ମନୋରଞ୍ଜନ

ଦୀର୍ଘ ଦିନର ପ୍ରେମିକଙ୍କ ସହ ନିର୍ବନ୍ଧ କଲେ ଲୋକପ୍ରିୟ ୟୁଟ୍ୟୁବର ପ୍ରାଜକ୍ତା କୋଲି – Ibnodisha

[ad_1]

ମୁମ୍ବାଇ: ଦୀର୍ଘ ଦିନର ପ୍ରେମିକଙ୍କ ସହ ନିର୍ବନ୍ଧ କଲେ ଲୋକପ୍ରିୟ ୟୁଟ୍ୟୁବର ପ୍ରାଜକ୍ତା କୋଲି। ୟୁଟ୍ୟୁବରେ ବ୍ଲଗିଂ କରିବାଠାରୁ ଆରମ୍ଭ କରି ବଲିଉଡ ଚଳଚ୍ଚିତ୍ର ଏବଂ ୱେବ୍ ସିରିଜରେ ମଧ୍ୟ ଅଭିନୟ କରିଛନ୍ତି ପ୍ରାଜକ୍ତା କୋଲି। ନିକଟରେ ଅଭିନେତ୍ରୀ ତାଙ୍କର ଦୀର୍ଘ ସମୟର ପ୍ରେମିକ ବ୍ରିଶଙ୍କ ଖନାଲଙ୍କ ସହ ନିର୍ବନ୍ଧ କରିଥିବା ଜଣାଯାଇଛି। ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ପ୍ରେମିକ ବ୍ରିଶଙ୍କ ଦେଇଥିବା ମୁଦିର ଫଟୋ ସେୟାର କରି ପ୍ରାଜକ୍ତା ଏହି ଖୁସି ଖବର ଦେଇଛନ୍ତି। ପ୍ରାଜକ୍ତା ‌ସେୟାର କରିଥିବା ଫଟୋରେ ଉଭୟ ବ୍ରିଶଙ୍କ ଓ ପ୍ରାଜକ୍ତା ନଜର ଆସୁଛନ୍ତି।

ଫଟୋ ସେୟାର କରି ପ୍ରାଜକ୍ତା କ୍ୟାପସନରେ ଲେଖିଛନ୍ତି, ବ୍ରିଶଙ୍କ ଖନାଲ ଏବେ ମୋର ପୂର୍ବ ପ୍ରେମିକ। ଭାବିସ୍ବାମୀ ହେବା ପରେ ପ୍ରାଜକ୍ତା ବ୍ରିଶଙ୍କ ଖନାଲଙ୍କୁ ପୂର୍ବ ପ୍ରେମିକ କହି ଭିନ୍ନ ଢ଼ଙ୍ଗରେ ନିର୍ବନ୍ଧ କରିଥିବା ଖବର ସେୟାର କରିଛନ୍ତି। ପ୍ରାଜକ୍ତା ଏହି ଖୁସି ଖବର ନିଜ ପ୍ରଶଂସକଙ୍କ ସହ ସେୟାର କରିବା ପରେ ବଲିଉଡ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଅନେକ ୟୁଟ୍ୟୁବର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ମିଳିଥିବା ସୂଚନା ମୁତାବକ, ପ୍ରାଜକ୍ତା ଏବଂ ବ୍ରିଶଙ୍କ ଗତ ୭ବର୍ଷ ଧରି ପରସ୍ପରକୁ ଡେଟ୍ କରୁଛନ୍ତି। ଉଭୟଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳିଥାଏ। ଏହା ବ୍ୟତୀତ, ପ୍ରାଜକ୍ତା ସର୍ବଦା ବ୍ରିଶଙ୍କଙ୍କ ସହ ରୋମାଣ୍ଟିକ ଏବଂ ମଜାଳିଆ ଫଟୋଗୁଡ଼ିକ ପୋଷ୍ଟ କରିଥା’ନ୍ତି। ପେସାରେ ବ୍ରିଶଙ୍କ ଜଣେ ଓକିଲ ବୋଲି ଜଣାପଡ଼ିଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button