ଟିସି ଚାକିରୀ ମିଳିଥିଲା । ହେଲେ ମାହୀ କିଛି ଦିନ ଏହି ଚାକିରୀ କରିବା ପରେ କ୍ରିକେଟ ଖେଳର ନିଶା ପାଇଁ ସେ ଦିନେ ଚାକିରୀ ମଧ୍ୟ ଛାଡି ଦେଇଥିଲେ । ତାପରେ ଏହି କ୍ରିକେଟ ହିଁ ମହେନ୍ଦ୍ର ସିଂହ ଧୋନୀଙ୍କୁ ସାରା ଜଗତରେ ପରିଚିତ କରାଇଥିଲା ।