ଦେଶ

ବିଶ୍ୱ ମାନବତାବାଦୀ ଦିବସ ବା ୱାର୍ଲ୍ଡ ହ୍ୟୁମାନିଟାରିଆନ୍ ଡେ’:ସମାଜରେ ସଂସ୍କାର ଆଣେ ମାନବିକତା – Ibnodisha

[ad_1]

ସ୍ରଷ୍ଟାଙ୍କ ଏ ବିଚିତ୍ର ସୃଷ୍ଟିରେ ମାନବ ହେଉଛି ଶ୍ରେଷ୍ଠ, ଆଉ ଆଉ ମାନବିକତା ଶ୍ରେଷ୍ଠତମ। ଏହି ମାନବିକତା ଏବଂ ସୌହାର୍ଦ୍ଧପୂର୍ଣ୍ଣ ବ୍ୟବହାର ମାନବ ସମାଜକୁ ତିଷ୍ଟି ରଖିପାରିଛି। କିନ୍ତୁ ବେଳେ ବେଳେ ଏପରି ଖବର ସାମ୍ନାକୁ ଆସେ, ଯାହାକୁ ଶୁଣିଲେ ମଣିଷ କହେ ‘ମରିଗଲା ମାନବିକତା’। ଯଦି ମାନବିକତା ମରିଯାଏ, ତେବେ ମାନବ ସମାଜ ତିଷ୍ଟି ରହିବ କିପରି। ଜଣେ ବ୍ୟକ୍ତି ନିର୍ଭିକରେ ରହିବା ପାଇଁ ଆଉ ଜଣଙ୍କର ମାନବିକତା ଲୋଡା। ମାନବିକତା ହିଁ ସମାଜରେ ଏକ ସ୍ୱତନ୍ତ୍ର ସଂସ୍କାର ଆଣେ। ତେଣୁ ଏହି ମାନବିକତାକୁ ଜୀବିତ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ବିଶ୍ୱ ମାନବତାବାଦୀ ଦିବସ ବା ୱାର୍ଲ୍ଡ ହ୍ୟୁମାନିଟାରିଆନ୍ ଡେ’ ପାଳନ କରାଯାଉଛି।

ବିଶ୍ୱ ମାନବତାବାଦୀ ଦିବସ ଇତିହାସ
ଅଗଷ୍ଟ ୧୯,୨୦୦୩ ରେ, ଇରାକର ବାଗଦାଦର କାନାଲ ହୋଟେଲ ଉପରେ ବୋମା ଆକ୍ରମଣ ହୋଇଥିଲା। ଏଥିରେ ୨୨ ଜଣ ମାନବତାବାଦୀ କର୍ମୀଙ୍କର ପ୍ରାଣହାନୀ ଘଟିଥିଲା। ଏମାନଙ୍କ ମଧ୍ୟରେ ଜାତିସଂଘର ସ୍ୱତନ୍ତ୍ର ମହାସଚିବ ସର୍ଗିଓ ଭିଏରା ଡି ମିଲୋ ମଧ୍ୟ ଥିଲେ। ମିଳିତ ଜାତିସଂଘ ସାଧାରଣ ସଭା ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ମନସ୍ଥ କଲା। ଦୁର୍ଘଟଣାର ପାଞ୍ଚ ବର୍ଷ ପରେ ସ୍ୱର୍ଗତ ଏହି ୨୨ ମାନବତାବାଦୀ କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଅଗଷ୍ଟ ୧୯ କୁ ବିଶ୍ୱ ମାନବତାବାଦୀ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲା ଜାତିସଂଘ। ଏହାପରଠାରୁ ପ୍ରତିବର୍ଷ ମିଳିତ ଜାତିସଂଘ କାର୍ଯ୍ୟାଳୟ ସେମତ ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ମାନବତାବାଦୀ ଦିବସ ପାଳନ କରାଯାଉଛି।

ବିଶ୍ୱ ମାନବତାବାଦୀ ଦିବସର ମହତ୍ତ୍ୱ 
ସମଗ୍ର ବିଶ୍ୱରେ, ଉଭୟ ପୁରୁଷ ଓ ମହିଳା ନିସ୍ୱାର୍ଥପର ଭାବେ ସେବା ଯୋଗାଇ ଦିଅନ୍ତି। ଅପରିଚିତ ବ୍ୟକ୍ତିଙ୍କ ନିକଟରେ ପହଞ୍ଚି ସେମାନଙ୍କୁ ସହାୟତାର ହାତ ବଢାନ୍ତି। ସେମାନଙ୍କ ସଙ୍କଟ ସମୟରେ ସାହାରା ପାଲଟନ୍ତି। ଏହି ବ୍ୟକ୍ତିଙ୍କ ସମ୍ମାନାର୍ଥେ ବିଶ୍ୱ ମାନବତାବାଦୀ ଦିବସ ପାଳନ କରାଯାଏ। ଏହିପରି ଦିବସ ପାଳନ କରିବା ଦ୍ୱାରା ସମଗ୍ର ବିଶ୍ୱ ଏକ ହୋଇପାରିବ ବୋଲି ମିଳିତ ଜାତିସଂଘ ଆଶା ରଖିଛି।

ବିଷୟବସ୍ତୁ
ପ୍ରତିବର୍ଷ ବିଶ୍ୱ ମାନବତାବାଦୀ ଦିବସ ଏକ ବିଷୟବସ୍ତୁ ବା ଥିମକୁ ନେଇ ପାଳନ କରାଯାଏ। ଚଳିତ ବର୍ଷ ‘ଯାହା ହେଉ ପଛକେ’ ଥିମ୍ ରଖାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button