IBN ଓଡ଼ିଶା ବ୍ୟୁରୋ

ମିଠା ଖାଇବା ଦ୍ୱାରା ବଢ଼େନି ବ୍ଲଡସୁଗାର! ତେବେ କାହିଁକି ହୁଏ ଡାଇବେଟିସ୍‌, ଜାଣନ୍ତୁ ଏହାର ପ୍ରକୃତ କାରଣ

ଆଜିକାଲି ପ୍ରାୟ ଅଧିକାଂଶ ଲୋକ ଡାଇବେଟିସ୍‌ରେ ପୀଡ଼ିତ ଥିବା ଦେଖିବାକୁ ମିଳିଛି। ଏହି ରୋଗ ଥିଲେ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଜରୁରୀ ହୋଇଥାଏ। ଡାଇବେଟିସ୍‌ର ପ୍ରାଥମିକ ଉପଚାର ଭାବେ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିଥାଏ। ଡାଇବେଟିସ୍‌ର ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ତେବେ ଡାଇବେଟିସ୍‌ ଥିଲେ ରୋଗୀଙ୍କୁ ବ୍ଲଡ୍‌ ସୁଗାର କଣ୍ଟ୍ରୋଲ କରିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ମଧୁମେହ ରୋଗୀଙ୍କୁ ଅଧିକ ଆଳୁ, ଚିନି ତଥା ମିଠା ଜିନିଷ ଖାଇବାକୁ ବାରଣ କରାଯାଏ। ମଧୁମେହ ରୋଗୀଙ୍କୁ ଓଜନ କଣ୍ଟ୍ରୋଲ କରିବାକୁ ମଧ୍ୟ ଡାକ୍ତର ପରାମର୍ଶ ଦିଅନ୍ତି। ଡାଇବେଟିସ୍‌ ବେଳେ ମିଠା ଖାଇବାକୁ ନେଇ କାହିଁ କେଉଁ ପୁରୁଣା କାଳରୁ ମନା କରାଯାଇଛି। ତେବେ ପ୍ରକୃତରେ ଡାଇବେଟିସ୍‌ କ’ଣ ମିଠା ଯୋଗୁ ବଢ଼େ! ଆସନ୍ତୁ ଜାଣିବା ଡାଇବେଟିସ୍‌ ହେବାର ପ୍ରକୃତ କାରଣ କ’ଣ?

diabetes

ଡାଇବେଟିସ୍‌ କ’ଣ?

ଡାଇବେଟିସ୍‌ ହେଲେ ଇନ୍‌ସୁଲିନ୍‌ର ସନ୍ତୁଳନ ବିଗିଡ଼ିଯାଏ। ଶରୀରରେ ଇନ୍‌ସୁଲିନ୍‌ର ଉତ୍ପାଦନ ପ୍ରଭାବିତ ହୋଇଥାଏ। ତେବେ ବେଳେବେଳେ ଲୋକମାନେ ଏହି ରୋଗକୁ ନେଇ ଥିବା ଭୁଲ ଧାରଣାକୁ ସତ ଭାବିଦିଅନ୍ତି। ଫଳରେ ଡାଏଟ୍‌ ଏପଟସେପଟ ହୁଏ ଓ ବ୍ଲଡ୍‌ସୁଗାର ଲେବଲ ବଢ଼ିଯାଏ। ଆପଣ ଯେଉଁ ଖାଦ୍ୟକୁ ସେବନ କରିଥାନ୍ତି ତାହା ମଧ୍ୟ ଶରୀରରେ ଗ୍ଲୁକୋଜ୍‌ର ମାତ୍ରାକୁ ବଢ଼ାଇଦିଏ। ଡାଇବେଟିଜ୍‌ ଦୁଇ ପ୍ରକାରର ଟାଇପ୍‌ ୧ ଓ ଟାଇପ୍‌ ୨। ଦୁଇଟିଯାକ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ।

diabetes

ଡାଇବେଟିସ୍‌ର କାରଣ:

  • ରାତିରେ ବିଳମ୍ବରେ ଭୋଜନ କରିବା ଦ୍ୱାରା ଓଜନ ବଢ଼େ, ଫଳରେ ବ୍ଲଡସୁଗାର ଲେବଲ ନିୟନ୍ତ୍ରଣରେ ରହିନଥାଏ ଓ ଡାଇବେଟିସ୍‌ ସମସ୍ୟା ଦେଖାଦିଏ।
  • ଯେଉଁମାନଙ୍କ ଓଜନ ବୃଦ୍ଧିପାଏ ଓ ସେମାନେ ଓଜନ କମାଇବା ଉପରେ ଧ୍ୟାନ ଦେଇନଥାନ୍ତି ସେମାନଙ୍କ ଠାରେ ମଧୁମେହ ଦେଖାଯାଏ।
    ଏଣୁ ନିୟମିତ ଏକ୍ସରସାଇଜ୍‌ କରିବା ଜରୁରୀ। ବ୍ୟାୟାମ କରିବା ଦ୍ୱାରା ଶରୀରରେ ଇନ୍‌ସୁଲିନ୍‌ର ମାତ୍ରା ନିୟନ୍ତ୍ରିତ ରହିଥାଏ।

diabetes

  • ଡିହାଇଡ୍ରେସନ୍‌ର ସମସ୍ୟା ମଧ୍ୟ ଡାଇବେଟିସ୍‌ର ଆଉ ଏକ କାରଣ। ଦିନକୁ ୮ରୁ ୧୦ ଗ୍ଲାସ୍‌ ପାଣି ପିଉଥିବା ଲୋକଙ୍କୁ ଡିହାଇଡ୍ରେସନ୍‌ ହୋଇନଥାଏ। ଫଳରେ ବ୍ଲଡସୁଗାର ମାତ୍ରା ବଢ଼ିଯାଏ।
  • ଭୋଜନରେ ବିନ୍ସ, ସବୁଜ ପନିପରିବା, ଖାଦ୍ୟଶସ୍ୟ ଆଦି ପୌଷ୍ଟିକ ଆହାର ସେବନ ନ କରିବା ଦ୍ୱାରା ମଧ୍ୟ ମଧୁମେହ ହୋଇଥାଏ।

 

  • ପ୍ୟାକେଜ୍‌ ଫୁଡ୍‌, ଚିପ୍ସ, ଜିଙ୍କ ଫୁଡ୍‌କୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଡାଇବେଟିସ୍‌ର ଆଶଙ୍କା ବଢ଼ିଯାଏ।
ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button