ଦେଶ

ଭୟଙ୍କର ଅଗ୍ନିକାଣ୍ଡ ; ୬ ମୃତ,୧୫ ଆହତ – Ibnodisha

[ad_1]

ପାଟନା : ବିହାର ରାଜଧାନୀ ପାଟନା ଜଙ୍କସନର ଠିକ୍ ସାମ୍ନାରେ ଥିବା ଏକ ବହୁମହଲା ବିଶିଷ୍ଟ ହୋଟେଲରେ ଗୁରୁବାର ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬ ଜଣଙ୍କ ଜୀବନ ଚାଲି ଯାଇଛି। ସକାଳ ପ୍ରାୟ ୧୦ଟା ସମୟରେ ନିଆଁ ଲାଗିବାର ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୩୦ ମିନିଟ୍ ମଧ୍ୟରେ ନିଆଁକୁ ଆୟତ୍ତ କରିଥିଲେ। ମାତ୍ର କିଛି ସମୟ ମଧ୍ୟରେ ହୋଟେଲ ମଧ୍ୟରେ ଧୂଆଁ ଭର୍ତ୍ତି ହୋଇଯାଇଥିଲା। ହୋଟେଲର ନିକଟରେ ଥିବା କୋଠାକୁ ନିଆଁ ବ୍ୟାପି ଯାଇଥିଲା। ଏହି ଘଟଣା ପରେ ଷ୍ଟେସନ ରାସ୍ତାରେ ପ୍ରବଳ ଜାମ୍ ଦେଖିବାକୁ ମିଳିଥିଲା। ଏଯାଏଁ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୬ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ଓ ୩ ଜଣ ପୁରୁଷ ବୋଲି ଜଣାପଡିଛି। ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୨୦ ଜଣଙ୍କୁ ଚିକିତ୍ସା ଜାରି ରଖିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ରୋଷେଇ ଗ୍ୟାସରୁ ନିଆଁ ଲାଗି ପରେ ଏହି ନିଆଁ ୪ ମହଲାକୁ ବ୍ୟାପି ଯାଇଥିଲା। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button