ଖେଳ

ପ୍ରଥମ ଟ୍ବେଣ୍ଟି-୨୦, ବୁମ୍‌ରାଙ୍କ ସଫଳ ପ୍ରତ୍ୟାବର୍ତ୍ତନ : ଆୟରଲାଣ୍ଡକୁ ୨ରନରେ ହରାଇଲା ଭାରତ – Ibnodisha

[ad_1]

ଡବ୍‌ଲିନ୍‌ : ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ସଫଳ ପ୍ରତ୍ୟାବର୍ତ୍ତନ ବଳରେ ଆୟରଲାଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି୨୦ରେ ଭାରତ ବିଜୟ ହାସଲ କରିଛି। ଶୁକ୍ରବାର ଡବ୍‌ଲିନ୍‌ରେ ଖେଳାଯାଇଥିବା ମ୍ୟାଚରେ ଭାରତ ଡକ୍‌ୱଥ୍‌ ଲୁଇସ୍‌ ନିୟମ ଆଧାରରେ ୨ରନରେ ଆୟରଲାଣ୍ଡକୁ ପରାସ୍ତ କରିଛି। ଭାରତ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି।
ଆୟରଲାଣ୍ଡ ପ୍ରଥମେ ବ୍ୟାଟିଂ କରି ବ୍ୟାରୀ ମ୍ୟାକ୍‌କାର୍ଥିଙ୍କ ଅପରାଜିତ ୫୧ରନ ବଳରେ ୧୩୯ରନ କରିଥିଲା। ଜବାବରେ ଭାରତ ୬.୫ ଓଭର ଖେଳି ୨ ୱିକେଟ ବିନିମୟରେ ୪୭ରନ କରିଥିବାବେଳେ ବର୍ଷା ହୋଇଥିଲା। ବର୍ଷା ଲାଗିରହିଥିବାରୁ ମ୍ୟାଚ ଆଉ ସମ୍ଭବପର ନଥିଲା। ଫଳରେ ଡକ୍‌ୱଥ୍‌ ଲୁଇସ୍ ନିୟମ ଆଧାରରେ ଭାରତକୁ ୨ରନରେ ବିଜେତା ଘୋଷଣା କରାଯାଇଥିଲା। ୧୪୦ରନର ବିଜୟ ଲକ୍ଷ୍ୟକୁ ଦୁଇ ଭାରତୀୟ ଓପନର ଯଶସ୍ବୀ ଜୟସୱାଲ ଓ ଋତୁରାଜ ଗାଏକ୍ବାର୍ଡ ଦୃଢତାର ସହିତ ପିଛା କରିଥିଲେ। ଉଭୟେ ୬ ଓଭର ପାୱାର ପ୍ଲେ ରୁ ୪୫ରନ ସଂଗ୍ରହ କରିଥିଲେ। ଦଳ ୧ରନ ବ୍ୟବଧାନରେ ଦୁଇଟି ୱିକେଟ ହରାଇଥିଲା। ୪୬ରନ ସ୍କୋର ଥିବାବେଳେ ଯଶସ୍ବୀ ୨୪ ଓ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରିଥିବା ତିଲକ ବର୍ମା ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ। ୩ୟ ୱିକେଟରେ ଋତୁରାଜ୍‌ ଓ ସଞ୍ଜୁ ସାମସନ ଅବିଭାଜିତ ୧ରନ ଯୋଡିଥିଲେ। ଖେଳ ବନ୍ଦ ବେଳକୁ ଋତୁରାଜ ୧୯ ଓ ସାମସନ ୧ରନ କରି ଅପରାଜିତ ରହିଥିଲେ।
ଭାରତ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଘରୋଇ ଆୟରଲାଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଆହତ ସମସ୍ୟାରୁ ମୁକିଳିବା ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିବା ଯଶପ୍ରୀତ ବୁମ୍‌ରା ପ୍ରଥମ ଓଭରରେ ଦୁଇଟି ୱିକେଟ ନେଇ ଘରୋଇ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ବୁମ୍‌ରା ଇନିଂସର ପ୍ରଥମ ଓଭର ୩ୟ ବଲରେ ଆଣ୍ଡି ବାଲବର୍ନି(୪) ଓ ୪ର୍ଥ ବଲରେ ଲୋର୍କାନ ଟକର(୦)ଙ୍କ ୱିକେଟ ନେଇଥିଲେ। ୩ୟ ୱିକେଟରେ ହ୍ୟାରୀ ଟେକ୍ଟର ଓ ପଲ୍‌ ଷ୍ଟାର୍ଲିଂ ୨୩ରନ ସଂଗ୍ରହ କରିଥିଲେ। ୨୭ରନ ସ୍କୋର ଥିବାବେଳେ ଟେକ୍ଟର ୯ରନ କରି ଆଉଟ୍‌ ହୋଇଥିଲେ। ଦଳ ୩୧ରନ ମଧ୍ୟରେ ଅଧା ୱିକେଟ ହରାଇଥିଲା। ୬ଷ୍ଠ ୱିକେଟ ପାଇଁ କ୍ରୁଟିସ ଚାମ୍ପର ଓ ମାର୍କ ଆଦିର ୨୮ରନ ଯୋଡ଼ିଥିଲେ। ସ୍କୋର ୫୯ରନ ଥିବାବେଳେ ଆଦିର ୧୬ରନ କରି ଆଉଟ୍‌ ହୋଇଥିଲେ। ସପ୍ତମ ୱିକେଟରେ ବ୍ୟାରୀ ମ୍ୟାକ୍‌କାର୍ଥି ଓ ଚାମ୍ପର ୫୭ରନ ସଂଗ୍ରହ କରିବା ସହିତ ଦଳୀୟ ସ୍କୋରକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ୧୧୬ରନ ସ୍କୋର ଥିବାବେଳେ ଚାମ୍ପର ୩୯ରନ କରି ଆଉଟ୍‌ ହୋଇଥିଲେ। ଶେଷ ଆଡକୁ ବ୍ୟାରୀ ମ୍ୟାକ୍‌କାର୍ଥିଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଦଳ ୭ ୱିକେଟ ହରାଇ ୧୩୯ରନ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଯଶପ୍ରୀତ ବୁମ୍‌ରା , ପ୍ରସିଦ୍ଧ କ୍ରିଷ୍ଣା ଓ ରବି ବିଷ୍ଣୋୟି ୨ଟି ଲେଖାଏଁ ୱିକେଟ ନେଇଥିଲେ। ଉକ୍ତ ମ୍ୟାଚରେ ଯୁବ ବାମହାତୀ ଭାରତୀୟ ବ୍ୟାଟ୍‌ସମ୍ୟାନ ରିଙ୍କୁ ସିଂହ ଓ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଟ୍ବେଣ୍ଟି୨୦ ପଦାର୍ପଣ କରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button