ୱିକେଣ୍ଡକୁ ବନାନ୍ତୁ ସ୍ପେସିଆଲ, ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଆଲୁ ମସାଲା କଚୋଡି

ସାଧାରଣତଃ ୱିକେଣ୍ଡ ସମସ୍ତଙ୍କୁ ପସନ୍ଦ କାରଣ ପୁରା ସପ୍ତାହ କାମ କରିବା ପରେ ଏହା ହିଁ ଗୋଟିଏ ଦିନ ମିଳିଥାଏ ମନପସନ୍ଦର ଖାଦ୍ୟ ପ୍ରସ୍ତୁତ କରିବା ପାଇଁଳ । ତେବେ ଆପଣଙ୍କ ସଣ୍ଡେକୁ ସ୍ପେସିଆଲ ବନାଇବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ‘ଆଲୁ ମସାଲା କଚୋଡି’ । ତାହେଲେ ଆସନ୍ତୁ ଜାଣିବା କିପରି ଘରେ ପ୍ରସ୍ତୁତ କରିବା ଏହି ସ୍ୱାଦିଷ୍ଟ ଖାଦ୍ୟ ।
ଆବଶ୍ୟକ ସାମଗ୍ରୀ
୧୦ ରୁ ୧୫ଟି ବ୍ରେଡ ସ୍ଲାଇସ, ୪ଟି ସିଝା ଆଳୁ, ୧ ଚାମଚ ଅଦା ରସୁଣ ପେଷ୍ଟ, କଞ୍ଚାଲଙ୍କା ପେଷ୍ଟ ଅଧା ଚାମଚ, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ଧନିଆ ପାଉଡର, ଗରମ ମସଲା ଗୁଣ୍ଡ, ଚାଟ ମସଲା, ଫୁଟଣ ଅଳ୍ପ, ତେଲ, ଧନିଆ ପତ୍ର ଓ ଲୁଣ ସ୍ୱାଦ ଅନୁସାରେ ।

ପ୍ରସ୍ତୁତି ପ୍ରଣାଳୀ
‘ଆଲୁ ମସାଲା କଚୋଡି’ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ସିଝା ଆଳୁରେ ସମସ୍ତ ମସଲା ଓ ଅଦା ରସୁଣ ପେଷ୍ଟ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ତାପରେ ଏକ ପ୍ୟାନରେ କିଛି ତେଲ ଗରମ କରି ସେଥିରେ ଫୁଟଣ ପକାଇ ଏହି ଆଳୁ ମିଶ୍ରଣକୁ ପକାଇ ଏକ ତଡକା ଦିଅନ୍ତୁ । ବର୍ତ୍ତମାନ ବ୍ରେଡର ସ୍ଲାଇସକୁ ଚାରିପଟୁ କାଟି ଦିଅନ୍ତୁ ଏବଂ ପାଣିରେ ଓଦା କରିଦିଅନ୍ତୁ । ତାପରେ ସେଥିରେ ପୂର୍ବ ପ୍ରସ୍ତୁତ ଆଳୁ ମିଶ୍ରଣର ଛୋଟ ଛୋଟ ଗୁଳା ପ୍ରସ୍ତୁତ କରି ରଖି ଧୀରେ ଧୀରେ ବନ୍ଦ କରି ଗୋଲ କରିଦିଅନ୍ତୁ । ଏବେ ଆଉ ଏକ ପ୍ୟାନରେ ତେଲ ଗରମ କରି ଏହି ଗୁଳା ଗୁଡିକୁ ଛାଣି ଦିଅନ୍ତୁ । ଟିକିଏ କୁରକୁରି ହୋଇଗଲେ ଏହାକୁ କାଢି ଦହି କିମ୍ବା ଚଟଣି ସହିତ ସର୍ଭ କରନ୍ତୁ ।




