IBN ଓଡ଼ିଶା ବ୍ୟୁରୋ

ଯେଉଁ ବ୍ୟକ୍ତି ବିଷ ଖାଇ ଆତ୍ମହତ୍ୟା କରିଥାଏ, ତାଙ୍କୁ କେଉଁ ଜନ୍ମ ମିଳିଥାଏ… Garud Puran

ବନ୍ଧୁଗଣ ଯେପରି ମଣିଷ ଶରୀରରେ ଆତ୍ମା ରହିଛି । ସେହିପରି ସବୁ ପଶୁପକ୍ଷୀ ମାନଙ୍କ ମଧ୍ୟରେ ଆତ୍ମା ରହିଛି । ହେଲେ କିଏ କୁକୁର, ବିଲେଇ, ସାପ, ମଶାମାଛି ଆଦି ଏହିପରି ଭିନ୍ନ ଭିନ୍ନ ଜନ୍ମ ପାଇଥାନ୍ତି । ତେବେ କେଉଁ କର୍ମ କରିଲେ କେଉଁ ଜନ୍ମ ମିଳେ ସେହି ବିଷୟରେ ଆଜି ଏଠାରେ ଜାଣିବା । ଯାହାକି ଗରୁଡ ପୁରାଣରେ ବର୍ଣ୍ଣିତ ହୋଇକି ରହିଛି । 1- ତେବେ ବନ୍ଧୁଗଣ ଆପଣ ମାନେ ଅନେକ ସ୍ଥାନରେ ଶୁଣିବାକୁ ପାଇଥିବେ ।

ଯେ ମା’ ଗର୍ଭରେ ଥିବା ଛୁଆଟି ପେଟରେ ମରିଗଲା ବ ଜନ୍ମ ହେଉ ହେଉ ମରିଗଲା । ତେବେ ଜଣେ ଜନ୍ମ ହେଉ ହେଉ ମାରିବା ପଛରେ ମଧ୍ୟ ଏକ କାରଣ ରହିଛି । ଯେଉଁ ମାନେ ପିତା, ମାତା, ଗୁରୁଜନ ଆଦି ନିଜର ଲୋକଙ୍କୁ ଶତ୍ରୁ ଭାବିକି ଦେଖିଥିବେ । ସେମାନେ ମାତୃଗର୍ଭରେ ସ୍ଥାନ ପାଇଥାନ୍ତି । ହେଲେ ପୃଥିବୀ ପୃଷ୍ଠକୁ ଆସିବା ପୂର୍ବରୁ ସେମାନେ ମରିଯାଇଥାନ୍ତି ।

2- ଯେଉଁ ମାନେ ନିଜ ସ୍ତ୍ରୀକୁ ଅପମାନ କରନ୍ତି । ସେମାନେ ଆର ଜନ୍ମରେ ଉକୁଣୀ ହୋଇ ଜନ୍ମଲାଭ କରନ୍ତି । ଯେଉଁ ସ୍ତ୍ରୀ ନିଜ ସ୍ଵାମୀକୁ ଛାଡି ପର ପୁରୁଷ ସହ ଗୁପ୍ତ ସମ୍ପର୍କ ରଖନ୍ତି । ସେମାନେ ଝିଟିପିଟି, ବାଦୁଡି କିମ୍ବା ଦୋମୁଣ୍ଡିଆ ସାପ ହୋଇ ଜନ୍ମ ଲାଭ କରିଥାନ୍ତି । 3- ଯେଉଁ ବ୍ୟକ୍ତି ନିଜ ଜୀବନରେ ବହୁତ ସାରା ପାପ କରିଥାଏ । ସେ ଆର ଜନ୍ମରେ ଯେଉଁ ବି ଯୋନୀରୁ ଜନ୍ମ ଲାଭ କରିଲେ । ବି ତାହାର ଶରୀରରେ ବହୁତ ରୋଗ ରହିଥାଏ ।

ଶହ ଶହ ବର୍ଷ ଧରି ସେମାନେ ତୃଣ ବା ଛୋଟ ଛୋଟ ଗଛରେ ଜନ୍ମ ଲାଭ କରିଥାନ୍ତି । ତାପରେ ସେମାନେ ଚାରି ଜନ୍ମ ପର୍ଯ୍ୟନ୍ତ ପଶୁ ହୋଇ ଜନ୍ମ ଗ୍ରହଣ କରନ୍ତି । ତାପରେ ସେମାନେ ପକ୍ଷୀ ହୋଇ 7 ଥର ଜନ୍ମ ଗ୍ରହଣ କରନ୍ତି । ତାପରେ ଯାଇ ସେମାନେ ମନୁଷ୍ୟ ଜନ୍ମ ଲାଭ କରନ୍ତି । ସେଥିପାଇଁ ତ ମନୁଷ୍ୟ ଜୀବନକୁ ଦୁର୍ଲଭ ଜୀବନ କୁହାଯାଇଥାଏ ।

ହେଲେ ଅନେକ ଲୋକ ମନୁଷ୍ୟ ଜନ୍ମ ପାଇ ମଧ୍ୟ କୌଣସି କାରଣ ବଶତଃ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥାନ୍ତି । ଯେପରି କିଛି ଲୋକ ବିଶ ଖାଇ ନିଜର ଆତ୍ମହତ୍ୟା କରିଦେଇଥାନ୍ତି । ଯେଉଁ ମାନେ ଏହିପରି ଭାବେ ବିଶ ଖାଇ ମୃତ୍ୟୁବରଣ କରିଥାନ୍ତି । ସେମାନେ ସ୍ଵର୍ଗ, ମର୍ତ୍ତ୍ୟ କିମ୍ବା ପାତାଳ ତିନିପୁରରେ ବି କୌଣସି ଜାଗା ପାଇପାରିନଥାନ୍ତି । ଯେତେବେଳେ ବି ସେହି ଆତ୍ମା କୌଣସି ଜନ୍ମ ଲାଭ କରେ ।

ସେତେବେଳେ ସେ ରୋଗଗ୍ରସ୍ତ ହୋଇ ଜନ୍ମ ଲାଭ କରିଥାଏ । ତେଣୁ ସମସ୍ତେ ନିଜ ନିଜ କର୍ମ ଫଳ ଦ୍ଵାରା ହିଁ କେଉଁ ଯୋନୀରୁ ଜନ୍ମ ଲାଭ କରିବେ ତାହା ନିର୍ଦ୍ଧାରଣ କରାଯାଇଥାଏ

Related Articles

Leave a Reply

Your email address will not be published. Required fields are marked *

Back to top button