ଶୋଇବା ପୂର୍ବରୁ ପାଦରେ ଲଗାନ୍ତୁ ସୋରିଷ ତେଲ, ମିଳିବ ଏହି ଉପକାର
ନୂଆଦିଲ୍ଲୀ ୨୭।୦୯: ଭାରତୀୟ ଘରମାନଙ୍କରେ ଛୋଟମୋଟ ରୋଗରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଘରୋଇ ଉପାୟ ଆପଣାଇଥାନ୍ତି, ଯାହା ପିଢି ପରେ ପିଢି ଚାଲିଆସୁଛି । ସେମିତି ଏକ ଉପାୟ ହେଉଛି ମୁଣ୍ଡରେ ତେଲ ମାଲିସ୍ କଲେ ଚିନ୍ତା ଦୂର ହେବା ସହ କେଶ ମୂଳ ମଜଭୁତ ହୋଇଥାଏ । ତା’ ସହିତ ଭଲ ନିଦ ଆସିବା କଥା ସମସ୍ତେ ଜାଣନ୍ତି ।
କିନ୍ତୁ ଶୋଇବା ପୂର୍ବରୁ ହାଲ୍କା ଉଷୁମ ସୋରିଷ ତେଲ ପାଦରେ ଲଗାଇବା ଦ୍ୱାରା କ’ଣ ଲାଭ ହୁଏ ଜାଣନ୍ତି କି?
-ନିୟମିତ ରାତିରେ ଶୋଇବା ପୂର୍ବରୁ ପାଦରେ ହାଲ୍କା ସୋରିଷ ତେଲ ମାଲିସ୍ କରିବା ଦ୍ୱାରା ଥକାପଣ କମିବା ସହ ଚିନ୍ତା ଦୂର ହୋଇଥାଏ । ନିଦ ଭଲ ହୁଏ। -ଯେଉଁମାନଙ୍କୁ ରାତିରେ ନିଦ ଆସିବାରେ ସମସ୍ୟା ହେଉଥିବ ସେମାନେ ପାଦରେ ହାଲ୍କା ଉଷୁମ ସୋରିଷ ତେଲ ମାଲିସ୍ କରିବା ଏକ ଭଲ ବିକଳ୍ପ ।
-ପାଦରେ ସୋରିଷ ତେଲ ମାଲିସ୍ କରିବା ଦ୍ୱାରା ଓଜନ ମଧ୍ୟ କମ୍ କରିପାରିବେ ।
ତେଲ ମାଲିସ୍ କରିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ବଢିବା ସହ ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ ।
– ଯଦି ପ୍ରାୟ ସମୟ ମୁଣ୍ଡବିନ୍ଧା ରହୁଥାଏ, ତେବେ ନିୟମିତ ରାତିରେ ଶୋଇବା ପୂର୍ବରୁ ୫ ମିନିଟ୍ ପାଇଁ ପାଦରେ ହାଲ୍କା ଉଷୁମ ସୋରିଷ ତେଲ ଲଗାଇନ୍ତୁ । କିଛିଦିନ ପରେ ଫର୍କ ନିଶ୍ଚୟ ଦେଖିବେ ।
– ଏହି ମାଲିସ୍ କରିବା ଦ୍ୱାରା ହଜମ ପ୍ରକ୍ରିୟାରେ ସୁଧାର ଆସିବା ସହ ତ୍ୱଚାରେ ଥିବା ଦାଗ ମଧ୍ୟ ଦୂର ହୋଇଥାଏ ।