ଦେଶ

ଆସନ୍ତା ଜାନୁଆରୀ ୨୨ରେ ରାମମନ୍ଦିର ପ୍ରତିଷ୍ଠା – Ibnodisha

[ad_1]

ଅଯୋଧ୍ୟା: ଉତ୍ତରପ୍ରଦେଶ ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିର ଆସନ୍ତାବର୍ଷ ଜାନୁଆରୀ ୨୨ ତାରିଖରେ ପ୍ରତିଷ୍ଠା ପୂର୍ବକ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଉତ୍ସର୍ଗ କରାଯିବ। ମନ୍ଦିର ନିର୍ମାଣ କମିଟି ସଭାପତି ନୃପେନ୍ଦ୍ର ମିଶ୍ର ମଙ୍ଗଳବାର ଦେଇଥିବା ସୂଚନା ଅନୁଯାୟୀ ଜାନୁଆରୀ ୨୦ରୁ ୨୪ ତାରିଖ ମଧ୍ୟରେ ମନ୍ଦିର ପ୍ରତିଷ୍ଠା ସହିତ ଭଗବାନ ଶ୍ରୀରାମ ଓ ଅନ୍ୟାନ୍ୟ ଦେବଦେବୀଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ।

ଶ୍ରୀ ମିଶ୍ର କହିଛନ୍ତି ଯେ ତିନି ମହଲା ବିଶିଷ୍ଟ ମନ୍ଦିର ତଳ ମହଲାର ନିର୍ମାଣ କାମ ଡିସେମ୍ବର ସୁଦ୍ଧା ଶେଷ ହେବ। ମନ୍ଦିରର ଶିଖରରେ ଏପରି ଡିଜାଇନ କରାଯାଉଛି ଯେପରିକି ପ୍ରତିବର୍ଷ ରାମନବମୀ ଦିନରେ ସୂର୍ଯ୍ୟଙ୍କ କିରଣ ଗର୍ଭଗୃହରେ ଥିବା ଭଗବାନ ଶ୍ରୀରାମ ମୁଣ୍ଡରେ ପଡିବ। ଏହି ଡିଜାଇନକୁ ବେଙ୍ଗାଲୁରୁରେ ନିର୍ମାଣ କରାଯାଉଥିବା ବେଳେ ଏହାକୁ ବୈଜ୍ଞାନିକମାନେ ତଦାରଖ କରୁଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button