IBN ଓଡ଼ିଶା ବ୍ୟୁରୋ

ଶୋଇବା ଘର କରନ୍ତୁ ଏପରି ପ୍ରସ୍ତୁତ, ଦାମ୍ପତ୍ୟ ଜୀବନରେ ବଢ଼ିବ ସୁଖ

ବାସ୍ତୁ ଦୋଷର ଜୀବନରେ କିପରି ପ୍ରଭାବ ପକାଇଥାଏ ତାହା ସମସ୍ତଙ୍କୁ ଜଣା। ଏଥି ପାଇଁ ଲୋକ ବାସ୍ତୁଶାସ୍ତ୍ର ହିସାବରେ ନିଜ ଘର ନିର୍ମାଣ କରିଥାନ୍ତି। ସେହିପରି ଯେଉଁ ଦମ୍ପତିଙ୍କ ଜୀବନରେ ସବୁବେଳେ ମତାନ୍ତର ଲାଗି ରହିଥାଏ ତାଙ୍କୁ ନିଜର ଶୋଇବା କକ୍ଷକୁ ବାସ୍ତୁ ହିସାବରେ ନିର୍ମାଣ କରିବା ଉଚିତ୍। ଏହା ଦ୍ବାରା ତାଙ୍କ ମଧ୍ୟର ବିବାଦ ଦୂର ହେବା ସହ ଜୀବନରେ ସୁଖ-ସମୃଦ୍ଧି ବଜାୟ ରହିଥାଏ। ଏଣୁ ଆଜି ଆମେ ଶୋଇବା ଘର ସହ ଜଡ଼ିତ ଥିବା କିଛି ଟିପ୍ସ ଆପଣଙ୍କୁ କହିବାକୁ ଯାଉଛୁ, ଯାହା ଆପଣଙ୍କ ଜୀବନକୁ କରିବ ସୁଖମୟ।

Interiors-Bedroom

-ଘରର ଦକ୍ଷିଣ-ପଶ୍ଚିମ ପାର୍ଶ୍ବରେ ବେଡ଼ରୁମ କରିବା ଉଚିତ୍। ଏହା ଦ୍ବାରା ଘରର ମାଲିକଙ୍କର ସ୍ବାସ୍ଥ୍ୟ ଭଲ ରହିବା ସହ ସୁଖ ଲାଭ କରିଥାନ୍ତି। ସେହିପରି ସବୁବେଳେ ଘରେ ରହୁଥିବା ଛୁଆଙ୍କା କଠୋରୀ ପୂର୍ବ ଅଥବା ଉତ୍ତର-ପଶ୍ଚିମ ଦିଗରେ ହେବା ଉଚିତ୍।

-ଖଟ ସାମ୍ନାରେ କେବେ ମଧ୍ୟ ଦର୍ପଣ ରଖିବା ଉଚିତ୍ ନୁହଁ। କାରଣ ଶୋଇବା ସମୟରେ ଦର୍ପଣରେ ପ୍ରତିଛବି ଦେଖାଯିବାକୁ ଅଶୁଭ କୁହାଯାଇଥାଏ। ଏଣୁ କେବେ ମଧ୍ୟ ଭୁଲରେ ବେଡ଼ ସାମ୍ନାରେ ଦର୍ପଣକୁ ରଖନ୍ତୁ ନାହିଁ।

bed

-ବାସ୍ତୁ ଏବଂ ଫେଙ୍ଗସୁଇ ମୁତାବକ, ରଙ୍ଗ ଆମ ଜୀବନକୁ ମଧ୍ୟ ରଙ୍ଗୀନ କରିଥାଏ। ଖାଲି ତାହା ନୁହଁ ଏହାର ପ୍ରଭାବ ଆମର ମୁଡ଼, ସ୍ବାସ୍ଥ୍ୟ ଏବଂ ଖୁସି ଉପରେ ମଧ୍ୟ ପଡ଼ିଥାଏ। ଏଣୁ ଶୋଇବା କଠୋରୀ କାନ୍ଥ ରଙ୍ଗ ସବୁବେଳେ ଧଳା, ଗୋଲାପି କିମ୍ବା କ୍ରିମ୍ ରଙ୍ଗର ହେବା ଉଚିତ୍। ଭୁଲରେ ମଧ୍ୟ କେବେ ଅଧିକ ବ୍ରାଇଟ ରଙ୍ଗ କାନ୍ଥରେ ଲଗାନ୍ତୁ ନାହିଁ।

-ଭଲ ଗନ୍ଧ ମଧ୍ୟ ଆମ ଜୀବନରେ ପ୍ରଭାବ ପକାଇଥାଏ। ଏଣୁ ବେଡ଼ରୁମକୁ ସବୁବେଳେ ସୁଗନ୍ଧିତ ରଖନ୍ତୁ। ତେବେ ଶୋଇବା ଘରେ କୌଣସି ଫୁଲର ସୁଗନ୍ଦ ରହିଥିଲେ ମନରେ ଉର୍ଜ୍ବା ରହିଥାଏ।

 

-ଦମ୍ପତିଙ୍କ ଶୋଇବା ଘରେ ସବୁବେଳେ ହାର୍ଟ ଆକାରର ବିଶିଷ୍ଟ ଚମକଦାର ପଥର ରଖନ୍ତୁ। ଏହା ଦ୍ବାରା ଜୀବନରେ ଖୁସି ଭର୍ତ୍ତି ହୋଇଯିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button