ରାଜ୍ୟ

ପୁଣି ମନ୍ଦିର ଲୁଟ୍ କଲେ ଦୃର୍ବୁତ୍ତ – Ibnodisha

[ad_1]

ଭଦ୍ରକ : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସୁଗୋ ପଞ୍ଚାୟତ ଜେନା ସାହିରେ ଥିବା ଗୋପାଳଜୀୟ ମନ୍ଦିରରେ ଦୀର୍ଘ ବର୍ଷ ଧରି ପୂଜା ପାଇ ଆସୁଛନ୍ତି ଗୋପାଳଜୀୟ । କିନ୍ତୁ ଗତକାଲି ବିଳମ୍ବିତ ରାତିରେ ଗ୍ରିଲ ଭାଙ୍ଗି ଠାକୁରଙ୍କର ଲକ୍ଷାଧିକ ଟଙ୍କାର ସୁନା ରୂପା ଅଳଙ୍କାର ଚୋରୀ କରି ନେଇଛନ୍ତି ଦୁର୍ବୃତ୍ତ। ଗତକାଲି ପୂଜକ ପୂଜା ସାରି ମନ୍ଦିରର ଚାବି ପକେଇ ଯାଇଥିଲେ । ଆଜି ସକାଳୁ ପୂଜକ ପୂଜା କରିବା ପାଇଁ ମନ୍ଦିରକୁ ଆସିଥିଲେ । ସେଠାରେ ଆସି ଦେଖିଥିଲେ ଯେ ମନ୍ଦିରର ଗ୍ରିଲ ଭଙ୍ଗା ହୋଇଥିଲା। ଆଉ ମନ୍ଦିର ଭିତରୁ ସମସ୍ତ ମୂଲ୍ୟବାନ ଅଳଙ୍କାର ଚୋରି ହୋଇଯାଇଥିଲା। ଏହା ଦେଖି ମନ୍ଦିରର ପୂଜକ ସଙ୍ଗେ ସଙ୍ଗେ ସରପଞ୍ଚକୁ ଖବର ଜଣାଇଥିଲେ । ସମସ୍ତେ ଘଟଣା ସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ଠାକୁରଙ୍କ ଲୁଗା ବାକ୍ସ ଓ ହାରମନୀ ନିକଟରେ ଥିବା ଏକ ପୋଖରୀ ନିକଟରେ ପଡ଼ିଛି। ଠାକୁରଙ୍କ ଅଳଙ୍କାର ଓ ଦାନ ହୁଣ୍ଡିରୁ ସମସ୍ତ ଟଙ୍କା ଲୁଟିନେଇଛନ୍ତି। ଠାକୁରଙ୍କ ଦୁଇଗୋଟି ସୁନା ମୁକୁଟ ଓ ଚାରିଗୋଟି ବଇଁଶୀ ଓ ସୁନରୁପାର ଚିତ ଇତ୍ୟାଦି ସବୁ ଚୋରି କରିନେଇଛନ୍ତି ଦୃର୍ବୁତ୍ତ। ସମସ୍ତ ଅଳଙ୍କାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ। ଏହି ଲୁଟ୍ ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button