ଦେଶ

ଗାଜା ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ୍‌, ୫୦୦ରୁ ଊର୍ଦ୍ଧ୍ୱ ମୃତ – Ibnodisha

[ad_1]

ଇସ୍ରାଏଲ : ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବା ନାଁ ଧରୁନି। ଏହି ଯୁଦ୍ଧରେ ଏଯାବତ ୪୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଏପରି ସ୍ଥିତିରେ ଗତ ରାତିରେ ମଙ୍ଗଳବାର ଗାଜାର ଏକ ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ୍‌ ହେବାରୁ ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। ଆଜି ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଇସ୍ରାଏଲ ଗସ୍ତ ଥିବା ବେଳେ ତାହା ପୂର୍ବରୁ ଏପରି ଆକ୍ରମଣକୁ ସବୁ ମହଲରେ ନିନ୍ଦା କରାଯାଇଛି।

ଗତ ରାତିରେ ଗାଜାର ମଧ୍ୟ ଭାଗରେ ଥିବା ଅଲ ଅହଲି ହସ୍ପିଟାଲ ଉପରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଏୟାର ଷ୍ଟ୍ରାଇକ୍‌ ହୋଇଛି। ଯୁଦ୍ଧରେ ଗୁରୁତର ହୋଇଥିବା ବହୁ ସଂଖ୍ୟାରେ ଲୋକେ ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏଥିସହ ବହୁ ଶରଣାର୍ଥୀ ବି ସେଠାରେ ଆଶ୍ରୟ ନେଇଥିଲେ । ଏଡି ରକେଟ ମାଡ ପରେ ହସ୍ପିଟାଲରେ ଥିବା ବହୁ ସଂଖ୍ୟାରେ ରୋଗୀଙ୍କ ସମେତ ଅନ୍ୟମାନଙ୍କ ମୃତ୍ୟୁ ହୋଇଥିବା ଗାଜା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଇସ୍ରାଏଲ ସେନା ଏହି ଆକ୍ରମଣ କରିଥିବା ହମାସ ଦାବି କରୁଥିବା ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ କିନ୍ତୁ ଏହାକୁ ଅସ୍ୱୀକାର କରିଛନ୍ତି। ଗାଜା ଉପରେ ହୋଇଥିବା ଏହି ବର୍ବର କାଣ୍ଡ ପଛରେ ଆତଙ୍କବାଦୀଙ୍କ ହାତ ଥିବା ବେଳେ ଏଥିରେ ଇସ୍ରାଏଲ ସେନା ସମ୍ପୃକ୍ତ ନାହିଁ ବୋଲି ନେତାନ୍ୟୁହା ଦାବି କରିଛନ୍ତି।

ଏହି ଆକ୍ରମଣ ନିମନ୍ତେ ସାଉଦି ଆରବ, ବହରିନ, ଜୋର୍ଡାନ, ତୁର୍କୀ ପରି ଦେଶ ଇସ୍ରାଏଲକୁ ଦାୟୀ କରିଛନ୍ତି। ଏହି ଆକ୍ରମଣ ପରେ ପରେ ୟୁଏଇ ଓ ଋଷ ପକ୍ଷରୁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଜରୁରୀ ବୈଠକ ଡକାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button