ଖେଳ

ଆଇପିଏଲ ଅକ୍ସନ: କମିନ୍ସଙ୍କ ପରେ ମହଙ୍ଗା ତାଲିକାର ମିଚେଲ – Ibnodisha

[ad_1]

ଦୁବାଇ : ରେକର୍ଡ କଲେ ମିଚେଲ ଷ୍ଟାର୍କ । ମିଚେଲ ଷ୍ଟାର୍କଙ୍କୁ ୨୪ କୋଟି ୭୫ ଲକ୍ଷରେ ନେଲ କୋଲକାତା । ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ହେଲେ ଷ୍ଟାର୍କ । ପ୍ରଥମଥର ପାଇଁ ଦୁବାଇରେ ଚାଲିଛି ଆଇପିଏଲ ୨୦୨୪ ପାଇଁ ମିନି ଅକ୍ସନ। ପ୍ରଥମ ଦୁଇ ସେଟ୍ ନିଲାମୀ ପରେ ଅନେକ ରେକର୍ଡ ସୃଷ୍ଟି ହୋଇଛି। ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଛନ୍ତି ଅଷ୍ଟ୍ରେଲିଆ ଟିମର ଅଧିନାୟକ ପାଟ କମିନ୍ସ। ତାଙ୍କୁ ୨୦.୫୦ କୋଟି ଟଙ୍କା ଦେଇ ସନରାଇଜର୍ସ ହାଇଦ୍ରାବାଦ କିଣିଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ କମିନ୍ସଙ୍କୁ କିଣିବା ପାଇଁ ଆଗ୍ରହ ଦେଖାଇଥିଲା। ଉକ୍ତ ପ୍ରାଞ୍ଚାଇଜ୍ ୨୦.୨୫ ଲକ୍ଷ ଟଙ୍କା ଯାଏ ନିଲାମୀ ଡାକିଥିଲା। କିନ୍ତୁ ଶେଷରେ ହାଇଦ୍ରାବାଦ ବାଜି ମାରି ନେଇଛି। ପୂର୍ବରୁ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ଥିଲେ ଇଂଲଣ୍ଡର ଅଲରାଉଣ୍ଡର ସାମ କୁରାନ। ତାଙ୍କୁ ୧୮.୫୦ ଲକ୍ଷ ଟଙ୍କା ଦେଇ ଗତଥର ପଞ୍ଜାବ କିଙ୍ଗସ କିଣିଥିଲା। ହେଲେ ଆଜି ଦୁବାଇରେ ଚାଲିଥିବା ଅକ୍ସନରେ କମିନ୍ସ ନୂଆ ଇତିହାସ ରଚିଛନ୍ତି। ମହଙ୍ଗା ଖେଳାଳିଙ୍କ ତାଲିକାରେ କମିନ୍ସ ୧ ନଂରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ନ୍ୟୁଜିଲ୍ୟାଣ୍ଡର ଡାରେଲ ମିଚେଲ। ତାଙ୍କୁ ଚେନ୍ନାଇ ସୁପର କିଙ୍ଗସ ୧୪ କୋଟି ଟଙ୍କାରେ କିଣିଛି। ତୃତୀୟ ସ୍ଥାନରେ ଭାରତର ହର୍ଷଲ ପଟେଲେ ଅଛନ୍ତି। ତାଙ୍କୁ ୧୧.୭୫ କୋଟି ଟଙ୍କାରେ ପଞ୍ଜାବ କିଙ୍ଗସ କିଣିଛି। ଗତ ସଂସ୍କରଣରେ ହର୍ଷଲ ଆରସିବି ପକ୍ଷରୁ ଖେଳୁଥିଲେ। ତାଙ୍କୁ ନେବା ପାଇଁ ଆରସିବି ମଧ୍ୟ ଆଗ୍ରହ ଦେଖାଇଥିଲା। ହେଲେ ୪ କୋଟି ପରେ ଆରସିବି ରେସ୍‌ରୁ ଓହରି ଯାଇଥିଲା। ଏହାପରେ ପଞ୍ଜାବ ସହ ଗୁଜରାଟ ଟାଇଟନ୍ସ ନିଲାମ ଡାକିଥିଲା। କିନ୍ତୁ ଶେଷରେ ପଞ୍ଜାବ ୧୧.୭୫ କୋଟି ଟଙ୍କାରେ ହର୍ଷଲଙ୍କୁ କିଣିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button