IBN ଓଡ଼ିଶା ବ୍ୟୁରୋ

ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ ହଳଦୀ ମିଶ୍ରିତ କ୍ଷୀର, ଦୂର ହେବ ଏହି ସବୁ ଗମ୍ଭୀର ରୋଗ

ପ୍ରତିଦିନ ଶୋଇବା ବେଳେ କ୍ଷୀର ପିଇବା ଏକ ଭଲ ଅଭ୍ୟାସ। କ୍ଷୀରରେ ଅତ୍ୟଧିକ ପରିମାଣରେ ପ୍ରୋଟିନ୍‌ ଥିବାରୁ ଏହା ଶରୀର ପାଇଁ ହିତକର ହୋଇଥାଏ । ଉଷୁମ କ୍ଷୀରରେ ଯଦି ଟିକେ ହଳଦି ମିଶାଇ ପିଆଯାଏ, ତେବେ ଏହା ଶରୀର ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ।

ସାଦା କ୍ଷୀର ଠାରୁ ବି ଅଧିକ ହିତକର ହୋଇଥାଏ। ହଳଦୀ ମିଶ୍ରିତ କ୍ଷୀର ପିଇବା ଦ୍ବାରା ଶରୀରକୁ ଆଉ କ’ଣ ସବୁ ଲାଭ ମିଳିଥାଏ, ଆସନ୍ତୁ ଜାଣିବା ସେଗୁଡ଼ିକ ସମ୍ପର୍କରେ…

ହଳଦୀ ମିଶ୍ରିତ କ୍ଷୀର ପ୍ରତିଦିନ ପିଇଲେ, ଖାଦ୍ୟ ହଜମ ହେବାରେ ସହାୟ ହୁଏ  । ତା’ସହ ହୃଦ୍‌ଘାତର ଆଶଙ୍କା ବି କମ୍ ହେଉଥିବା ବିଶେଷଜ୍ଞମାନେ କୁହନ୍ତି।
ନିଦ୍ରାହୀନତା ସମସ୍ୟା ଥିଲେ ରାତିରେ ଶୋଇବା ପୂର୍ବରୁ ଗିଲାସେ ଉଷୁମ କ୍ଷୀରରେ ଏକ ଛୋଟ ଚାମଚ ହଳଦି ମିଶାଇ ପିଇବା ଦ୍ବାରା ଏହି ସମସ୍ୟା ଦୂର ହୁଏ।

ନିୟମିତ ହଳଦୀ ମିଶ୍ରିତ କ୍ଷୀର ପିଇବା ଦ୍ବାରା ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏହାଦ୍ବାରା ଥଣ୍ଡା, କାଶ, ଛିଙ୍କ ଆଦିରୁ ରକ୍ଷା ମିଳିଥାଏ।
ଯେଉଁ ଲୋକମାନଙ୍କର ଆଣ୍ଠୁଗଣ୍ଠି ଯନ୍ତ୍ରଣା ରହିଛି, ସେମାନଙ୍କ ପାଇଁ ହଳଦୀ ମିଶ୍ରିତ କ୍ଷୀର ଲାଭଦାୟକ ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button