ଓଡିଶାରେ ବ୍ୟାପୁଛି ଆଖି ଧରା ରୋଗ ! କାହିଁକି ଦେଖା ଯାଉଛି ଏହି ସମସ୍ଯା ? ଏହି ବିଷୟରେ ସବିଶେଷ ତଥ୍ୟ ଜାଣନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଖିଧରାକୁ ସାବଧାନ ! ମାତିଛି ଆଖି ଧରା ସମସ୍ଯା ! ଓଡିଶାର ଅନେକ ଗୁଡିଏ ଜିଲ୍ଲାରେ ବର୍ତ୍ତମାନ ଏହି ଆଖି ଧରା ସମସ୍ଯା ଦେଖା ଦେଇଛି । ଯେପରିକି ଭୁବନେଶ୍ବର, କଟକ, ପୁରୀ, କେନ୍ଦ୍ରାପଡା ସମେତ ଅନେକ ଜିଲ୍ଲାରୁ ବର୍ତ୍ତମାନ ଆଖି ଧରା ସମସ୍ଯା ବ୍ୟାପୀଥିବାର ଶୁଣିବାକୁ ମିଳିଛି । ରାଜ୍ୟରେ ଅସ୍ଵାଭାବିକ ଭାବରେ ଆଖି ଧରା ରୋଗ ବଢି ବଢି ଯିବାରେ ଦେଖା ଯାଉଛି । ତେବେ ଡାକ୍ତରଙ୍କ କହିବା ମୁତାବକ ସାଧାରଣ ଭାବେ ଯେତେବେଳେ ଋତୁର ପରିବର୍ତ୍ତନ ହୋଇଥାଏ ।
ସେତେବେଳେ ବିଶେଷ ଭାବେ ଏପରି କିଛି ସମସ୍ଯାରେ ଲୋକମାନେ ଆକ୍ରାନ୍ତ ହୋଇଥାନ୍ତି । ସେଥିମଧ୍ୟତରୁ ଆଖି ଧରା ଅନ୍ଯତମ । ବିଶେଷ କରି ଛୋଟ ଛୋଟ ପିଲା ମାନଙ୍କ ଠାରେ ଏହି ଆଖି ଧରା ସମସ୍ଯା ଅଧିକ ଭାବେ ଦେଖା ଯାଉଥିବାର ରିପୋର୍ଟରୁ ଜଣା ପଡୁଛି । ବର୍ତ୍ତମାନ ସମୟରେ ୩୦ ରୁ ୪୦ ପ୍ରତିଶତ ଲୋକ ଏହି ଆଖି ଧରାରେ ଆକ୍ରାନ୍ତ ହୋଇଛନ୍ତି । ଏଡିନୋ ଭୂତାଣୁ ଏହି ଆଖି ଧରା ରୋଗର କାରଣ ବୋଲି ମଧ୍ୟ ସୂଚନା ମିଳିଛି ।
ଏହି ଭୂତାଣୁ ପାଇଁ ନିଶ୍ଵାସ, ପ୍ରଶ୍ଵାସ ଜନିତ ସମସ୍ଯା, ନିମୁନିଆ ଭଳି ଆଦି ସମସ୍ଯା ବ୍ୟକ୍ତିଙ୍କ ଠାରେ ପ୍ରକାଶ ପାଇଥାଏ । ତେବେ ଏହି ସମସ୍ଯାରେ ପୀଡିତ ଲୋକମାନେ ନିଜର ସମସ୍ଯାର ସମାଧାନ ପାଇଁ ଡାକ୍ତରଖାନାରେ ଭିଡ ହେବାର ଦେଖିବାକୁ ମଧ୍ୟ ଅନେକ ସ୍ଥାନରେ ମିଳୁଛି । ତେବେ ଏହି ମାସ ଅର୍ଥାତ ଚଳିତ ମାସତି ହିଁ ଆଖି ଧରା ରୋଗ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ । ତେଣୁ ଏହି ମାସରେ ସବୁଆଡେ ଏପରି ସମସ୍ଯା ସ୍ଵାଭାବିକ ଭାବେ ଦ୍ରୁଷ୍ଟି ଗୋଚର ହେବ ।
ଡାକ୍ତରଙ୍କ କହିବା ମୁତାବିକ ଏହି ରୋଗରୁ ଦୂରେଇକି ରହିବା ପାଇଁ ହେଲେ ବିଶେଷ ଭାବେ ବ୍ୟକ୍ତିଗତ ସ୍ବଚ୍ଛତା ଉପରେ ଅଧିକ ରୁ ଅଧିକ ଧ୍ୟାନ ଦେବାକୁ ନିହାତି ପଡିବ । ଏହା ସହ ଯେଉଁ ମାନେ ଏଥିରେ ବର୍ତ୍ତମାନ ସମୟରେ ପୀଡିତ ଅଛନ୍ତି । ସେମାନେ ଅଯଥାରେ ବିଚଳିତ ନହୋଇ ଡାକ୍ତରଙ୍କର ପରାମର୍ଶ ନେଇଯିବା ଜରୁରୀ ଅଟେ । ଏହା ସହିତ ଆବଶ୍ୟକ ସ୍ଥଳେ ଡାକ୍ତରଙ୍କ କହିବା ମୁତାବିକ ଚଷମା ମଧ୍ୟ ନିଜ ଆଖିରେ ପିନ୍ଧି ପାରିବେ ।