ମନୋରଞ୍ଜନ

ସକାଳର ଟିଫିନରେ ପିଲାଙ୍କୁ ବନାଇ ଖୁଆନ୍ତୁ ଏଗ୍ ଫ୍ରାଏଡ୍ ରାଇସ୍, ସ୍ବାଦ ଏମିତି ଆପଣଙ୍କ ମନ କିଣିନେବ

ଆଜିର ପିଲାମାନେ ଫାଷ୍ଟଫୁଡ୍ ଖାଇବା ଲୋଭରେ ପୋଷଣଯୁକ୍ତ ଖାଦ୍ୟ ଖାଇବା ଭୂଲିଗଲେଣି। ଏହା ସେମାନଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ଆପଣ ତାଙ୍କୁ ଘରେ ହିଁ କିଛି ବାହାରର ସ୍ବାଦ ଦିଅନ୍ତୁ। ଏଥିପାଇଁ ଆଜି ଆମେ ଆପଣଙ୍କ ପାର୍ଇ ନେଇ ଆସିଛୁ ଏଗ୍ ଫ୍ରାଇଡ୍ ରାଇସ୍ । ଏହା ଖାଇବା ପାଇଁ ଯେତିକି ସ୍ବାଦିଷ୍ଟ ହୋଇଥାଏ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ।

ଆବଶ୍ୟକ ସାମଗ୍ରୀ

-୨ କପ୍ ଚାଉଳ

-୨ ମଧ୍ୟମ ଆକରର ସିମଲା ଲଙ୍କା

-୨ଟି କଞ୍ଚା ଲଙ୍କା

-ଚାରି ଚାମଚ ସୋୟା ସସ୍

-୩ ଚାମଚ ରିଫାଇନ୍ ତେଲ

-୮ଟି ଅଣ୍ଡା

-୨ ଗାଜର

-ଅଧା ଚାମଚ ଟମାଟୋ ପ୍ୟୁରୀ

-୪ ଚିମୁଟା ଲୁଣ

ପ୍ରସ୍ତୁତି ପ୍ରଣାଳୀ

-ଗୋଟିଏ ବଡ ପାତ୍ରରେ ଏକ କପ୍ ଚାଉଳ ନିଅନ୍ତୁ। ଚାଉଳକୁ ଭଲଭାବେ ଧୋଇ ଦିଅନ୍ତୁ। ଚାଉଳ ଧୋଇବା ପରେ ଏହାକୁ ଫୁଟାଇ ରଖନ୍ତୁ।

-ଏହାପରେ ପରିବାକୁ ଭଲଭାବେ ଧୋଇ କାଟି ଦିଅନ୍ତୁ। ଏହାକୁ ଛୋଟ ଛୋଟ ଆକାରରେ କାଟି ଦିଅନ୍ତୁ।

-ଏବେ ଏକ ପ୍ୟାନ ନେଇ ସେଥିରେ ତେଲ ଗରମ କରନ୍ତୁ। ଏବେ ଏଥିରେ କାଟି ରଖିଥିବା ପିଆଜକୁ ପକାଇ ଭାଜନ୍ତୁ। ପିଆଜ ଭଲଭାବେ ଭାଜି ହୋଇଗଲା ପରେ ସେଥିରେ ସବୁ ପରିବା ପକାନ୍ତୁ।

-୪ ମିନିଟ୍ ପରେ ସେଥିରେ କଞ୍ଚା ଲଙ୍କା ପେଷ୍ଟ ମିଶାନ୍ତୁ। ୧-୨ ମିନିଟ୍ ପରେ ଟମାଟୋ ପ୍ୟୁରୀ, ଲୁଣ, ସୋୟା ସସ୍ ମିଶାଇ ଦିଅନ୍ତୁ। ଏହାପରେ ଆଞ୍ଚକୁ ହାଇ ଫେ୍ଲମରେ ରଖନ୍ତୁ।

-ଏବେ ପ୍ୟାନରେ ଅଣ୍ଡା ପକାଇ ଚଲାନ୍ତୁ। ଏହି ସମୟରେ ଏଥିରେ ବଟର ମିଶାନ୍ତୁ। ଏବେ ଏଥରେ ପୂର୍ବରୁ କରି ରଖିଥିବା ରାଇସ୍ ମିଶାନ୍ତୁ। ଏହି ସବୁକୁ ଭଲଭାବେ ମିଶ୍ରଣ କରନ୍ତୁ।

-ଏହାକୁ ଧନିଆ ପତ୍ର ଏବଂ ସିଝା ଅଣ୍ଡା ସହିତ ସଜାଇ ସର୍ଭ କରନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button