ରାଜ୍ୟ

ପୁରୁଷଙ୍କ ପାଇଁ ଜରୁରୀ ଟିପ୍ସ, ପର୍ସ କିଣିବାବେଳେ ଏହି ଦିଗକୁ ରଖନ୍ତୁ ଧ୍ୟାନରେ ନିଶ୍ଚୟ

ପୁରୁଷଙ୍କ ପସନ୍ଦର ଏବଂ ସବୁଠାରୁ ଜରୁରୀ ଜିନିଷ କହିଲେ ସର୍ବପ୍ରଥମେ ଆସିଥାଏ ପର୍ସର ନାମ। ଯେଉଁଥିରେ ସେମାନେ ନିଜର ଟଙ୍କା, ଭିଜିଟିଙ୍ଗ୍‌ କାର୍ଡସ୍‌, ଏଟିଏମ୍‌ କାର୍ଡସ୍‌ ଏବଂ ଆହୁରି ଅନେକ ଜିନିଷ ମଧ୍ୟ ରଖିବାକୁ ପସନ୍ଦ କରନ୍ତି। ତେବେ ଏବେ କାମିକା ଜିନିଷ କିଣିଲାବେଳେ ଟିକେ ସମୟ ନେବା ତ ଜରୁରୀ ନା। ତେବେ ଆସନ୍ତୁ ଜାଣିବା ପର୍ସ କିଣିବାବେଳେ ଆପଣ କେଉଁ କେଉଁ ଜିନିଷକୁ ଧ୍ୟାନରେ ରଖିବା ଜରୁରୀ।

-ପର୍ସ କିଣିବା ସମୟରେ ପ୍ରଥମେ ଧ୍ୟାନରେ ରଖନ୍ତୁ ତାହାର ସାଇଜ୍‌, ଯାହା ପର୍ସ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହା ନ ହେଲେ ଏହା ଆପଣଙ୍କ ଡ୍ରେସର ଲୁକକୁ ଖରାପ କରିପାରେ।

-ପର୍ସ କିଣିବା ସମୟରେ ତାହାର ସ୍ପେସ୍‌ ବିଷୟରେ ଧ୍ୟାନ ଦେବା ଜରୁରୀ। କାହିଁକି ନା ସ୍ପେସିୟସ ଥିଲେ ଅଧିକ ରୁ ଅଧିକ ଜିନିଷ ରଖିପାରିବା। ଯେମିତିକି ବାଇ-ଫୋଲ୍ଡ କିମ୍ବା ଟ୍ରାଇ ଫୋଲ୍ଡ।

purse-ଯେତେବେଳେ ବି ପର୍ସ କିଣୁଛନ୍ତି ସେତେବେଳେ ଏହାର କ୍ୱାଲିଟୀ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ଏହାର ମେଟେରିଆଲ ଉପରେ ଏହାର ଜୀବନ ନିର୍ଭର କରେ। ଭଲ କ୍ୱାଲିଟୀର ହେଲେ ଏହା ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥାଏ।

-ପର୍ସ କିଣିବା ବେଳେ ସବୁବେଳେ ଟ୍ରେଣ୍ଡ ଉପରେ ଧ୍ୟାନ ଦିଅନ୍ତୁ। ଏହାର ଲୁକ୍‌ କେମିତି ଲାଗିବ, କଲର କେମିତି ଆସିବ ଯାହା ଲୁକକୁ ଟ୍ରେଣ୍ଡି କରାଇବ। ତାହା ଉପରେ ଅଧିକ ଧ୍ୟାନ ଦେବା ଜରୁରୀ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button