ମନୋରଞ୍ଜନ

ସିନ୍‌ କାଟିଲେ ‘ଏମର୍ଜେନ୍ସି’କୁ ରିଲିଜ୍‌ ପାଇଁ ମିଳିବ ଅନୁମତି, ବମ୍ବେ ହାଇକୋର୍ଟରେ ହୋଇଛି ଶୁଣାଣି

ମୁମ୍ଵାଇ ୨୭।୦୯: କଙ୍ଗନା ରଣାୱତ୍ଙ୍କ ଫିଲ୍ମ ‘ଏମର୍ଜେନ୍ସି’। ବର୍ତ୍ତମାନ ଏହାର ରିଲିଜ୍କୁ ନେଇ ଗତ ଗୁରୁବାର ବମ୍ବେ ହାଇକୋର୍ଟରେ ଶୁଣାଣି ହୋଇଛି । କୋର୍ଟ କହିଲେ, ଫିଲ୍ମର କିଛି ସିନ୍ କାଟିବାକୁ ସେନ୍ସର ବୋର୍ଡ ଦେଇଥିବା ପରାମର୍ଶକୁ ନିର୍ମାତା ପାଳନ କଲେ ହିଁ ଫିଲ୍ମ ରିଲିଜ୍କୁ ମଞ୍ଜୁରି ମିଳିବ ।

ସେନ୍ସର ବୋର୍ଡ ଅର୍ଥାତ୍ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍ସି) କୋର୍ଟରେ କହିଥିଲା, ‘ଏମର୍ଜେନ୍ସି’ର ନିର୍ମାତା ଅଦ୍ୟାବଧି ଫିଲ୍ମର ବିବାଦୀୟ ସିନ୍ଗୁଡ଼ିକୁ କାଟି ନାହାନ୍ତି ।

ଅନ୍ୟପକ୍ଷେ, ଫିଲ୍ମ ନିର୍ମାତା କହିଲେ, ସିନ୍ କାଟିବା ପାଇଁ ସମୟ ଦରକାର । ଏହା ପରେ କୋର୍ଟ ମାମଲାକୁ ଆସନ୍ତା ୩୦ ତାରିଖକୁ ଘୁଞ୍ଚାଇଛନ୍ତି। ସୂଚନାଯୋଗ୍ୟ, ଫିଲ୍ମର ରିଲିଜ୍କୁ ନେଇ କଙ୍ଗନା ଓ ଜି ଷ୍ଟୁଡିଓ ଆବେଦନ କରିଥିଲେ ।

ସେମାନଙ୍କ ଅଭିଯୋଗ ଥିଲା, ସେନ୍ସର ବୋର୍ଡ ଫିଲ୍ମକୁ ପ୍ରଥମେ ପ୍ରମାଣପତ୍ର ଦେଲା । କିନ୍ତୁ ରିଲିଜ୍ର ୪ ଦିନ ପୂର୍ବରୁ ଗତ ୬ ତାରିଖରେ ଏହା ଉପରେ ରୋକ ଲଗାଇଲା । ସେନ୍ସର ବୋର୍ଡ ମନକୁ ମନ ଫିଲ୍ମର ପ୍ରମାଣପତ୍ର ଅଟକାଇ ରଖିଥିବା କଙ୍ଗନା ଅଭିଯୋଗ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button