ରାଜନୀତି

ବିଜେପି କ୍ଷମତାକୁ ଆସିଲେ ଲାଗୁ କରିବ ଏନଆରସି; ଶିବରାଜ ସିଂ ଚୌହାନ

ନୂଆଦିଲ୍ଲୀ,୦୮/୧୦: ପାଖେଇ ଆସୁଛି ନିର୍ବାଚନ । ଏନେଇ ରାଜ୍ୟରେ ଜୋର ଧରିଛି ପ୍ରଚାରପ୍ରସାର । ଏହାରି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ ଦେଇଛନ୍ତି ବଡ ବୟାନ । ତେବେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସରକାର ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦେଉଛନ୍ତି। ତେଣୁ ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ନ୍ୟାଶନାଲ ରେଜିଷ୍ଟର ଅଫ ସିଟିଜେନ ବା ଏନଆରସି ଲାଗୁ କରିବ ।

ବିଜେପି ରୁଟି, ମାଟି ଓ ବେଟିଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି,“ବିଜେପି ଖୁବଶୀଘ୍ର ଝାଡଖଣ୍ଡ ପାଇଁ ତା’ର ଇସ୍ତାହାର ଘୋଷଣା କରିବ। ଏହି ନିର୍ବାଚନ କେବଳ ମୁଖ୍ୟମନ୍ତ୍ରୀ କିମ୍ବା କ୍ଷମତା ପାଇଁ ନୁହେଁ। ଏହା ଝାଡଖଣ୍ଡର ସୁରକ୍ଷା ପାଇଁ। ଆମେ ରୁଟି, ମାଟି ଓ ବେଟିଙ୍କ ସୁରକ୍ଷା ପାଇଁ ପ୍ରତିବଦ୍ଧ। ବାଂଲାଦେଶରୁ ହେଉଥିବା ଅନୁପ୍ରବେଶ ପାଇଁ ଏହି ଅଞ୍ଚଳର ଭୌଗଳିକ ସ୍ଥିତି ଦ୍ରୁତଗତିରେ ବଦଳିବାରେ ଲାଗିଛି। ପୂର୍ବରୁ ସାନ୍ଥଲ ଅଞ୍ଚଳରେ ଆଦିବାସୀ ଲୋକଙ୍କ ସଂଖ୍ୟା ୪୪%ରୁ ଅଧିକ ଥିଲା। ବର୍ତ୍ତମାନ ଏହା ୨୮%କୁ ଖସି ଆସିଛି। ଅନୁପ୍ରବେଶକାରୀଙ୍କ ପାଇଁ ଏଠାକାର ଜନସଂଖ୍ୟା ଅତ୍ୟନ୍ତ ଖରାପ ଭାବେ ପ୍ରଭାବିତ ହେଉଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଅନୁପ୍ରବେଶକାରୀଙ୍କୁ ସମର୍ଥନ କରୁଥିବା ସେ ଅଭିଯୋଗ କରିଛନ୍ତି। ଭୋଟ ବ୍ୟାଙ୍କ ରାଜନୀତି ପାଇଁ ହେମନ୍ତ ସୋରେନ ସରକାର ଅନୁପ୍ରବେଶକାରୀଙ୍କୁ ସମର୍ଥନ କରୁଛନ୍ତି। ଆମେ ଝାରଖଣ୍ଡରେ ଏନଆରସି ଲାଗୁ କରିବୁ। ସ୍ଥାନୀୟ ଲୋକଙ୍କ ପଞ୍ଜିକରଣ ହେବ ଓ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବାହାର କରାଯିବ।”

ତେବେ ଆସନ୍ତା ଝାଡଖଣ୍ଡ ନିର୍ବାଚନ ପାଇଁ ବିଜେପି ଏଯାଏଁ ପୂର୍ଣ୍ଣକାଳୀନ ଇସ୍ତାହାର ଜାରି କରିନାହିଁ। କିନ୍ତୁ ଅକ୍ଟୋବର ୫ରେ ଦଳ ଯୁବଗୋଷ୍ଠୀ ଓ ମହିଳାଙ୍କ ପାଇଁ ପାଞ୍ଚ ପ୍ରଣା ବା ୫ ପ୍ରତିଶ୍ରୁତିପତ୍ର ଜାରି କରିଥିଲା। ଯୁବା ସାଥୀ,ଗୋଗୋ ଦିଦି ଯୋଜନା,ଘର ସାକାର, ଲକ୍ଷ୍ମୀ ଜୋହର ଓ ନିଶ୍ଚିତ ନିଯୁକ୍ତି ନାଁରେ ୫ ପ୍ରତିଶ୍ରୁତି ଦିଆଯାଇଛି। ଗୋଗୋ ଦିଦି ଯୋଜନା ଅଧୀନରେ ମହିଳାଙ୍କୁ ପ୍ରତି ମାସରେ ୨୧୦୦ ଟଙ୍କା ଲେଖାଏ ମିଳିବ। ନିଶ୍ଚିତ ନିଯୁକ୍ତି ଯୋଜନାରେ ୫ ବର୍ଷରେ ୫ ଲକ୍ଷ ଯୁବ ପ୍ରତିଭାଙ୍କୁ ଚାକିରି ମିଳିବ। ଘର ସାକାର ଯୋଜନାରେ ସମସ୍ତଙ୍କୁ ଘର ଦେବାକୁ ବିଜେପି ପ୍ରତିଶ୍ରୁତି ଦେଇଛି। ଯୁବା ସାଥୀ ଯୋଜନାରେ ପ୍ରବେଶିକା ପରୀକ୍ଷା ପାଇଁ ଯୁବକ ଯୁବତୀଙ୍କୁ ୨ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ। ଏହାବାଦ ରାଜ୍ୟରେ ଖାଲି ପଡ଼ିଥିବା ୨ ଲକ୍ଷରୁ ଅଧିକ ପଦବୀରେ ଯୁବଗୋଷ୍ଠୀଙ୍କୁ ଅଗ୍ରାଧିକାର ମିଳିବ

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button