ରାଜ୍ୟ

Dowry torture: କନେଷ୍ଟବଳ ସ୍ୱାମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ, ଯୌତୁକ ଦାବି ସହ ଭ୍ରୂଣହତ୍ୟା ଅଭିଯୋଗ

୬ ବର୍ଷ ଧରି ନିର୍ଯାତନା ଦେଉଥିଲେ ସ୍ବାମୀ । ଯୌତୁକ ପାଇଁ ମାଡ଼ ମାରିବା ସହ ଥାର୍ ଓ ବୁଲେଟ୍ ଗାଡ଼ି ଦାବି କରୁଥିଲେ । ଏପରିକି ଜୋରଜବରଦସ୍ତ ଭ୍ରୂଣ ହତ୍ୟା କରାଇଥିବା ମଧ୍ୟ ଅଭିଯାଗ କରିଛନ୍ତି ପୀଡ଼ିତା । ଭୁବନେଶ୍ବର ନନ୍ଦନକାନନ ଥାନାରେ ଏତଲା ଦିଆଯାଇଛି । ସ୍ବାମୀଙ୍କୁ ଗିରଫ ସହ ନ୍ୟାୟ ଦାବି କରିଛନ୍ତି ।

ଅଭିଯୋଗ ଅନୁଯାୟୀ,୨୦୧୯ ମସିହାରେ ଢେଙ୍କାନାଳ ଜିଲ୍ଲାର ସର୍ବେଶ୍ୱର ବେହେରାଙ୍କୁ ବିବାହ କରିଥିଲେ ମହିଳା । ସର୍ବେଶ୍ୱର ଅଗ୍ନିଶମ ବିଭାଗରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଅଛନ୍ତି ଏବଂ ଉଭୟଙ୍କର ଏକ ପୁଅ ମଧ୍ୟ ରହିଛି । କିନ୍ତୁ ବିବାହର କିଛି ଦିନ ପରେ ସ୍ବାମୀଙ୍କ ଅତ୍ୟାଚାର ବଢ଼ିବାରେ ଲାଗିଥିଲା । ସ୍ବବେଶ୍ବର ଯୌତୁକ ପାଇଁ ସବୁବେଳେ ସ୍ତ୍ରୀକୁ ମାଡ଼ ମାରୁଥିଲେ । ଏପରିକି ପୁଅକୁ ମାରିଦେବାକୁ ଧମକ ବି ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି ପୀଡ଼ିତା ।

ମହିଳାଙ୍କ ଅଭିଯୋଗ ଅନୁସାରେ, ଅଧିକ ଯୌତୁକ ବାବଦରେ ଏକ କାର୍ ଏବଂ ବୁଲେଟ୍ ଗାଡ଼ି ଦାବି କରି ସ୍ୱାମୀ ତାଙ୍କୁ ନିୟମିତ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ଏପରିକି ଜୋରଜବରଦସ୍ତ ଭାବେ ତାଙ୍କର ଭ୍ରୂଣହତ୍ୟା ମଧ୍ୟ କରାଯାଇଥିବା ଅଭିଯୋଗ କରିଛନ୍ତି । ଏନେଇ ପୂର୍ବରୁ ନନ୍ଦନକାନନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହୋଇଛି । ତେଣୁ ବାଧ୍ୟ ହୋଇ ପୀଡ଼ିତା ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ସ୍ୱାମୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button