IBN ଓଡ଼ିଶା ବ୍ୟୁରୋ

ଲିପଷ୍ଟିକ୍ ଲଗାଇ ଅଫିସ୍ ଆସିବାରୁ ମହିଳାଙ୍କୁ ବଦଳି; ତାମିଲନାଡ଼ୁରେ ପ୍ରଥମ ଘଟଣା

ନୂଆଦିଲ୍ଲୀ: ତାମିଲନାଡ଼ୁର ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି । ଗ୍ରେଟର ଚେନ୍ନାଇ କର୍ପୋରେସନର ପ୍ରଥମ ମହିଳା ମାର୍ଶଲଙ୍କୁ ଟ୍ରାନ୍ସଫର କରି ଦିଆଯାଇଛି । ମହିଳାଙ୍କୁ ବଦଳି କରିବାର କାରଣ ସେ ଅଫିସ ସମୟରେ ଲିପ୍ଷ୍ଟିକ୍ ଲଗାଉଥିଲା । ଏଥିରେ ପାଇଁ ପୂର୍ବରୁ ବରିଷ୍ଠ ଅଧିକାରୀ ମଧ୍ୟ ତାଙ୍କୁ ବାରଣ କରିଥିଲେ । ହେଲେ ମହିଳା ଜଣଙ୍କ ନମାନିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ମହିଳା ମାର୍ଶଲ ଅଭିଯୋଗ ଆଣି କହିଛନ୍ତି, ତାକୁ ମେୟର କାର୍ଯ୍ୟକାଳରୁ ବହିଷ୍କାର କରାଯାଇଛି । ମେୟାରଙ୍କ ଔପଚାରିକ ଦଳ ସେ ସାମିଲ୍ ଥିଲେ ।

ମେୟର ଆର୍ ପ୍ରିୟାଙ୍କ ବ୍ୟକ୍ତିଗତ ସହାୟକ ଶିବ ଶଙ୍କରଙ୍କୁ ଲିପଷ୍ଟିକ୍ ନେଇ ପ୍ରଶ୍ନ କରିବା ପରେ ୫୦ ବର୍ଷ ବୟସ୍କ ଏମ.ବି ମାଧବୀଙ୍କ ନାଁରେ ଏଭଳି ବଦଳି ଆଦେଶ ଆସିଛି । କୌଣସି ମହିଳା ଲିପଷ୍ଟିକ୍ ଲଗାଇ କର୍ମକ୍ଷେତ୍ରକୁ ଯାଉଥିଲେ ତାଙ୍କୁ ରୋକିବା କ’ଣ ଉଚିତ୍ ବୋଲି ସେ ପ୍ରଶ୍ନ କରିଥିଲେ । ଏହା ପରେ ଏମ.ବି ମାଧବୀ, ଅଗଷ୍ଟ ୬ରେ ଶିବ ଶଙ୍କରଙ୍କୁ ଏକ ପତ୍ର ଲେଖି କହିଥିଲେ, ‘ ଆପଣ ମୋତେ ଲିପଷ୍ଟିକ୍ ଲଗାଇବାକୁ ରୋକି ଥିଲେ, କିନ୍ତୁ ମୁଁ ଏଭଳି କରିଥିଲି, ଯଦି ଏହା ଅପରାଧ, ତେବେ ମୋତେ ଲିପଷ୍ଟିକ୍ ନଲଗାଇବା ସରକାରୀ ଆଦେଶ ଦେଖାନ୍ତୁ ।‘ ମଧବୀ କହିଛନ୍ତି, ଏହା ଗ୍ରେଟର ଚେନ୍ନାଇ କର୍ପୋରେସନ ଏବଂ ଏଠାରେ ଏଭଳି ନିର୍ଦ୍ଦେଶ ମାନବଧିକାରୀକୁ ଉଲ୍ଲଙ୍ଘନ କରୁଛି । ଆପଣ ଆଦେଶ ମାନ୍ୟ ହେବ ଯେତେବେଳେ ଡ୍ୟୁଟି ବେଳେ କୌଣସି କାର୍ମଚାରୀ କାମ କରୁନଥିବ।

Related Articles

Leave a Reply

Your email address will not be published. Required fields are marked *

Back to top button