IBN ଓଡ଼ିଶା ଏକ୍ସକ୍ଲୁସିଭ୍
ତୁଳସୀ ପାଣିର ରହିଛି ଚମତ୍କାରୀ ଔଷଧୀୟ ଗୁଣ, ସକାଳେ ଥରେ ଖାଲିପେଟରେ ପିଇଲେ ମିଳେ ଏସବୁ ଫାଇଦା

ତୁଳସୀରେ ଏମିତି ଅନେକ ଔଷଧୀୟ ଗୁଣ ରହିଛି, ଯାହା ଶରୀରର କେତେକ ସାଧାରଣ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ। ଥଣ୍ଡା, କାଶ, ସର୍ଦ୍ଦି ଭଳି ରୋଗକୁ ଭଲ କରିବାରେ ତୁଳସୀ ସାହାଯ୍ୟ କରେ। କେବଳ ସେତିକି ନୁହେଁ ଓଜନ କମ୍ କରିବାରେ ମଧ୍ୟ ତୁଳସୀ ସାହାଯ୍ୟ କରେ। ଏଥିରେ ଆଣ୍ଟି-ଅକ୍ସିଡେଣ୍ଟ ଓ ଆଣ୍ଟି ଇନ୍ଫ୍ଲାମେଟରୀ ଗୁଣ ରହିଛି। ସାଧାରଣତଃ ଲୋକମାନେ ତୁଳସୀର ବ୍ୟବହାର ଚା’ ଆକାରରେ କରିଥାନ୍ତି, କିନ୍ତୁ ଯଦି ଆପଣ ସକାଳୁ ଉଠି କେବଳ ତୁଳସୀର ପାଣି ସେବନ କରିବେ ତେବେ ଖୁବ୍ ଲାଭ ପାଇପାରିବେ। କୁହାଯାଏ ଯେ ସକାଳୁ ଉଠି ତୁଳସୀ ପତ୍ର ସେବନ କରିବା ଦ୍ୱାରା ଶରୀର ଡିଟକ୍ସ ହୋଇଥାଏ ଓ ମେଟାବଲିଜମ୍ ବୁଷ୍ଟଅପ୍ ହୋଇଥାଏ। ତେବେ ଆସନ୍ତୁ ଜାଣିବା ତୁଳସୀ ପାଣିରୁ ମିଳୁଥିବା ଲାଭ ସମ୍ପର୍କରେ…

- ତୁଳସୀ ପାଣି ବ୍ଲଡ ସୁଗାର ଲେବଲକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ। ପ୍ରତିଦିନ ତୁଳସୀ ପାଣି ସେବନ କରିବା ଦ୍ୱାରା ମେଟାବଲିଜମ୍ ବୁଷ୍ଟ ଅପ୍ ହୋଇଥାଏ। ଏଥିସହ ରକ୍ତରେ ଥିବା ସୁଗାରକୁ ଶକ୍ତିରେ ପରିବର୍ତ୍ତିତ କରିଥାଏ।
- ନିୟମିତ ତୁଳସୀ ପାଣି ସେବନ କରିବା ଦ୍ୱାରା ଏସିଡ୍ ସମସ୍ୟା ସମେତ ପାଚନ ସମସ୍ୟା ଦୂର ହୋଇଥାଏ। ଏହା ଶରୀରରୁ କ୍ଷତିକାରକ ପଦାର୍ଥକୁ ମଳ ଆକାରରେ ବାହାରକୁ ବାହାର କରିବାରେ ସାହାଯ୍ୟ କରେ।
- ତୁଳସୀ ପାଣି ସାଧାରଣ ଥଣ୍ଡା ଓ ଫ୍ଲୁ ଠାରୁ ଆରମ୍ଭ କରି ଆଜ୍ମା ପର୍ଯ୍ୟନ୍ତ ରୋଗକୁ ଭଲ କରିବାରେ ସାହାଯ୍ୟ କରେ। ଏଥିରେ ଇମ୍ୟୁନୋମୋଡ୍ୟୁଲେଟରୀ, ଆଣ୍ଟିଟ୍ୟୁସିଭ୍ ଓ ଏକ୍ସପେକ୍ଟୋରେଣ୍ଟ ଗୁଣ ରହିଛି, ଯାହା ବିଭିନ୍ନ ଶ୍ୱସନ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ।
- ମାନସିକ ଦୁଃଶ୍ଚିନ୍ତା ଦୂର କରିବାରେ ମଧ୍ୟ ତୁଳସୀ ପାଣି ସାହାଯ୍ୟ କରେ। ତୁଳସୀ ଶରୀରରେ କୋର୍ଟିସୋଲ ହରମୋନ୍ ଭଳି ଚିନ୍ତା ହରମୋନ୍କୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। ଏହା ଚିନ୍ତା ଓ ଅବସାଦକୁ କମ୍ କରେ।

- ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତୁଳସୀ ପାଣି ଓଜନ କମ୍ କରିବାରେ ମଧ୍ୟ ସାହାଯ୍ୟ କରେ। ତୁଳସୀ ପାଚନ ଏନ୍ଜାଇମ୍ ଓ ରସକୁ ଉତ୍ତେଜିତ କରିଥାଏ। ପାଚନତନ୍ତ୍ର ଠିକ୍ଭାବେ କାମ କଲେ ଓଜନ ତୀବ୍ର ଗତିରେ ହ୍ରାସ ପାଏ।




