ରାଜ୍ୟ

ବେଟି ବଚାଓ ବେଟି ପଢ଼ାଓ ଯୋଜନା ରେ ଦିବାରାତ୍ର ହକି ଟୁର୍ଣ୍ଣାମେଣ୍ଟ ଆୟୋଜିତ – Ibnodisha

[ad_1]

ଯାଜପୁର : ଯାଜପୁର ହକି ପ୍ରଶିକ୍ଷଣ କେନ୍ଦ୍ରରେ ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ବେଟି ବଚାଓ ବେଟି ପଢ଼ାଓ ଯୋଜନା ରେ ଦିବାରାତ୍ର ମହିଳା ହକି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ଏହାକୁ ରାଜସ୍ବ ବିଭାଗ ର ଅତିରିକ୍ତ ଜିଲାପାଳ ଶୁଭେନ୍ଦ୍ର କୁମାର ସାମଲ ଉଦଘାଟନ କରିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଫକିର ମୋହନ ଟୁଡୁଙ୍କ ଅଧ୍ୟକ୍ଷତାରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଝିଅ ମାନଙ୍କୁ ସବୁ କ୍ଷେତ୍ର ରେ ଆଗକୁ ଆସିବାକୁ ଆହ୍ଵାନ ଦେଇଥିଲେ। ସମ୍ମାନିତ ଅତିଥି ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ରେକ୍ସୋନା ଜେନା, କିଶୋର ନ୍ୟାୟ ପରିଷଦ ସଦସ୍ୟା ପ୍ରୀତିଲତା ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ଭଲ ପାଠ ପଢିବା ସହ କ୍ରୀଡା ମଧ୍ୟ ଏକାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ରେ ଜିଲ୍ଲା ର ଯାଜପୁର, ଦଶରଥପୁର, ସୁକିନ୍ଦା ଓ ଦାନଗଦି ରୁ ଚାରୋଟି ମହିଳା ଦଳ ଅଂଶ ଗ୍ରହଣ କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button