ମନୋରଞ୍ଜନ

ନୂଆ ଷ୍ଟାଇଲରେ ବନାନ୍ତୁ ଗୁଲଗୁଲା, ପାଟିରୁ ଛାଡିବନି ସ୍ୱାଦ

ପ୍ରାୟ ସମୟରେ ଦେଖିବାକୁ ମିଳେ ଯେ ଅନେକ ଲୋକଙ୍କୁ ଖାଦ୍ୟରେ କିଛି ମିଠା ଖାଇବାକୁ ଇଚ୍ଛା ହୋଇଥାଏ। ଏଥିପାଇଁ ସେମାନେ ଅନେକ ପ୍ରକାର ରେସିପି ବନାଇବାକୁ ପସନ୍ଦ କରନ୍ତି। ଆପଣ ଗୁଲଗୁଲା ନିଶ୍ଚୟ ଖାଇଥିବେ। ଏବଂ ଏହା ଆପଣଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଗୁଲଗୁଲା ବନାଇବାର ତରିକା ଜଣାଇବୁ ଯାହାକୁ ଖାଇଲେ ଆପଣଙ୍କ ପାଟିରୁ ଲାଳ ବାହାରିବ ଏବଂ ଆପଣ ଆଉ ଖାଇବା ପାଇଁ ଇଚ୍ଛା କରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି ପ୍ରସ୍ତୁତ କରିବେ।

ଆବଶ୍ୟକ ସାମଗ୍ରୀ

ଅଟା – ୨ କପ୍‌

ଚିନି ବା ଗୁଡ – ୧/୨ କପ୍‌

ରାଶି – ଏକ ବଡ ଚାମଚ

ଘିଅ – ୧ ବଡ ଚାମଚ

ତେଲ – ଛାଣିବା ପାଇଁ

gulguleପ୍ରସ୍ତୁତି ପ୍ରଣାଳୀ

-ସର୍ବପ୍ରଥମେ ଅଟାକୁ ଛାଣି ଦିଅନ୍ତୁ।

-ଏହାପରେ ୧/୨ କପ୍‌ ପାଣିରେ ଗୁଡ କିମ୍ବା ଚିନି ପକାଇ ଘୋଳ ପ୍ରସ୍ତୁତ କରନ୍ତୁ।

-ଏହାସହିତ ଏକ ବଡ ଚାମଚ ଘିଅ ଏବଂ ଆବଶ୍ୟକ ଅନୁଯାୟୀ ପାଣି ମିଶାନ୍ତୁ।

-ଏହାପରେ ଗୁଲଗୁଲା କରିବା ପାଇଁ ଏହାର ଘୋଳକୁ ଭଳଭାବେ ଫେଣ୍ଟି ଦିଅନ୍ତୁ।

-ଏବେ ଏହାକୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଢ଼ାଙ୍କି ରଖିଦିଅନ୍ତୁ।

-୧୫ ମିନିଟ ପରେ ଅଟାରେ ରାଶି ପକାଇ ପୁଣି ଥରେ ଫେଣ୍ଟନ୍ତୁ।

-ଏହାପରେ କଡାରେ ତେଲ ଗରମ କରନ୍ତୁ।

-ଯେତେବେଳେ ତେଲ ଗରମ ହୋଇଯିବ, ଆଞ୍ଚକୁ ମଧ୍ୟମ କରିଦିଅନ୍ତୁ।

-ଏବେ ହାତରେ ଅଳ୍ପ ଅଟାର ଘୋଳ ନେଇ ତେଲରେ ଗରମ କରନ୍ତୁ।

-କଡାରେ ଯେତେ ଗୁଲଗୁଲା ହୋଇପାରୁଛି କରନ୍ତୁ। ଏହାପରେ ଏହାକୁ ଭଲ ଭାବେ ଛାଣନ୍ତୁ।

-ଏବେ ଆପଣ ଏହାକୁ ପ୍ଲେଟକୁ ବାହାର କରିଦିଅନ୍ତୁ।

-ଆପଣଙ୍କ ମନଲାଖି ଗୁଲଗୁଲା ପ୍ରସ୍ତୁତ ହୋଇଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button