ରାଜ୍ୟ

ନବୀନ ସରକାରକୁ ଓପାଡି ଫିଙ୍ଗନ୍ତୁ : ଅମିତ ଶାହ – Ibnodisha

[ad_1]

ସୋନପୁର : ସୋନପୁରରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ । ଆସୁ ଆସୁ ସଭାରେ ଗର୍ଜିଲେ ଶାହ । ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କଲେ । ଓଡିଶାରେ ୨୦ ଲୋକସଭା ସିଟ୍ ଜିତିବା କି ନାହିଁ ପଚାରିଲେ ଶାହ । ଓଡିଶାରେ ପ୍ରଥମ ଥର ବିଜେପି ସରକାର ବନେଇବ କି ନାହିଁ । ଓଡିଶାରେ ପ୍ରଥମ ଥର ବିଜେପି ସରକାର କରିବା ବୋଲି ଶାହ କହିଛନ୍ତି । ସେ ଅହୁରି ମଧ୍ୟ କହିଛନ୍ତି ଓଡିଶାକୁ ପ୍ରଥମ ଥର ମୁଁ ନିର୍ବାଚନ ପ୍ରଚାର ପାଇଁ ଆସିଛି । ସାରା ଦେଶରେ ଯୁଆଡେ ଯାଇଛି ସବୁଠି ମୋଦି ନାରା ଶୁଣୁଛି । ଆଜି ମଧ୍ୟ ଓଡିଶାରେ ମାହୋଲ ପୂରା ମୋଦି ମୟ ରହିଛି । ଓଡିଶା ଲୋକ ବି ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବେ । ଓଡିଶାର ଭାଷା,ସଂସ୍କୃତି ଗୌରବ ପାଇଁ ବିଜେପି ସରକାର ବନିବା ଦରକାର କହିଲେ । ଏଠାକାର ସରକାର ଓଡିଶାକୁ ବିକାଶରୁ ଦୂରରେ ରଖିଛି । ଅଫିସରଙ୍କ ମାଧ୍ୟମରେ ଭୟଙ୍କର ଭ୍ରଷ୍ଟାଚାର କରିଛି ଏଠିକାର ସରକାର । ଓଡିଶାର ଭାଷା, ସଂସ୍କୃତି ଗୌରବରୁ ବଞ୍ôଚତ ରଖିଛନ୍ତି । ଏହି ସରକାର । ସବୁଠାରୁ ଅଧିକ ପ୍ରାକୃତିକ ସଂପଦ ଓଡିଶାରେ ରହିଛି । ସବୁଥାଇ ବି ଓଡିଶା ସମୃଦ୍ଧିଠାରୁ ଦୂରରେ ରହିଛି । ଓଡିଶା ଲୋକ ପରିବାର ପ୍ରତିପୋଷଣ ପାଇ ବାହାର ରାଜ୍ୟ ଯାଉଛନ୍ତି । ନବୀନ ସରକାରଙ୍କୁ ଓପାଡି ଏଠାରେ ବିଜେପି ସରକାର ବନାନ୍ତୁ କହିଲେ ଅମିତ ଶାହ । ବିଜେପି ସରକାର ଆସିଲେ ଜଣେ କାହାକୁ ବାହାର ରାଜ୍ୟ ଯିବାକୁ ପଡିବନି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button