IBN ଓଡ଼ିଶା ବ୍ୟୁରୋ

ନିଜେ ଷ୍ଟଣ୍ଟ ସିନ୍‌ କରୁଥିଲେ ଇମ୍ରାନ, ବେକରେ ବାଜିଲା ଛୁରି, ହସପିଟାଲରେ ଭର୍ତ୍ତି

ଗୁରୁତର ଆହତ ହେଲେ ଇମ୍ରାନ ହାସମୀ । ହାଇଦ୍ରାବାଦରେ ଏକ ଫିଲ୍ମର ଆକ୍ସନ ସିନ ସୁଟିଂ କରୁଥିବା ବେଳେ ଆହତ ହୋଇଛନ୍ତି ଇମ୍ରାନ । ଇମ୍ରାନଙ୍କ ଆଗାମୀ ଫିଲ୍ମ ଗୁଡାଚାରି-2 ସୁଟିଂ ସେଟରେ ଷ୍ଟଣ୍ଟ ସିନ୍‌ କରୁଥିବା ବେଳେ ଆହତ ହୋଇଛନ୍ତି । ଆକ୍ସନ ସିନ୍ କରିବା ସମୟରେ ତାଙ୍କ ବେକକୁ ଛୁରି ବାଜିଥିଲା । ଫଳରେ ବେକରେ ଗଭୀର ଆଘାତ ଲାଗିଛି ।

ଆଜି ସେ ମୁମ୍ବାଇ ଫେରି ଆସିବା ନେଇ ସୂଚନା ରହିଛି । ସୋସିଆଲ ମିଡିଆରେ ଫଟୋ ଭାଇରଲ ହେବା ପରେ ଫ୍ୟାନ୍ସ ଅନେକ ଚିନ୍ତାରେ ରହିଛନ୍ତି ।

ଭାଇରଲ ହେଉଥିବା ଫଟୋରେ ଇମ୍ରାନଙ୍କ ବେକରେ ଗଭୀର ଆଘାତ ଲାଗିଥିବା ଦେଖା ଯାଇଛି । ସେ ଡିମାଣ୍ଡିଂ ଷ୍ଟଣ୍ଟ କରୁଥିଲେ, ଏହି ସମୟରେ ତାଙ୍କ ବେକକୁ ଛୁରାମାଡ ହୋଇଥିଲା । ଆକ୍ସନ ଫିଲ୍ମରେ ନିଜେ ଷ୍ଟଣ୍ଟ କରୁଥିବା ବେଳେ ଏଭଳି ଘଟଣା ଘଟିଛି । ଘଟଣା ପରେ ଇମ୍ରାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା ବେଳେ ଆଜି ମୁମ୍ବାଇ ଫେରିବେ ବୋଲି ଖବର ମିଳିଛି । ତେବେ ଫଟୋ ଭାଇରଲ ହେବା ପରେ ଫ୍ୟାନ୍ସ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଫିଲ୍ମ ଗୁଡାଚାରି-୨ ଗୁଇନ୍ଦା ଆଧାରିତ ଫିଲ୍ମ । ଏଥିରେ ଇମ୍ରାନ ହାସମୀ ଏବଂ ଅଦିଓ୍ୱି ଶେଷ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ବିନୟ କୁମାର ସିରିଗିନିଡି ଦେଉଛନ୍ତି । ଏହି ଫିଲ୍ମକୁ ତେଲୁଗୁ, ତାମିଲ, ମାଲାୟଲମ, କନ୍ନଡ ଏବଂ ହିନ୍ଦୀ ଭାଷାରେ ରିଲିଜ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button