ସାଇବର ସଚେତନତା ଅଭିଯାନ – Ibnodisha

[ad_1]

ବାରିପଦା : ରାଜ୍ୟରେ ଦିନକୁଦିନ ବଢୁଥିବା ସାଇବର ଠକେଇକୁ ରୋକିବା ଲକ୍ଷ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ । ଜନସାଧାରଣଙ୍କୁ ସାଇବର ଠକେଇରୁ ସୁରକ୍ଷା ଦେବାକୁ ସାଇବର ସୁରକ୍ଷା ସମ୍ପର୍କିତ ସଚେତନତାକୁ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ସଚେତନତା ଆଣିବା ଉପରେ ଗୁରୁତ୍ୱ ଦେଇ ସମସ୍ତଙ୍କୁ ସତର୍କ ଓ ସୁରକ୍ଷିତ ରଖିବା ପାଇଁ ଆଜି ମୟୂରଭଞ୍ଜ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏସପି ଗଙ୍ଗାଧି ବାଟୁଲାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାର ସଦର ମହକୁମା ବାରିପଦା ସହର ସ୍ଥିତ ସହିଦସ୍ମୃତି ଭବନ ଠାରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡାଃ ଦେବାଶିଷ ମାରାଣ୍ଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ଜିଲ୍ଲାପାଳ ବିନୀତ ଭାରଦ୍ୱାଜ ଓ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ସଚେତନତା ସଭାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହାପରେ ସାଇବର ଠକେଇ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଅତିଥିଗଣ ମିଳିତ ଭାବରେ ଜିଲ୍ଲାରେ ଏହାର ଶୁଭାରମ୍ଭ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ବେସରକାରୀ ପ୍ରତିଷ୍ଠାନ ସହଯୋଗ କରିଥିବାବେଳେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।
[ad_2]