ମନୋରଞ୍ଜନ

ରିଲିଜ ହେଲା ‘ସିଙ୍ଘମ ଏଗେନ୍’ ଟ୍ରେଲର, ୪ ମିନିଟ ଭିଡିଓରେ ରହିଛି ଦମଦାର ଆକ୍ସନ

ତ କିଛି ଦିନ ହେବ ଫ୍ୟାନ୍ସମାନେ ଅଜୟ ଦେବଗନ, ରଣବୀର ସିଂ ଏବଂ ଅକ୍ଷୟ କୁମାରଙ୍କ ଦମଦାର ଫିଲ୍ମ ‘ସିଙ୍ଘମ ଏଗେନ’ ରିଲିଜକୁ ୱେଟ୍ କରିଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ଦୀପାବଳିରେ ରିଲିଜ୍ ହେବ ବୋଲି ସୂଚନା ମିଳିଛି । କିନ୍ତୁ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଫ୍ୟାନ୍ସମାନେ ଏହାର ଟ୍ରେଲର ରିଲିଜକୁ ୱେଟ କରିଥିଲେ ।

ତେବେ ଫ୍ୟାନ୍ସଙ୍କ ଏହି ଅପେକ୍ଷାର ଅନ୍ତ ଘଟିଛି । କାହିଁକି ନା ଦମଦାର ଆକ୍ସନରେ ଭରା ଥିବା ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଯାଇଛି । ଏହି ଟ୍ରେଲର ରିଲିଜ୍ ହେବା ପରେ ଫ୍ୟାନ୍ସମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ରୋହିତ ସେଟ୍ଟିଙ୍କ ଡାଇରେକ୍ସନରେ ନିର୍ମିତ ହୋଇଥିବା ଏହି ଫିଲ୍ମର ଏକ ଦମଦାର ଲାଇଭ ଟ୍ରେଲର ଲଞ୍ଚ ଇଭେଣ୍ଟ କରାଯାଇଛି । ଏହି ଇଭେଣ୍ଟରେ ଅଜୟ ଦେବଗନ, ଦୀପିକା, ରୋହିତ ସେଟ୍ଟି, ଅର୍ଜୁନ କପୁର, ଅକ୍ଷୟ କୁମାର, ରଣବୀର ସିଂ, ଟାଇଗର ଶ୍ରଫ, କରୀନା କପୁର, ଜ୍ୟାକି ଶ୍ରଫ ଏବଂ ଅନେକ ଷ୍ଟାର ସାମିଲ ହୋଇଥିଲେ । ଜାରି ହୋଇଥିବା ଟ୍ରେଲରରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି ।

ଫିଲ୍ମ ଇଣ୍ଡଷ୍ଟ୍ରିରେ ଜାରି ହୋଇଥିବା ଏହି ଟ୍ରେଲର ଇତିହାସର ସବୁଠାରୁ ଲମ୍ବା ଟ୍ରେଲର । ଯାହାର ସମୟ ୪ ମିନିଟ ୫୮ ସେକେଣ୍ଡ ରହିଛି । ତେବେ କହିରଖିବାକୁ ଚାହିଁବୁ କି ‘ସିଙ୍ଘମ ଏଗେନ’ର ସୁଟିଂ ଗତ ବର୍ଷ ସେପ୍ଟେମ୍ବର ୨୦୨୩ରୁ ଆରମ୍ଭ ହୋଇଥିଲା ଏବଂ ଚଳିତ ବର୍ଷ ସେପ୍ଟେମ୍ବର ୨୦୨୪ରେ ଶେଷ ହୋଇଛି । ଏହି ଫିଲ୍ମକୁ ମୁମ୍ବାଇ, ହାଇଦ୍ରାବାଦ, କାଶ୍ମୀର ଏବଂ ଶ୍ରୀଲଙ୍କା ଭଳି ସୁନ୍ଦର ଲୋକେସନରେ ସୁଟ୍ କରାଯାଇଥିଲା । ଏହି ଫିଲ୍ମ ଆସନ୍ତା ଦୀପାବଳିରେ ରିଲିଜ ହେବ ବୋଲି ଜଣାପଡ଼ିଛି । ଏହି ଫିଲ୍ମ ସିଙ୍ଘମ ରିଟର୍ନ୍ସର ସିକ୍ବଲ । ତେବେ ଏହି ଫିଲ୍ମ ରିଲିଜ ହେବା ଫରେ ଭଲ କଲେକ୍ସନ କରିବ ବୋଲି ଆଶା କରାଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button