ଖେଳ

ପାକିସ୍ତାନକୁ ୬୨ ରନରେ ହରାଇଲା ଅଷ୍ଟ୍ରେଲିଆ – Ibnodisha

[ad_1]

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇସିସି ବିଶ୍ୱକପର ଏକ ମ୍ୟାଚରେ ପାକିସ୍ତାନକୁ ୬୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ଦ୍ୱାରା ରଖାଯାଇଥିବା ୩୬୮ ରନ ଲକ୍ଷ୍ୟ ଜବାବରେ ପାକିସ୍ତାନ ୪୫.୩ ଓଭରରେ ୩୦୫ ରନ କରି ଅଲଆଉଟ ହୋଇଯାଇଥିଲା । ପାକିସ୍ତାନ ପକ୍ଷରୁ ଇମାମୁଲ ହକ ୭୦ ରନ, ଅବଦୁଲ୍ଲା ସଫିକ୍ ୬୪ ରନ କରିଥିଲେ । ସେହିପରି ମହମ୍ମଦ ରିଜୱାନ ୪୬ ରନ ଓ ସାଉଦ ସକିଲ ୩୦ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ୪ଟି ୱିକେଟ ନେଇଥିବାବେଳେ ପ୍ୟାଟ୍ କମିନ୍ସ ଓ ମାର୍କସ ଷ୍ଟୋଇନିସ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ଅଷ୍ଟ୍ରେଲିଆର କେତୋଟି ୱିକେଟ ନେଇ ଚାପ ସୃଷ୍ଟି କରିବା ପାକିସ୍ତାନର ଲକ୍ଷ୍ୟ ଥିଲା ।

କିନ୍ତୁ ଅଷ୍ଟ୍ରେଲିଆର ଦୁଇ ଓପନର ଡେଭିଡ୍ ୱାର୍ଣ୍ଣର ଓ ମିଚେଲ ମାର୍ସ ପାକିସ୍ତାନର ଏହି ଯୋଜନାରେ ପାଣି ପକାଇଦେଇଥିଲେ । ଉଭୟ ଓପନର ପ୍ରଥମ ୱିକେଟ ଯୋଡ଼ିରେ ରେକର୍ଡ ୨୫୯ ରନ କରିଥିଲେ । ୱାର୍ଣ୍ଣର ବିସ୍ଫୋରକ ବ୍ୟାଟିଂ କରି ୧୬୩ ରନ କରିଥିବାବେଳେ ମାର୍ସ ୧୨୧ ରନ କରିଥିଲେ । ତେବେ ଏହି ଦୁଇ ୱିକେଟର ପତନ ପରେ ଅଷ୍ଟ୍ରେଲିଆର ମଧ୍ୟକ୍ରମ ଓ ନିମ୍ନକ୍ରମ ବିଶେଷ ଯୋଗଦାନ ଦେଇପାରିନଥିଲେ । ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ଅଷ୍ଟ୍ରେଲିଆ ୯ ୱିକେଟ ହରାଇ ୩୬୭ ରନ କରିଥିଲା । ପାକିସ୍ତାନ ପକ୍ଷରୁ ଶାହିନ ଆଫ୍ରିଦି ୫ଟି ୱିକେଟ ନେଇଥିବାବେଳେ ହାରିସ ରୌଫ ୩ଟି ୱିକେଟ ନେଇଥିଲେ । ଉସାମା ମୀର ଗୋଟିଏ ୱିକେଟ ନେଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button