IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମସ୍କାରା ଶୁଖିଯାଇଛି କି ? ଫୋପାଡିବା ବଦଳରେ ଏହି ଉପାୟରେ କରନ୍ତୁ ନୂଆ

ଆଖିକୁ ମେକ୍‌ଅପ୍‌ କରିବା ପାଇଁ ମସ୍କାରା ବେଶ୍‌ ଜରୁରୀ ହୋଇଥାଏ। ଅନେକ ଥର ଯୁବତୀମାନେ ସଂପୂର୍ଣ୍ଣ ଆଖୁକୁ ମେକଅପ୍‌ କରିଥିବେ କିନ୍ତୁ ଭୁଲ୍‌ରେ ମସ୍କାରା ଲଗାଇବାକୁ ଭୁଲିଯାଇଥାନ୍ତି। ଏମିତିରେ ମସ୍କାରା ଘରେ ରହି ରହି ଶୁଖିଯାଇଥାଏ। ତେବେ ଏହାକୁ ବେକାର ଭାବି ଫୋପାଡିବା ପରିବର୍ତ୍ତେ କିଛି ସହଜ ଉପାୟରେ ଏହାକୁ ବ୍ୟବହାର କରନ୍ତୁ। ଏପରି କଲେ ଆପଣଙ୍କ ପଇସା ବି ବରବାଦ ହେବନି ଆଉ ଆପଣଙ୍କୁ ନୂଆ ମସ୍କାରା ମଧ୍ୟ ମିଳିଯିବ। ଆସନ୍ତୁ ଜାଣିବା କ’ଣ ରହିଛି ସବୁ ଟିପ୍ସ …

1

– ମସ୍କାରା ଆଖିପତାକୁ ଆକାର ଦେବା ସହିତ ତାକୁ ସୁନ୍ଦର ମଧ୍ୟ କରିଥାଏ। ଯଦି ଆପଣଙ୍କ ମସ୍କାରା ଶୁଖିଯାଇଥାଏ , ତେବେ ଆଇଡ୍ରପ୍‌ ବ୍ୟବହାର କରନ୍ତୁ। ଆଖି ଡ୍ରପ୍‌ର କିଛି ବୁନ୍ଦା ମସ୍କାରାରେ ପକାଇ ଏହାକୁ ଏକ କାଠି ସାହାଯ୍ୟରେ ଅଳ୍ପ ଭାବେ ଘାଣ୍ଟି ଦିଅନ୍ତୁ। ଏହାପରେ ଏହା ବ୍ୟବହାର ଯୋଗ୍ୟ ହୋଇଯିବ।

hot

– ଏକ ପାତ୍ରରେ ପାଣିକୁ ଗରମ କରିନିଅନ୍ତୁ। ଏବେ ଏଥିରେ ମସ୍କାରା ବୋଲକୁ ଦୁଇ ତିନି ଥର ବୁଡାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ଗରମ ପାଣିରେ ଶୁଖିଥିବା ମସ୍କାରା ତରଳଯିବ। ଯାହାକୁ ଆପଣ ଅତି ସଜହରେ ବ୍ୟବହାର କରିପାରିବେ।

– ମସ୍କାରା ବୋତଲରେ ଅଳ୍ପ ଆଲୋଭେରା ଜେଲ ମିକ୍ସ କରିଦିଅନ୍ତୁ। ଏହାପରେ ଭଲଭାବେ ବୋତଲରୁ ଭଲଭାବେ ହଲାଇଦିଅନ୍ତୁ। ଆଖିପତା ପାଇଁ ଆଲୋଭେରା ଜେଲ ବହୁତ ଭଲ।

gel

– ମାଇକ୍ରୋେଓ୍ଵଭରେ ୧୫ ରୁ ୩୦ ସେକେଣ୍ଡ ପାଇଁ ଏକ ଚାମଚ ନଡିଆ ତେଲ ଗରମ କରିନିଅନ୍ତୁ। ଏବେ ଏହାର ଦୁଇତିନ ବୁନ୍ଦା ଶୁଖିଥିବା ମସ୍କାରାରେ ମିଶାଇ ଦିଅନ୍ତୁ।

ମସ୍କାରାକୁ ବ୍ୟବହାର କରିବା ପରେ ଭଲଭାବେ ଏହାର କ୍ୟାପକୁ ବନ୍ଦ କରିଦିଅନ୍ତୁ। ନଚେତ ଏହା ଶୁଖିଯିବାର ଆଶଙ୍କା ରହିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button